ହେଡଲାଇନସ୍:

ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ହେରିଟେଜ୍ ଓ ରାଇ ଫାଉଣ୍ଡେସନ ଆନୁକୂଲ୍ୟରେ ରୟାଲ କଲେଜରେ ଚେସ୍ ଚୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ତା ୨୨.୦୩.୨୦୨୬ ରିଖ (ରବିବାର) ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ହେରିଟେଜ୍ ଓ ରାଇ ଫାଉଣ୍ଡେସନ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ରୟାଲ କଲେଜର ଅଡିଟୋରିଅମରେ ଚେସ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି । ଏହି ଚେସ୍ ଚୁର୍ଣ୍ଣାମେଣ୍ଟ କୁ ଅନୁଷ୍ଠାନର ଚେୟାରମ୍ୟାନ ଡ. ବିଷ୍ଣୁମୋହନ ମହାନ୍ତି ଓ ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ତଥା ରାଇ ଫାଉଣ୍ଡେସନର ପ୍ରତିଷ୍ଠାତା ଡ. ରମଣ ଅଗ୍ରୱାଲା ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।
ଏହି ଟୁର୍ଣ୍ଣାମେଣ୍ଟରେ ୨୦୧ ଜଣ ଚେସ୍ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ବିଭିନ୍ନ ବୟସ ପର୍ଯ୍ୟାୟରେ ଅଶି ଜଣଙ୍କୁ ଟ୍ରଫି ଓ ମେଡାଲ ପ୍ରଦାନ କରାଯାଇଥିବା ବେଳେ, ଉଭୟ ଓପନ ଓ ଏଜ୍ କାଟାଗୋରିରେ ପ୍ରଥମ ତିନି ଜଣଙ୍କୁ କୃଷ୍ଣ କୁମାର ମହାବୀର ପ୍ରସାଦ ଅଗ୍ରୱାଲ ମେମୋରିଆଲ୍ ଟ୍ରଫି ପ୍ରଦାନ କରାଯାଇଥିଲା ।
ଏହାପରେ ଓପନ୍ କାଟାଗୋରିରେ ଟପ୍ ଖେଳାଳିମାନଙ୍କୁ ସମୁଦାୟ ୫୭ ହଜାର ଟଙ୍କା କ୍ୟାସ ପ୍ରାଇଜ୍ ପ୍ରଦାନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟକୁ ଫିଡେ ଆରବିଟର ଅଭିଷେକ ଆଚାର୍ଯ୍ୟ ପରିଚାଳନା କରିଥିଲେ । ରୋଟାରି କ୍ଲବ୍ ଅଫ୍ ଭୁବନେଶ୍ୱର ହେରିଟେଜ ତରଫରୁ ରୋଟାରିଆନ୍ ରାଜନାରାୟଣ ତ୍ରିପାଠୀ, ରୋଟାରିଆନ୍ ରାମଚନ୍ଦ୍ର ସାହୁ, ରୋଟାରିଆନ୍ ସୀତାଂଷୁ ଓ ରଂଜିତ ମହାପାତ୍ର, ରୋଟାରିଆନ୍ ଦେବବ୍ରତ ପାଣିଗ୍ରାହୀ, ରୋଟାରିଆନ ମିଲନ ମହାନ୍ତି, ରାଇ ଫାଉଟେସନର ରୋଟାରିଆନ୍ ରମଣ ଅଗ୍ରୱାଲ ଓ ଆରତୀ ଅଗ୍ରୱାଲ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ପ୍ରତିଯୋଗୀମାନଙ୍କର ଅବିଭାବକ ମାନେ ଉପସ୍ଥିତ ରହି ରୋଟାରି ହେରିଟେଜ୍ ଓ ରାଇ ଫାଉଣ୍ଡେସନର ଭୂୟସି ପ୍ରଶଂସା କରିଥିଲେ ।

0
0
0
s2sdefault