ହେଡଲାଇନସ୍:

ତାରପୁର ନିକଟ ମହାନଦୀପୋଲ ଉପରେ ସାଇକେଲ ରଖି ମହାନଦୀକୁ ଡ଼େଇଁ ନିଖୋଜ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଜଗତସିଂହପୁର:(ରମେଶ ମହାନ୍ତି):-ତାରପୁର ନିକଟସ୍ଥ ମହାନଦୀ ପୋଲ ଉପରେ ସାଇକେଲ ରଖି ଜଣେ ବ୍ୟକ୍ତି ମଙ୍ଗଳବାର ସକାଳେ ମହାନଦୀକୁ ଡ଼େଇଁ ନିଖୋଜ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ସକାଳ ପ୍ରାୟ ୯ ଟା ବେଳେ ତାରପୁର ନିକଟସ୍ଥ ମହାନଦୀ ପୋଲ ଉପରେ ସାଇକେଲ ରଖି ଜଣେ ବ୍ୟକ୍ତି ନଦୀକୁ ଡ଼େଇଁ ପଡ଼ିଲେ ବୋଲି ପ୍ରଚାର ହୋଇଗଲା । ଲୋକମାନେ ଯଥାଶିଘ୍ର ରଘୁନାଥପୁର ଦମକଳ କେନ୍ଦ୍ରକୁ ଫୋନ୍ କରିଥିଲେ । ରଘୁନାଥପୁର ଦମକଳ କେନ୍ଦ୍ରର କର୍ମଚାରୀମାନେ ଆସି ମହାନଦୀରେ ଦିନ ସାରା ତଲାସି ଚଳାଇଥିଲେ ମଧ୍ୟ ମୃତ କିମ୍ବା ଜିବିତ ଅବସ୍ଥାରେ ବ୍ୟକ୍ତିଙ୍କର କୌଣସି ପତା ପାଇନାହାନ୍ତି । ଅନ୍ୟପକ୍ଷରେ ପୋଲ ଉପରେ ରହିଥିବା ଏକ ସାଇକେଲ କୁ ରଘୁନାଥପୁର ଥାନା ପୋଲିସ୍ ଥାନାକୁ ନେଇଯାଇଛନ୍ତି । କିନ୍ତୁ ସାଇକେଲର କେହି ଦାବିଦାର ବର୍ତମାନ ସୁଦ୍ଧା ନାହାନ୍ତି ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଅଢ଼େଇକୂଳ ର ଅକ୍ଷୟ କୁମାର ବିଶ୍ୱାଳ(୫୮) ଙ୍କର ସେହି ସାଇକେଲ ଓ ସେ ନିଖୋଜ ଥିବା କଥା ତାଙ୍କର ଜଣେ ସମ୍ପର୍କିୟ କହିଥିଲେ ମଧ୍ୟ ଏ ସମ୍ପର୍କରେ ଥାନାରେ ଅଭିଯୋଗ ହୋଇନଥିବା ଜଣାପଡିଛି ।

0
0
0
s2sdefault