ହେଡଲାଇନସ୍:

ଜଳ ସମ୍ପଦ ମନ୍ତ୍ରୀଙ୍କ ହିନ୍ଦୋଳ  ଉପଖଣ୍ଡର  ସାପୁଆ ଡ୍ୟାମ ପରିଦର୍ଶନ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି ପୂର୍ବାହ୍ନରେ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ସାପୁଆ ଜଳ ସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ମନ୍ତ୍ରୀ ତାଙ୍କର ଏହି  ଗସ୍ତ ସମୟରେ ପ୍ରକଳ୍ପର ସ୍ପିଲ ୱେ ( ଜଳ ନିର୍ଗମନ ପଥ) ବୁଲି  ଦେଖିଥିଲେ ।  ଏହି ପ୍ରକଳ୍ପର ଉପଯୁକ୍ତ  ରକ୍ଷଣାବେକ୍ଷଣ  କରିବା ପାଇଁ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିବାବେଳେ ସ୍ଲିଲ୍ ୱେର ପ୍ରାୟ ୨୦୦ମିଟର  ତଳକୁ ପଥର ପ୍ୟାକିଂର ବ୍ୟବସ୍ଥା କରାଯିବାକୁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।  ଏହି ପ୍ରକଳ୍ପ ମାଧ୍ୟମରେ ଜଳ ସେଚିତ ହେଉଥିବା ୨୪୯୬ ହେକ୍ଟର ଅଂଚଳର ଚାଷ ଜମିକୁ ଜଳ ଯୋଗାଣ ସଂପର୍କରେ ମନ୍ତ୍ରୀ ପଚାରି ବୁଝିବା ସହିତ ଏଦିଗରେ ଅଧିକ ଯତ୍ନବାନ  ହେବାକୁ ମନ୍ତ୍ରୀ  ଶ୍ରୀ ଦାସ ବିଭାଗୀୟ ଯନ୍ତ୍ରୀଙ୍କୁ ଆବଶ୍ୟକୀୟ ନିଦେ୍ର୍ଧଶ ଓ ପରାମର୍ଶ ଦେଇଥିଲେ ।  ଦୁଇ ପାହାଡ ମଝିରେ ସବୁଜ ବନାନୀ ସଂଲଗ୍ନ ଅବସ୍ଥିତ ଏହି ପ୍ରକଳ୍ପଟି  ଜଳ ସେଚନ ପାଇଁ ବହୁ ଉପଯୋଗୀ ହେଉଥିବା ବେଳେ ଏହାକୁ ମଧ୍ୟ ଏକ ଆକର୍ଷଣୀୟ  ପର୍ଯ୍ୟଟନ ସ୍ଥଳୀରେ ବିକଶିତ କରିବା ପାଇଁ ପଦକ୍ଷେପ ନେବାକୁ ଉଚ୍ଚ ସ୍ତରୀୟ ଆଲୋଚନା ପାଇଁ ମନ୍ତ୍ରୀ ଶ୍ରୀ ଦାସ  ପ୍ରସ୍ତାବ ଦେଇଛନ୍ତି । ମନ୍ତ୍ରୀଙ୍କ ଗସ୍ତ ସମୟରେ ଅନୁଗୋଳ ଜିଲ୍ଲା ଜଳ ସେଚନ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଦୀପ୍ତିରଞ୍ଜନ ପଣ୍ଡା ଓ ନିର୍ବାହୀ ଯନ୍ତ୍ରୀ    ଇଂ. ସରୋଜକାନ୍ତ ମିଶ୍ର ପ୍ରମୁଖ  ଉପସ୍ଥିତ ଥିଲେ ।  

 

0
0
0
s2sdefault