ହେଡଲାଇନସ୍:

କପି ରୋକିବା ପାଇଁ ରହିବ ତ୍ରିସ୍ତରୀୟ ସ୍କ୍ୱାଡ ବ୍ୟବସ୍ଥା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ନିର୍ଭୟରେ ପରୀକ୍ଷା ପରିଚାଳନା କରିବାକୁ ଏସପିଙ୍କ ପରାମର୍ଶ  

19-02-18-bolangir.jpg - 219.36 kB

ବଲାଙ୍ଗିରରୁ ନୀରୋଜ କୁମାର ମିଶ୍ର  :  ଚଳିତ ମାସ ୨୩ ତାରିଖଠାରୁ ଆରମ୍ଭ ହେବାକୁ ଯାଉଥିବା ମାଟ୍ରିକ ପରୀକ୍ଷା ସୁପରିଚାଳନା ନିମନ୍ତେ ଜିଲ୍ଲା ଶିକ୍ଷା ବିଭାଗ ଓ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି । ସ୍ଥାନୀୟ ପି.ପି.ଏକାଡେମୀ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁବୋଧ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ପରୀକ୍ଷା କେନ୍ଦ୍ର ପରିଚାଳକମାନଙ୍କର ବୈଠକ ଅନୁଷ୍ଠିତ  ହୋଇଥିଲା । ଉକ୍ତ ବୈଠକରେ ଏଲିମେଣ୍ଟାରୀ ଡାଇରେକ୍ଟର ଚୁଡାମଣି ସେଠ୍, ଜିଲ୍ଲା ଆରକ୍ଷୀ ଅଧିକାରୀ କେ. ଶିବା ସୁବ୍ରମଣୀ, ଉପଜିଲ୍ଲାପାଳ ଭୈରବ ସିଂ ପଟେଲ, ଡିପିସି ଧନଞ୍ଜୟ ମହାପାତ୍ର, ବଲାଙ୍ଗିର ବିଇଓ ରିଚପାଲ ସାଗର, ପୁଇଁନ୍ତଲା ବିଇଓ ନେପାଲ ଚନ୍ଦ୍ର ବାଗ, ଖପ୍ରାଖୋଲ ବିଇଓ ଘନଶ୍ୟାମ ମେହେର, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ନିଳମଣି ପଟେଲ, ଆଇ.ପି.ଇ. ଜ୍ୟୋତି ପ୍ରସାଦ ପରିଡା, ବଙ୍ଗୋମୁଣ୍ଡା ଭାରପ୍ରାପ୍ତ ବିଇଓ ରିନା ମେହେର, ପି.ପି. ଏକାଡେମୀର ପ୍ରଧାନ ଶିକ୍ଷକ ଛାୟାକାନ୍ତ ସାହୁ ଯୋଗ ଦେଇ ଜିଲ୍ଲାରେ ମାଟ୍ରିକ ପରୀକ୍ଷା ସୁଚାରୁ ଭାବେ ସମ୍ପନ୍ନ କରିବାକୁ ପରାମର୍ଶ ଦେଇଥିଲେ । ଆରକ୍ଷୀ ଅଧିକ୍ଷକ ଜିଲ୍ଲାର ସମସ୍ତ ପରୀକ୍ଷା କେନ୍ଦ୍ରକୁ ସୁରକ୍ଷା ଯୋଗାଇ ଦେବାକୁ କହି ନିର୍ଭୟ ଭାବରେ ପରୀକ୍ଷା କରିବାକୁ କହିଥିଲେ । କପି ରୋକିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଓ ଜିଲ୍ଲା ଶିକ୍ଷା ବିଭାଗର ମିଳିତ ସହଯୋଗରେ ତ୍ରିସ୍ତରୀୟ ସ୍କ୍ୱାଡ ପାର୍ଟି ଗଠନ କରାଯାଇଥିବା ପ୍ରକାଶ କରି ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା, କଟକଙ୍କ ନିର୍ଦ୍ଦେଶ  କ୍ରମେ ଚଳିତ ବର୍ଷ ମହାବିଦ୍ୟାଳୟ ମାନଙ୍କର ଅଧ୍ୟାପକମାନଙ୍କୁ ନେଇ ସ୍କ୍ୱାର୍ଡ ଗଠନ କରାଯିବା କଥା ଅବଗତ କରାଯାଇଥିଲା । ପରୀକ୍ଷାର ସୁପରିଚାଳନାରେ ସମସ୍ତ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ସହଯୋଗ କରିବାକୁ ସଭାରେ ଆଲୋଚନା ହୋଇଥିଲା । ଯେଉଁ ବିଦ୍ୟାଳୟରେ କପିକୁ ପ୍ରାଧାନ୍ୟ ଦିଆଯିବ ସେ ବିଦ୍ୟାଳୟର ସୁପରିଟେଣ୍ଡେଣ୍ଟ ଦାୟୀ ରହିବେ ବୋଲି ବୈଠକରେ ସମସ୍ତଙ୍କୁ ଚେତାଇ ଦିଆଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଶ୍ନ ପତ୍ର ରହିଥିବା ୧୫ଟି ବିଦ୍ୟାଳୟର ନୋଡାଲ ସୁପରିଟେଣ୍ଡେଣ୍ଟ ମାନଙ୍କର ବୈଠକ ବସିଥିଲା । ପ୍ରଶ୍ନ ପତ୍ର ଓ ଉତ୍ତର ଖାତାକୁ କିଭଳି ଭାବେ ବାଣ୍ଟିବେ ଓ ଆଣିବେ ତଥା ସେମାନଙ୍କ କର୍ତ୍ତର୍ବ୍ୟ ବିଷୟରେ ଆଲୋଚନା ହୋଇଥିଲା ।  

ପ୍ରକାଶ ଥାଉ କି, ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲାରେ ୧୬୨ଟି ପରୀକ୍ଷା କେନ୍ଦ୍ରରେ ୨୪୯୮୪ ରେଗୁଲାର ଓ ୬୫୧ ଏକ୍ସ ରେଗୁଲାର ମୋଟ ୨୫୬୩୫ ଜଣ ପରୀକ୍ଷାର୍ଥୀ ମାଟି୍ରକ ପରୀକ୍ଷା ଦେବେ । ମଧ୍ୟମା ସଂସ୍କୃତ ପରୀକ୍ଷା ୩ଟି କେନ୍ଦ୍ରରେ ୧୨୬  ଜଣ ଦେବା ବେଳେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପାଠ୍ୟକ୍ରମରେ ୫ଟି ବ୍ଲକର ୧୫ଟି ବିଦ୍ୟାଳୟର ୭୩୩ ଜଣ ପରୀକ୍ଷାର୍ଥୀ ଓ ପତ୍ର ବିନିମୟ ପାଠ୍ୟକ୍ରମରେ ରେଗୁଲାର ପରୀକ୍ଷାର୍ଥୀ ୫୮ ଜଣ ପରୀକ୍ଷା ଦେବେ ।

0
0
0
s2sdefault