ହେଡଲାଇନସ୍:

ବଡ ଓଷାରେ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ, କାର୍ତ୍ତିକ ପୂର୍ଣ୍ଣମୀରେ ଭସାଇଲେ ବୋଇତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ରାୟଗଡ:(ସରୋଜ ସାହୁ)   ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାର୍ତ୍ତିକ  ମାସ ହିନ୍ଦୁ ଧର୍ମାବଲମ୍ବୀ ନିଷ୍ଠାର ସହ ମାସ ସାରା ବିନା ଆମିଷ ଭକ୍ଷଣରେ ପାଳନ କରିନ୍ତି । ଏହି ମାସର ପ୍ରତି ସୋମବାରରେ ଶିବ ମନ୍ଦିର ଯାଇ ପୂଜାଅର୍ଚନା କରି ନିଜର ବ୍ରତ ପାଳନ କରିଥାଆନ୍ତି । ଗତ କାଲି ଏହି କାର୍ତିକ ମାସର ଶେଷ ସୋମବାର ଥିବାରୁ ରାୟଗଡ ଜିଲ୍ଲାରେ ପ୍ରତ୍ୟେକ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ରାୟଗଡ ସହର ମଧ୍ୟରେ ଥିବା ବାଲୁଙ୍କେଶ୍ୱ ମନ୍ଦିର, ପାତାଳେଶ୍ୱର ମନ୍ଦିର, ମଲ୍ଲୀକେଶ୍ୱର ଇତ୍ୟାଦି ଶୈବପୀଠ ମାନଙ୍କରେ ସକାଳୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ପୂଜାଅର୍ଚନା କରିଥିଲେ । 

ସେହିଭଳି ପାଇକପଡା ଠାରେ ଥିବା ପାତାଳେଶ୍ୱର, କଲ୍ୟାଣସିଂହପୁରର ଦେବଗିରି ପହାଡ ଉପରେ ଥିବା ପଂଚମୂଖେଶ୍ୱର, ଚାଟିକଣା ସ୍ଥିତ ଶିବ ମନ୍ଦିର ଓ ଜିଲ୍ଲାରେ ଥିବା ବିଭିନ୍ନ ସ୍ଥାନ ମାନଙ୍କର ପ୍ରମୂଖ ଶୈବପୀଠରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସେହିଭଳି ଆଜି କାର୍ତିକ ପୂର୍ଣ୍ଣମୀରେ ଜିଲ୍ଲାର ବିଭିନ୍ନ ସ୍ଥାନ ମାନଙ୍କରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଥିଲେ । ଆଜି ସକାଳେ ଆମ ମହାନ ଐତିହ୍ୟର ସ୍ମାରକୀ  ସଦୃଶ ସାଧବ ପୁଅଙ୍କ ବୋଇତ ଯାତ୍ରାକୁ ସ୍ମରଣ କରିବା ପାଇଁ  ଶ୍ରଦ୍ଧାଳୁ ମାନେ ନଦୀ ଓ ପୋଖରୀ ମାନଙ୍କରେ କଦଳୀ ପଟୁଆ ଓ କାଗଜ ତିଆରି ସୁନ୍ଦର ସୁନ୍ଦର ଡଙ୍ଗାକୁ ସଜାଇ ଭସାଇଛନ୍ତି |  

 

 

 

 

 

 

 

 

 

 

 

 

0
0
0
s2sdefault