ହେଡଲାଇନସ୍:

ମିଳିଲା ପ୍ରତିଶ୍ରୁତି : ସପ୍ତାହେ ଭିତରେ ପୂରଣ ହେବ ଚାଷୀଙ୍କ ଦାବି  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବେଳପଡା :- (ବନମାଳୀ ନାୟକ ) ପାଟଣାଗଡ଼ ଉପଜିଲ୍ଲାପାଲଙ୍କ ନିମନ୍ତ୍ରଣ କ୍ରମେ ଜୟ କୋସଲ କୃଷକ ସଙ୍ଗଠନର ପ୍ରତିନିଧି ମଣ୍ଡଲି ଓ ପ୍ରଶାସନିକ  ଅଧିକାରୀଙ୍କ ମଧ୍ୟରେ ଚାଷି ସମସ୍ୟା  ବିଷୟରେ ଏକ ଆଲୋଚନା ହେଇଥିଲା | ଯେଉଁଥିରେ ୨୦୧୮ ମରୁଡ଼ି ସହାୟତା ବଣ୍ଟନରେ ଅଭିଯୋଗ ହେଇଥିବା ଅନିୟମିତା ବିଷୟରେ ବିଶେଷ ଭାବେ ଆଲୋଚନା ହେଇଥିଲା | ଚାଷି କେମିତି ଉଚିତ୍ ନ୍ୟାୟ ପାଇପାରିବ ଏବଂ ସରକାରି ସୁବିଧା ଜେମିତି ଚାଷି ମାନଙ୍କ ପାଖକୁ ପହଞ୍ଚି ପାରିବ ସେ ବିଷୟରେ ଉପଜିଲ୍ଲାପାଲ୍ ତାଗିଦ  କରିଥିବା ଜଣାପଡ଼ିଛି |

କୃଷି ବିଭାଗରେ ଚାଲୁଥିବା ଦଲାଲ୍ ଗିରିକୁ ରୋକିବା ଏବଂ ବ୍ୟାଙ୍କ ମାନଙ୍କରେ ଚାଷିଙ୍କୁ ହଇରାଣ କରାଯାଉଥିବା ବିଷୟ ମଧ୍ୟ ଆଲୋଚନା ହେଇଥିବା ଜଣାପଡ଼ିଛି | କୃଷକ ସଙ୍ଗଠନ ର ସମସ୍ତ ଦାବି କୁ ସରକାର ଗୁରୁତର ସହିତ ନେଇ ତର୍ଜମା କରି ୭ ଦିନ ମଧ୍ୟରେ ପୁରା କରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି | ବେଲପଡ଼ା ତହସିଲଦାର୍,କୃଷି ଅଧିକାରି ବେଲପଡ଼ା,ଅନ୍ୟାନ୍ୟ ବ୍ୟାଙ୍କ ପ୍ରତିନିଧି ସହିତ ଜୟ କୋସଲ କୃଷକ ସଙ୍ଗଠନର ୬ ଜଣିଆ କମିଟି ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି |

କୃଷକ ସଙ୍ଗଠନ ତରଫରୁ ଦାବି ନ ମାନିଲେ ବେଲପଡ଼ା ବନ୍ଦ ଡାକରା ଦିଆଯିବା ସହିତ ଅନିର୍ଦ୍ଦିଷ୍ଟ  କାଲ ପର୍ୟନ୍ତ ସରକାରି କାର୍ଯ୍ୟାଳୟ ରେ ତାଲା ପଡ଼ିବ ବୋଲି ଚେତାବନୀ  ଦିଆଗଲା | କୃଷକ ସଙ୍ଗଠନ ତରଫରୁ ସଭାପତି-ପ୍ରକାଶ ବୁଡ଼େକ,ଚିନ୍ତା ମହାନ୍ତି,ସିପୁନ ଖମାରି,ଲଲିତ ମୋହନ ବୁଡ଼େକ,ନିର୍ବାଶ ବୁଡ଼େକ ,ଗିରି ଭୋଇ,ବିମଲ ବାଗ୍ ପ୍ରମୁଖ ଉପସ୍ଥିତ ଥିଲେ |

0
0
0
s2sdefault