ହେଡଲାଇନସ୍:

ମହିଳାଙ୍କ ସୁରକ୍ଷା ନେଇ ଗର୍ଜ୍ଜିଲା ମହିଳା ବିଜେପି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗଜପତି ଜିଲ୍ଲା ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ  ବିକ୍ଷୋଭ ଓ ପ୍ରତିବାଦ ସଭା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି  ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଭାଜପା ମହିଳା ମୋର୍ଚ୍ଚା  ପକ୍ଷରୁ ବିଭିନ୍ନ ଦାବି ନେଇ ବିକ୍ଷୋଭ ଓ ପ୍ରତିବାଦ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

   ମୁଖ୍ୟତଃ କର୍ମଜୀବୀ ମହିଳାଙ୍କୁ ସୁରକ୍ଷା ପ୍ରଦାନ , ଧର୍ମଶାଳା ବ୍ଲକର ହରିଦାସପୁର-ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ବାଳ ହତ୍ୟାକାଣ୍ଡ , କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ୍ ବ୍ୟାଙ୍କର ଯୌନ କେଲେଙ୍କାରୀ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରଭୃତି  ଦାବିରେ ଭାଜପାର ବିଭିନ୍ନ ବର୍ଗର ଶତାଧିକ ମହିଳା ଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ କରି ପ୍ରତିବାଦ ସଭା କରିଥିଲେ  ।       

   ଶେଷରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ସ୍ୱଧା ଦେବ ସିଂ ଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

   ପ୍ରତିବାଦ ସଭାରେ ମହିଳା ନେତ୍ରୀ ଅରୁଣୀମା ସାହୁ ଯୋଗଦେଇ କାର୍ଯ୍ୟକ୍ରମର ନେତୃତ୍ୱ ନେଇ କହିଥିଲେ ଯେ ,  ଓଡ଼ିଶାରେ ମହିଳା ମାନେ ଅସୁରକ୍ଷିତ ହୋଇ ବିଭିନ୍ନ ଘଟଣାର ଶିକାର ହେଉଛନ୍ତି । ହରିଦାସ ପୁର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ବାଳ ହତ୍ୟା ଘଟଣା ଅଧମାସ ବିତିଲାଣି ହେଲେ ପୋଲିସ ଅପରାଧୀଙ୍କୁ ନ ଧରି ତା ପରିବର୍ତ୍ତେ ମୃତକଙ୍କ ଚରିତ୍ର ସଂହାର  କରାଯାଉଛି । ଅପରାଧିକୁ ଶାସକ ବିଜେଡି ଦଳ ସୁରକ୍ଷା ଯୋଗାଇ ଦେଇ ଚାଲିଥିବା ବେଳେ ଅନ୍ୟପଟେ ଭୟରେ ସ୍ମିତାରାଣୀଙ୍କ ପରିବା ଭୟରେ ଗାଁ ଛାଡିଛନ୍ତ । ତେଣୁ ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ ଯାହା ଫଳରେ ପ୍ରକୃତ ରହସ୍ୟ ଲୋକଲୋଚନକୁ ଆସିଯିବ ବୋଲି କହିଥିଲେ ।

    ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପି.ଲତା , ବିମଳା ସାମଲ , ଭାରତୀ ଆମ୍ମା ,  ଜିଲ୍ଲା ଭାଜପା ସଭାପତି ଭେଙ୍କେଟ ରାବଣା, ସମ୍ପାଦକ ଜଗନ୍ନାଥ ମହାପାତ୍ର , ବରିଷ୍ଠ ନେତା ସିଦ୍ଧେଶ୍ଵର ମିଶ୍ର , ବାରିକ ଜେନା , ରାମକୃଷ୍ଣ ପାଇକ ,  ପ୍ରଶାନ୍ତ ପାଳ , ସୁନୀଲ ମହାପାତ୍ର  ପ୍ରମୁଖ ଯୋଗ ଦେଇଥିଲେ ।

0
0
0
s2sdefault