ହେଡଲାଇନସ୍:

ଓଡ଼ିଶା ଲେଖିକା ସାହିତ୍ୟ ସଂସଦ ପକ୍ଷରୁ ଅନ୍ନପୂର୍ଣ୍ଣା ସ୍ମୃତି ସମ୍ମାନ ଓ ସୁରେଖା ସ୍ମୃତି ସମ୍ମାନ ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଆୟୋଜିତ ଓଡ଼ିଶା ଲେଖିକା ସାହିତ୍ୟ ସଂସଦ ର ତେତିଶ ତମ ବାର୍ଷିକ ଉତ୍ସବ ଓ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି।
ଏହି ଉତ୍ସବ ରେ ମୁଖ୍ୟ ଅତିଥି ଡଃ ବୈଷ୍ଣବ ଚରଣ ସାମଲ , କଟକ , ମୁଖ୍ୟ ବକ୍ତା ଶ୍ରୀ ଦେବ ପ୍ରସାଦ ଦାଶ ସ୍ଵତନ୍ତ୍ର ଶାସନ ସଚିବ ଆଇନ , ଭାଷା ଓ ସଂସ୍କୃତି ବିଭାଗ, ସମ୍ମାନିତ ଅତିଥି ଡଃ ଚନ୍ଦ୍ର ଶେଖର ହୋତା ସଚିବ ଓଡ଼ିଶା ସାହିତ୍ୟ ଏକାଡେମୀ , ସମାନ୍ନିତ ବକ୍ତା ପ୍ରଫେସର ଡଃ ସୋମା ଚାନ୍ଦ , ଲେଖିକା ସାହିତ୍ୟ ସଂସଦ ର ସଭାନେତ୍ରୀ ଡଃ ଶକୁନ୍ତଳା ବଳିୟାରସିଂହ , ଯୁଗ୍ମ ସଂପାଦିକା ଶ୍ରୀମତୀ କାନନ ବାଳା ପଟ୍ଟନାୟକ , ସଙ୍ଗଠନ ସଂପାଦିକା ଡଃ ସୁଚେତା ରାଉତ , ସାଧାରଣ ସଂପାଦିକା ଶ୍ରୀମତୀ କମଳ କୁମାରୀ ଦାଶ ଯୋଗ ଦେଇ ନାରୀ ଲେଖନୀ ର ସ୍ୱର ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ସାରା ଓଡ଼ିଶା ରୁ ୨୮ ଜଣ ନାରୀ ଲେଖିକା ମାନଙ୍କୁ ବିଭିନ୍ନ ସମାନ୍ନ ରେ ସମ୍ମାନିତ କରାଯାଇଥିଲା। ଗଜପତି ଜିଲ୍ଲା ର ଅଗ୍ରଣୀ "ଆକାଂକ୍ଷା" ମହିଳା ପତ୍ରିକା ର ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ ଙ୍କୁ ଅନ୍ନପୂର୍ଣ୍ଣା ନନ୍ଦ ସ୍ମୃତି ସମ୍ମାନ ରେ ସମ୍ମାନିତ କରାଯାଇଥିଲା ଏବଂ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ର ଓଡ଼ିଆ ଭାଷା ବିଭାଗ ସ୍ନାତକୋତ୍ତର ପ୍ରଥମ ବର୍ଷ ଛାତ୍ରୀ ସୁଶ୍ରୀ ମନୀଷା ଦେବୀ ପାତ୍ର ଙ୍କୁ ସୁରେଖା ସ୍ମୃତି ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ସର୍ବ ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭା କାର୍ଯ୍ୟ ସମାପନ କରାଯାଇଥିଲା।

0
0
0
s2sdefault