ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ରୋଟାରୀ ଷ୍ଟିଲ ସିଟି ତରଫରୁ ରାଉରକେଲା କ୍ଲବ ଠାରେ ଏକ ଚ୍ୟାରିଟି ସୋ ଆୟୋଜନ କରାଯାଇଥିଲା। ଏହି ଚ୍ୟାରିଟି ସୋ ରେ ପ୍ରାୟ ୨୦୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଲା ଏଥିରୁ ମିଳୁଥିବା ଅର୍ଥରାଶି ସମାଜରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟରେ ବିନିଯୋଗ କରିବା। ଏହି କାର୍ଯ୍ୟକ୍ରମରେ ଷ୍ଟିଲ ସିଟିର ଉପଦେଷ୍ଟା ରୋଟାରୀଆନ ଡ ଅଞ୍ଜନା ମୈତ୍ର ଙ୍କ ଦ୍ଵାରା ପରିଚାଳିତ ହୋଇଥିଲା। କ୍ଲବର ସଭାପତି ରୋଟାରୀଆନ ବିଣାପାଣୀ ରଥ ସ୍ବାଗତ ଭାଷଣ ପ୍ରଦାନ କରିଥିଲା ବେଳେ ପିପି ରୋଟାରୀଆନ ପୁତୁଲ ରାହୁଲ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା ତଥା ସମସ୍ତ ରୋଟାରୀଆନ ସର୍ବଶ୍ରୀ ଦେବଜିତ ବାନାର୍ଜୀ,ସୂରଜ,ଆଶିଷ ନାୟକ, ସରିତା,ବିଜୟ ବୈଭବ, ନମିତା, ଲଳିତା, ରଶ୍ମି ମିଶ୍ର,ରସରାଜ ନାୟକ,ପୁନମ,ପିଉ, ନିବେଦିତା ମହାନ୍ତି, ନିବେଦିତା ମିଶ୍ର,ଅସୀମା, ନମିତା ମହାପାତ୍ର, ବବିତା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଉରକେଲାର ବିଭିନ୍ନ ରୋଟାରୀ କ୍ଲବର ସଦସ୍ୟ ମାନେ ଯୋଗଦେଇଥିଲେ। ସୂଚନାଯୋଗ୍ୟ ଯେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଏହି ମହତ କାର୍ଯ୍ୟ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି। ସେବା ହିଁ ପରମ ଧର୍ମ ନୀତି କୁ ଆପଣାଇ ଏହି କାର୍ଯ୍ୟକ୍ରମରେ ମିଳୁଥିବା ଅର୍ଥରାଶି ଦ୍ବାରା ଷ୍ଟିଲ ସିଟିର ବିଭିନ୍ନ ପ୍ରୋଜେକ୍ଟ ମାଧ୍ୟମରେ ସମାଜ ମଙ୍ଗଳ ନିମନ୍ତେ ଏକ ଛୋଟ ପ୍ରୟାସ କରାଯାଇଥିଲା।
ରାଜ୍ୟ
ରୋଟାରୀ ଷ୍ଟିଲ ସିଟି ର ଚ୍ୟାରିଟି କାର୍ଯ୍ୟକ୍ରମ
- Hits: 5








