ହେଡଲାଇନସ୍:

ରାଜବୋଡାସମ୍ବର ବ୍ଲକସ୍ତରୀୟ ଶିଶୁ ମହୋତ୍ସବ-ସୁରଭି ଉଦଯାପିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ)- ରାଜବୋଡାସମ୍ବର ବ୍ଲକସ୍ତରୀୟ ଶିଶୁ ମହୋତ୍ସବ-ସୁରଭି ସ୍ଥାନୀୟ ରାଜବୋଡାସମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ପଦ୍ମପୁର ଠାରେ  ବିଇଓ ଶ୍ରୀ ତ୍ରିବିକ୍ରମ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।   ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସରୋଜ କୁମାର ଭୁଏ ଅତିଥି ରୂପେ ଯୋଗ ଦେଇ ନୂତନ ଭାବେ ତିଆରି ହୋଇଥିବା ଗଙ୍ଗାଧର ମେହେର ମଣ୍ଡପକୁ ଉଦଘାଟନ କରିଥିଲେ । ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୨୫୦ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ ଓ ଏଥିରେ  ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗନେବାପାଇଁ ମନୋନୀତ କରାଗଲା । ବିଇଓ ଶ୍ରୀଯୁକ୍ତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ କୁମରମଣି ନାଏକ ମୁଖ୍ୟଅତିଥି,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇ,ପ୍ରଧାନଶିକ୍ଷକ ସରୋଜ କୁମାର ଭୁଏ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବରିକେଲ ସିଆରସିସି ଶ୍ରୀ ରାଜେନ୍ଦ୍ର ମହାନ୍ତି ଓ ମଞ୍ଚ ପରିଚାଳନା କରିଥିଲେ ଶ୍ରୀମତୀ ଜଲି ଦାଶ ।  ଶେଷରେ ଧନ୍ୟବାଦ ଦେଇଥିଲେ ମହୁଲପାଲି ସିଆରସିସି ଶ୍ରୀ ସରୋଜ ପ୍ରସାଦ ଷଡଙ୍ଗୀ ।ଏବିଇଓ ଶ୍ରୀ ବିପିନ ବିହାରୀ ମିଶ୍ର, ଶ୍ରୀଯୁକ୍ତ ଜୟକୁମାର ସାହୁ ଓ ଶ୍ରୀ ଧବଳେଶ୍ଵର ବରିହା ତଥା ବିଆରଟି ଭଗବାନ ତରିଆ,ପ୍ରଭାତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପାଦିତ ହୋଇଥିଲା ଏଥିରେ ବ୍ଲକର ସମସ୍ତ ସିଆରସିସି, ଗୋଷ୍ଠୀ ଶିକ୍ଷା କାର୍ଯ୍ୟ।ଳୟର ପରମେଶ୍ଵର ନାଗ,ଦିବ୍ୟ ବିଶ୍ଵାଳ,ମୋହନ ଦାସ ନାଗ,ସଂଗୀତା ରାଉତ,ସୁଚିସ୍ମିତା ଶତପଥୀ,ନବନୀତା ସେଠ,ନିର୍ମଳ ବାଙ୍କା,ବୈକୁଣ୍ଠ ଭୋଇ,ପୁର୍ଣିମା ଭୋଇ,ଜଗନ୍ନାଥ ବେହେରା,ଶ୍ରୀକାନ୍ତ ପଧାନ  ତଥା ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

0
0
0
s2sdefault