କୋମନା/ ଭାଗିରଥି ଭୋଇ : ନୂଆପଡା ଜିଲା କୋମନା ବ୍କକ ଉଲଭା ଗ୍ରାମର ପରମାନନ୍ଦ କଣ୍ଟା(୨୧) ଭୂବନେଶ୍ବର ରେ ନିଖୋଜ ହୋଇଯାଇଥିବା ଜଣାପଡିଛି । ଉଲଭା ଗ୍ରାମର ସୁକଳ ସିଂ କଣ୍ଟାଙ୍କ ପୁଅ ପାରମାନନ୍ଦ । ଯୁକ୍ତ ଦୁଇ ପାସ କଲା ପରେ ସେ କାମ ଅନ୍ବେଷଣରେ ଭୂବନେଶ୍ବର ଯାଇଥିଲେ । ସେଠାରେ ସେ ୫ ମାସ କାମ କଲା ପରେ ଗତ ୩୦ ତାରିଖ ସେଠାରୁ କୁଆଡେ ଚାଲିଯାଇଛନ୍ତି । ସେ କୁଆଡେ ଚାଲିଗଲେ କାହାକୁ କିଛି ଜଣା ନାହିଁ । ତାଙ୍କର ମୋବାଇଲ କୁ ଫୋନ କଲେ ମୋବାଇଲ ବନ୍ଦ ସୂଚନା ଦେଉଛି । ପରମାନନ୍ଦଙ୍କୁ ନେଇ ପରିବାର ଏବେ ଚିନ୍ତାରେ । ତେବେ ଏ ନେଇ କୋମନା ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିବା ଜଣାପଡିଛି । ତାଙ୍କ ପୁଅକୁ ଖୋଜି ବାହାର କରିବା ପାଇଁ ପରିବାର ଲୋକେ ଜିଲ୍ଲା ପ୍ରଶାସନ ପାଖରେ ନିବେଦନ କରିଛନ୍ତି ।
ରାଜ୍ୟ
କୁଆଡେ ଗଲେ ପରମାନନ୍ଦ, ଚିନ୍ତାରେ ପରିବାର : କାମ ଖୋଜିବାକୁ ଆସି ଭୂବନେଶ୍ବରରେ ଯୁବକ ନିଖୋଜ(pls share this for the poor family)
- Hits: 792
