ହେଡଲାଇନସ୍:

ମତ୍ତ ଗଜର ଉତ୍ପାତ : ଉଜାଡୁଛି ଫସଲ, ଲୋକେ ଭୀତତ୍ରସ୍ତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନିଷ୍ଠୁର ଭାବେ ଦଳି ଚାଲିଛି ଫସଲ ଓ ମଣିଷ 

 ପଦ୍ମପୁର : ପଦ୍ମପୁର ଉପଖଣ୍ଡ ଘେଁଷ ରେଞ୍ଜ ଅଧିନସ୍ଥ ଘନାମାଲ ଓ ସାରଙ୍ଗପୁର ଅଞ୍ଚଳରେ ଜଙ୍ଗଳୀ ହାତୀଙ୍କ ଦୌରାତ୍ମ୍ୟ । ଆଜି ସକାଳ ସମୟରେ ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ହାତୀ କୁ ନିକଟ ରେ ଦେଖି ପୋଖରୀ କୁ ଡେଇଁ ପଡି ଘନାମାଲ ଗ୍ରାମର ଦେବାନନ୍ଦ ବେହେର ଓ ଚର୍ତୁଭୁଜ ସେଠ ଏବଂ ସାରଙ୍ଗପୁର ଗ୍ରାମର ୠକ୍ମୁଣି ମେହେର ଓ ଲଲିତା ମେହେର ଆହତ ହୋଇଛନ୍ତି ।ସମସ୍ତେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ଅଣାଯାଇଛି । ବର୍ତ୍ତମାନ ସମୟରେ ଧାନ ଅମଲ ସମୟ ହୋଇଥିବା ହେତୁ ହାତୀ ଧାନ ଖାଇବା ପାଇଁ ଆସିଥିବା ସନ୍ଦେହ ହେଉଛି । 

 ପ୍ରତିବର୍ଷ ଏ ଅଂଚଳ କୁ ଧାନ ଅମଳ ସମୟରେ ହାତୀ ପଲ ଆସୁଥିବା ବେଳେ ମଧ୍ୟ ବନ ବିଭାଗ ତରଫରୁ କୌଣସି ପଦକ୍ଷେପ ନ ନିଆ ଯିବା ସହ ଏହି ଅଞ୍ଚଳକୁ ହାତୀ ଆସିଥିବା ଖବର ଫରେଷ୍ଟ ବିଭାଗ ପକ୍ଷରୁ ଦିଆଯାଇନଥିବା ଅଭିଯୋଗ ହେଉଛି ଯାହାକି ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁଯାୟୀ ଗତ ମଙ୍ଗଳବାର ରାତ୍ରି ସମୟରେ କଛି ହାତୀ ପଲ ଘନମାଲ ପଟରୁ ଅଙ୍ଗନଦୀ ଅତିକ୍ରମ କରି ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ପଟକୁ ଆସିଥିଲେ ଏବଂ ଚାଷଜମୀ ନଷ୍ଟ କରିଦେଇ ଥିଲେ କିନ୍ତୁ ପଲ ମଧ୍ୟର ବାଟବଣା ହୋଇ ରହିଯାଇଥିବା ଗୋଟିଏ ହାତୀ ଘନାମାଲ  ଅଞ୍ଚଳରେ ମାତି ଆତଙ୍କ କରୁଛି।

0
0
0
s2sdefault