ହେଡଲାଇନସ୍:

କୃଷ୍ଣ ବଳରାମ ବେଶରେ ଦର୍ଶନ ଦେଲେ ଶ୍ରୀ ରଘୁନାଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, : ଓଡଗାଁର ଶ୍ରୀରଘୁନାଥଜୀଉଙ୍କ ପିଠରେ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରପଂଚୁକ ଯାତ୍ରାର ୩ୟ ଦିବସରେ ପ୍ରଭୁ ରାମଚନ୍ଦ୍ର ଶ୍ରୀକୃଷ୍ଣ ଓ ଅନୁଜ ଲକ୍ଷ୍ମଣ ବଳରାମ ବେଶରେ ସଜ୍ଜିତ ହୋଇ ସନ୍ଧ୍ୟାରେ  ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ । ପ୍ରଭୁ ଶ୍ରୀରଘୁନାଥ ଶ୍ରୀକୃଷ୍ଣ ରୂପରେ ଛନ୍ଦା ଚରଣ ଭଙ୍ଗୀରେ ବଂଶୀ ବାଦନ ଠାଣିରେ ଏବଂ କପାଳରେ ବାଙ୍କଚୁଡ କିରିଟୀ ଲାଗି ହେବା ସହିତ ଅନୁଜ ଲକ୍ଷଣ ହଳ ମୂଷଳ ଆୟୁଧ ଧାରଣ କରିଥିବା ବେଶରେ ଦର୍ଶନ ଦେଇଥିଲେ । ପ୍ରଭୁଙ୍କର ଏହି ମନୋଲୋଭା ରୁପଠାଣୀ ନିକଟରେ ମା’ ସୀତା ଶ୍ରୀରାଧା ପାଲଟି ଯାଇଥିଲେ । ଆଜି ସନ୍ଧ୍ୟାରେ ପ୍ରଭୁଙ୍କର ଏହି ଦିବ୍ୟ ବେଶ ସନ୍ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ବିଶେଷ କରି କାର୍ତିକ ହବିଷ୍ୟାଳୀମାନେ ଏକାବେଳେ ରାମ, କୃଷ୍ଣ ଏବଂ ଜଗନ୍ନାଥଙ୍କୁ ଦର୍ଶନ କରିବାର ସୈାଭାଗ୍ୟ ଅର୍ଜନ କରିଥିଲେ । ଆଜିର ପାଳିଆ ପଣ୍ଡା ଜୟକୃଷ୍ଣ ମହାପାତ୍ର, ପୂଜକ ପରିଷଦର କର୍ମକର୍ତା ଓ ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ଶୃଙ୍ଖଳାର ସହ ସମସ୍ତ ଦାୟିତ୍ୱ ସମ୍ପାଦନ କରିଥିଲେ । 

 

0
0
0
s2sdefault