ହେଡଲାଇନସ୍:

ପାଞ୍ଚଦିନ ପରେ ଠାବ ହେଲେ ଧନପତି : ହୋଇଥିଲେ ଅପହୃତ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ଗତ 3 ତାରିଖ ଦିନ ରାତି ରୁ ତୁମୁରିପାଣି ନିକଟରୁ ନିଖୋଜ ଥିବା କୋତନା ଧନପତି ଅଗ୍ରୱାଲ ଆଜି ସକାଳେ ସନ୍ଧାନ ମିଳିଥିଲା । ଧନପତି ନିଜେ ତାଙ୍କ ଘରକୁ ଫୋନ କରି ସେ ଥିବା ସ୍ଥାନ ବାବଦରେ କହିବା ସହିତ ତାଙ୍କୁ ଆସି ନେଇଯିବା ପାଇଁ ଘର ଲୋକଙ୍କୁ କହିଥିଲେ । ଧନପତି ଙ୍କର କହିବା ମୁତାବକ ତାଙ୍କୁ ୪ଜଣ ଯୁବକ ହରଣଚାଲ କରି ନେଇଥିଲେ ।ତାକୁ ବାରମ୍ବାର ଔଷଧ ଦେଇ ଅଚେତ ଅବସ୍ଥାରେ ରଖୁଥିଲେ । ଅପହରଣକାରୀ ତାମିଳ ଭାଷାରେ କଥା କରୁଥିଲେ । କେବଳ କିଡିନୀ ଶବ୍ଦ ବୁଝି ହେଉଥିଲା । ଅଟକ ରହୁଥିବା ସ୍ଥାନରୁ ଖସିଆସି ବଲଦା ଛକରୁ କୌଶଳ କ୍ରମେ ଫୋନ ମାଧ୍ୟମରେ ପରିବାରକୁ ଫୋନ କରିଥିଲେ । ଝାରବନ୍ଧ ପୋଲିସ , ପରିବାର ର ଲୋକେ , କେତେକ ସାମାଜିକ କର୍ମି ବଲଦା ଯାଇ ଧନପତି ଙ୍କୁ ଆଣି ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ ।ଧନପତିକୁ ମାଡମାରି ଆତଂକିତ ଅବସ୍ଥାରେ ରଖିଥିଲେ ।ବର୍ତ୍ତମାନ ସେ ଦୁର୍ବଳ ଓ ମାନସିକ ସ୍ତରେ ଆତଂକିତ ଥିବା ଯୋଗୁଁ ଚିକିତ୍ସାର ଆବଶ୍ୟକତା ରହିଛି । ବର୍ତ୍ତମାନ ଧନପତି ଯେଉଁ କଥା କହୁଛନ୍ତି ତା ଉପରେ ନିଶ୍ଚିତ ଭାବରେ ତଦନ୍ତ ହେବାର ଆବଶ୍ୟକତା ରହିଛି । ଝାରବନ୍ଧ ଥାନା ଅଧିକାରୀ ଶ୍ରୀ ଠାକୁର ପ୍ରସାଦ ମୁର୍ମୁ ଓ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଏହି ଘଟଣା ଉପରେ ତଦନ୍ତ ଜାରି ରଖିଥିବା ବେଳେ ଆଗାମୀ ଦିନରେ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

0
0
0
s2sdefault