ହେଡଲାଇନସ୍:

ବ୍ରିଗେଡିୟର ବରଦା ପ୍ରସନ୍ନ ପଟ୍ଟନାୟକ ଓଏସଇଏସଏଲର ସଭାପତି ନିର୍ବାଚିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର,(ଶାସକ ପ୍ରଶାସକ)-ରାଜ୍ୟ ସୈନିକ ବୋର୍ଡ ତଥା ଭାରତୀୟ ଭୂତପୂର୍ବ ସୈନିକ ସଂଘର କେବଳ ସ୍ୱିକୃତୀ ପ୍ରାପ୍ତ ଓଡିିଶା ରାଜ୍ୟ ଭୂତପୂର୍ବ ସୈନିକ ସଂଘ(ଓଏସଇଏସଏଲ)ର ଦ୍ୱିବାର୍ଷିକ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ୧୨୦ ପଦାତିକ ବାହିନୀ ପରିସରରେ ୩ ତାରିଖରେ ଅନୁଷ୍ଠିତ  ହୋଇଥିବା ସାଧାରଣ ଅଧିବେଶନରେ  ରାଜ୍ୟ ସୈନିକ ବୋର୍ଡ ସମ୍ପାଦକ କମୋଡର ଲଳିତ କୁମାର ଅଗ୍ରୱାଲ  ଓ  ବରିଷ୍ଠ  ଉପଦେଷ୍ଟା ବ୍ରିଗେଡିୟର (ଡାକ୍ତର) ବାସୁଦେବ ରାଉତରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ  ସାଧାରଣ  ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ କରାଯାଇଥିଲା । ଏଥିରେ  ରାଜ୍ୟର ସମସ୍ତ ଜିଲା କର୍ମକର୍ତ୍ତାଙ୍କ  ସହିତ ଅନ୍ୟ ସଦସ୍ୟ ମାନେ ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ । ନିର୍ବାଚନ ଅଧିକାରୀ କର୍ଣ୍ଣଲ ସୁପ୍ରିୟ ପାଣିଙ୍କ ଦ୍ୱାରା ପ୍ରକାଶିତ ସୂଚନା ଅନୁସାରେ ବ୍ରିଗେଡିୟର ବରଦା ପ୍ରସନ୍ନ ପଟ୍ଟନାୟକ ସଭାପତି, କର୍ଣ୍ଣଲ ବିରେନ୍ଦ୍ର କୁମାର ବସ୍ତିଆ ବରିଷ୍ଠ  ଉପ ସଭାପତି, ୱିଙ୍ଗ କମାଣ୍ଡର ନନ୍ଦ କିଶୋର ସାମଲ ଓ ସୁବେଦାର ମେଜର ପ୍ରଶାନ୍ତ କୁମାର ଦାଶ ଉପସଭାପତି,  ଲେଫ୍ଟନେଣ୍ଟ  କର୍ଣ୍ଣଲ (ଡାକ୍ତର) ଲୋକନାଥ ସାହୁ ସାଧାରଣ ସମ୍ପାଦକ, ଅ. ଲେଫ୍ଟନେଣ୍ଟ  ବନ ବିହାରୀ ମିଶ୍ର ଓ କର୍ଣ୍ଣଲ ପ୍ରଶାନ୍ତ କୁମାର ସିଂହ ଯୁଗ୍ମ ସମ୍ପାଦକ ଏବଂ ସୁବେଦାର ମେଜର ନୃସିଂହ ଚରଣ ପଣ୍ଡା କୋଷାଧ୍ୟକ୍ଷ ଭାବେ ନିର୍ବାଚନ ହୋଇଥିବା ଜଣାଯାଇଛି । ସେହିପରି ସୁବେଦାର ମେଜର ତଥା ଅନରାରୀ କ୍ୟାପଟେନ୍ ଭରତ କୁମାର ଦାସ, ହାବିଦାଲଦାର ଶରତ ଚନ୍ଦ୍ର ସ୍ୱାଇଁ, ସୁବେଦାର ଗୋପାଳ ଚନ୍ଦ୍ର ସ୍ୱାଇଁ, ହାବିଲଦାର(ଡାକ୍ତର) ନବକିଶୋର ମିଶ୍ର ଓ ହାବିଲଦାର ପ୍ରହଲ୍ଲାଦ ଗଣ୍ଠିଆ  ପ୍ରମୁଖ ୫ ଜଣ କାର୍ଯ୍ୟକାରୀ ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀଙ୍କ ସୁତ୍ରରୁ ପ୍ରକାଶ । ଏହି ଅଧିବେଶନରେ ଓଏସଇଏସଏଲର ଆଇନ ପରାମର୍ଶଦାତା ବିଶିକେଶନ ପ୍ରଧାନ, ମିଡିଆ ସେଲ ସଦସ୍ୟ ଆଦର୍ଶ କୁମାର ପଟ୍ଟନାୟକଙ୍କ ସମେତ ଶତାଧିକ ବରିଷ୍ଠ  ଅଧିକାରୀ ଓ ଭେଟେରାନ ଉପସ୍ଥିତ ଥିଲେ । 

 

 

 

 

 

 

 

 

0
0
0
s2sdefault