ହେଡଲାଇନସ୍:

ମନ୍ତ୍ରୀ ପ୍ରତାପ  ଜେନା ପାଇବେ ଫେମ ଇଣ୍ଡିଆ  ସର୍ବଶ୍ରେଷ୍ଠ  ମନ୍ତ୍ରୀ ପୁରସ୍କାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,:ରାଜ୍ୟ ଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ, ଆଇନ୍‍ ମନ୍ତ୍ରୀ ପ୍ରତାପ ଜେନା ଚଳିତବର୍ଷର ଫେମ୍‍ ଇଣ୍ଡିଆ ପକ୍ଷରୁ ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପାଇବେ । ନଭେମ୍ବର ୯ ତାରିଖରେ ଶ୍ରୀ ଜେନା ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏହି ପୁରସ୍କାର ଗ୍ରହଣ କରିବେ । ଫେମ୍‍ ଇଣ୍ଡିଆ ପକ୍ଷରୁ ମନ୍ତ୍ରୀମାନଙ୍କ ବିଭିନ୍ନ କାର୍ଯ୍ୟର ଆକଳନ ସହ ସରକାରୀ ଯୋଜନା ଗୁଡିକୁ ଠିକଣା ବାଟରେ ନେବା, ଦାୟିତ୍ୱ ସମ୍ପନ୍ନ ହୋଇ କାର୍ଯ୍ୟକରିବା ଓ ସର୍ବୋପରି ଦୁର୍ନୀତି ଠାରୁ ଦୂରେଇ ରହିବା ଆଦି ଦିଗକୁ ଆକଳନ କରାଯିବା ପରେ ଏହି ଜାତୀୟ ସ୍ତରର ପୁରସ୍କାର ପ୍ରଦାନ କରାଯାଇଥାଏ । 

ଫେମ୍‍ ଇଣ୍ଡିଆ ପତ୍ରିକା ପକ୍ଷରୁ କୁହାଯାଇଛି ଯେ ଗୋଟିଏ ରାଜ୍ୟର ବିକାଶ ଏହାର ମନ୍ତ୍ରୀଙ୍କ ଉପରେ ନିର୍ଭର କରେ । ସାଧାରଣ ଲୋକଙ୍କ ପାଇଁ ଚଳାଯାଉଥିବା ଯୋଜନା ଗୁଡିକୁ ମନ୍ତ୍ରୀ ଠିକଣା ବାଟରେ ନେବା ଳରେ ସରକାରଙ୍କ ବିକାଶକୁ ବଡ ସଫଳତା ମିଳିଥାଏ । ଯଦି ମନ୍ତ୍ରୀ ଦୁର୍ନୀତିଗ୍ରସ୍ତ ଓ ଦାୟିତ୍ୱହୀନ ହେବେ ତେବେ ତାଙ୍କ ବିଭାଗ ଉପରେ ଏହାର ନକରାତ୍ମକ ପ୍ରଭାବ ପଡିବ । ଏଭଳି ସ୍ଥିତିରେ ମନ୍ତ୍ରୀମାନଙ୍କ କାର୍ଯ୍ୟର ଠିକଣା ଆକଳନ କରାଯିବା ଦ୍ୱାରା ଲୋକଙ୍କ ଆଖିରେ ଏହା ସରକାରଙ୍କ ସଫଳତାକୁ ପ୍ରଦର୍ଶିତ କରିଥାଏ । 

ଯେତେବେଳେ ମନ୍ତ୍ରୀମାନେ ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରିଥାନ୍ତି ସେତେବେଳେ ଆମେ ସେମାନଙ୍କ ଭଲ କାମକୁ ପ୍ରଶଂସା କରିଥାଉ । ଏହାଦ୍ୱାରା ମନ୍ତ୍ରୀମାନଙ୍କ କାର୍ଯ୍ୟକୁ ଅଧିକ ଉତ୍ସାହ  ମିଳିଥାଏ । ସାମ୍ବାଦିକତା କ୍ଷେତ୍ରରେ ୮ବର୍ଷର ଦୀର୍ଘ ଯାତ୍ରା କାଳରେ ସଫଳ ମନ୍ତ୍ରୀମାନଙ୍କୁ ଫେମ୍‍ ଇଣ୍ଡିଆ ଉତ୍ସାହିତ  କରି ଆସିଛି, ଯାହା ଫଳରେ ସେମାନଙ୍କ ଉତ୍ତମ ପ୍ରଦର୍ଶନରେ ଡେଣା ଲାଗିଛି । ଏହି କ୍ରମରେ ଚଳିତବର୍ଷ ରାଜ୍ୟ ମନ୍ତ୍ରୀମାନଙ୍କର ବିଭିନ୍ନ ପ୍ରଦର୍ଶନକୁ ନେଇ ଆକଳନ ହୋଇଛି । ସେଗୁଡିକ ହେଲା ପରିଚାଳନା କ୍ଷେତ୍ରରେ ସଠିକ୍‍ ଦକ୍ଷତା, ସରକାରୀ କଳ ଓ ଲକ୍ଷ୍ୟକୁ ଠିକଣା ଭାବେ ବୁଝିବା ସହିତ ଅଫିସରମାନଙ୍କୁ ନିୟନ୍ତ୍ରଣ କରିବାର କଳା ହିଁ ଜଣେ ମନ୍ତ୍ରୀଙ୍କ ସଫଳତାକୁ ଦର୍ଶାଇଥାଏ । ଚୂଡାନ୍ତ ଆକଳନରେ ଓଡିଶାର କ୍ୟାବିନେଟ୍‍ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ସର୍ବ ଶ୍ରେଷ୍ଠ  ମନ୍ତ୍ରୀ ପୁରସ୍କାର ପ୍ରଦାନ ଲାଗି ଚୟନ କରାଯାଇଛି ।

0
0
0
s2sdefault