ହେଡଲାଇନସ୍:

ମାଛ ଚାଷ ପାଇଁ ଦୁଇ ଦିନଆ ବ୍ଳକ ସ୍ତରୀୟ ପ୍ରଶିକ୍ଷଣ ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମତ୍ସ୍ୟ ତାଲିମ କେନ୍ଦ୍ର ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ କରାଯିବା ନିମନ୍ତେ ବ୍ଲକ ସ୍ତରୀୟ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରକୁ ଜିଲ୍ଲା ମତ୍ସ୍ୟ ଅଧିକାରୀ ମନୋଜ କୁମାର ପାତ୍ର  ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ ଘାଟନ କରିଥିଲେ ।

ଏହି ପ୍ରଶିକ୍ଷଣ ଶିବିର ରେ ମୁଖ୍ୟତଃ ଯେଉଁ ଗ୍ରାମରେ କି ଗ୍ରାମ-ପଞ୍ଚାୟତର ପୋଖରୀରେ ଚାଷ କରୁଥିବା ମହିଳା ମାନଙ୍କୁ ଉତ୍ତମ ମାନର ଏବଂ ବୈଜ୍ଞାନିକ ପ୍ରଣାଳୀରେ ମାଛ ଚାଷ କରିବା ପାଇଁ ପ୍ରଶିକ୍ଷଣ ଶିକ୍ଷା ଦିଆଯାଇଥିଲା । ତାଲିମ କେନ୍ଦ୍ର ଠାରେ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ମନୋଜ କୁମାର ପାତ୍ର , ମିଶନ ଶକ୍ତି ସଂଯୋଜକ ରଶ୍ମି ରଂଜନ ସେଠୀ , ୱାର୍ଲଡ଼-ଫିଶ୍ ର ଜିଲ୍ଲା ପରିଚାଳିକା ଅଭିସିକ୍ତା ମିଶ୍ର , ଗୋଷାଣୀ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ମନୋରଞ୍ଜନ ପାତ୍ର , ସହକାରୀ ମତ୍ସ୍ୟ ଅଧିକାରୀ ମନୋସ୍ମିତା ନାୟକ , ସହକାରୀ ମତ୍ସ୍ୟ ଅଧିକାରୀ ମନୋରଞ୍ଜନ ପାଢ଼ୀ ପ୍ରମୁଖ ମଞ୍ଚ।ସୀନ ଥିବା ବେଳେ ରାୟଗଡ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ କରୁଣ୍ୟ ଗିରିଧାରୀ , ଗୋଷାଣୀ ବ୍ଲକ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟିକା ଶୁଭଶ୍ରୀ ପାଲ୍ , ରାୟଗଡ ବ୍ଲକ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ(ଜେଏଫଟିଏ)- ବାବାଜୀ ଚରଣ ବେହେରା ପ୍ରମୁଖ ମଧ୍ୟ ଯୋଗଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ମହିଳା ମାନଙ୍କୁ ଜିଲ୍ଲା ମିଶନ ଶକ୍ତି ପକ୍ଷରୁ ଯୋଗାଇ ଦିଆଯାଉଥିବା ଆର୍ଥିକ ସହାୟତା ସମ୍ପର୍କରେ ମିଶନ ଶକ୍ତି ସଂଯୋଜକ ରଶ୍ମି ରଂଜନ ସେଠୀ ଅବଗତ କରାଇଥିଲେ । 

    ଏଥିରେ ମହିଳା ମାନଙ୍କୁ ସେମାନଙ୍କ ସ୍ଵ-ଚେଷ୍ଟାରେ ସ୍ୱୟଂ ସହାୟିକା ହେବା ପାଇଁ ମଧ୍ୟ ଉତ୍ସାହିତ କରାଯାଇଥିଲା । ଜିଲ୍ଲା ମତ୍ସ୍ୟ ଅଧିକାରୀ ମନୋଜ କୁମାର ପାତ୍ର ମୁଖ୍ୟତଃ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ମତ୍ସ୍ୟ ଚାଷରେ ସମ୍ପୂର୍ଣ୍ଣ ସହାୟତା ଦିଆ ଯାଉଥିବା ଏବଂ ଉନ୍ନତ ମାନର ମାଛଚାଷ ନିମନ୍ତେ ଆବଶ୍ୟକୀୟ ପଦ୍ଧତି , ସାର ଓ ଉତ୍ତମ ଖାଦ୍ୟ ପ୍ରଣାଳୀ, ମାଛଚାଷ ପୋଖରୀ ଜଳରେ ଚୂନର ପ୍ରୟୋଗ ପ୍ରଭୃତିର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ । ୱାର୍ଲଡ଼-ଫିଶ ର ଜିଲ୍ଲା ପରିଚାଳିକା ଅଭିସିକ୍ତା ମିଶ୍ର , ଚୁନା ମାଛର ଅବଦାନ ଓ ଚୁନାମାଛ ଖାଇବା ଦ୍ୱାରା କିଭଳି ମହିଳା ମାନଙ୍କ ରୋଗ ନିବାରଣରେ ସହାୟକ ହୋଇଥାଏ ଏବଂ ମାଛଦ୍ୱାର କିଭଳି ବିଭିନ୍ନ ପ୍ରକାରର ଅନେକ ରୋଗ ଦୂରୀକରଣ ହୋଇଥାଏ , ସେ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଥିଲେ ।

ଏହି ପ୍ରଶିକ୍ଷଣ ଶିବିରରେ ମହିଳା ମାନେ ମଧ୍ୟ ଉତ୍ସାହ ର ସହିତ ମାଛଚାଷର ବିଭିନ୍ନ ପ୍ରଣାଳୀ ଓ ଜ୍ଞାନ-କୌଶଳ ଉପରେ ପ୍ରଶିକ୍ଷଣ ଗ୍ରହଣ କରି ନିଜ ନିଜର ସନ୍ଦେହ ପ୍ରଶ୍ନ ଓ ସମସ୍ୟା ଗୁଡିକ ଅଧିକାରୀ ମାନଙ୍କୁ ଅବଗତ କରାଇ ଏବଂ ତାର ସମ୍ପର୍କରେ ଉତ୍ତର ପାଇଁ ନିଜର ସନ୍ଦେହ ଦୁର କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଯୋଗ ଦେଇଥିଲେ ।

0
0
0
s2sdefault