ହେଡଲାଇନସ୍:

ଜାପାନିଜ୍ ଏନ୍ ସେଫା ଲାଇଟସ୍ ଟୀକାକରଣ ଅଭିଜାନ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଜିଲ୍ଲାରେ ଜାପାନିଜ୍ ଏନ୍ସେଫାଲାଇଟ୍ସ୍ ଟୀକାକରଣ ଅଭିଯାନ ୧୦ ନଭେମ୍ବର ଠାରୁ ୧୦ ଡିସେମ୍ବର  ପର୍ଯ୍ୟନ୍ତ

ଜଗତସିଂହପୁର-ଜିଲ୍ଲା  ମୁଖ୍ୟ ଚିକିତ୍ସାଳୟର ନୂତନ ଓ.ପି.ଡି ସମ୍ମିଳନୀ କକ୍ଷରେ ଜିଲ୍ଲାରେ ଜାପାନିଜ୍ ଏନ୍ସେଫାଲାଇଟ୍ସ ଟୀକାକରଣ ଅଭିଜାନ ସଂପର୍କରେ ଏକ  ସମ୍ବାଦଦାତା ସମ୍ମିଳନୀ ଆୟୋଜିତ ହୋଇଯାଇଅଛି । ଜିଲ୍ଲାରେ ଜାପାନିଜ୍ ଏନ୍ସେଫା ଲାଇଟ୍ସ୍ ଟୀକାକରଣ ଅଭିଯାନ ୧୦ ନଭେମ୍ବର ଠାରୁ ୧୦ ଡିସେମ୍ବର  ପର୍ଯ୍ୟନ୍ତ ଅନୁଷ୍ଠିତ  ହେବ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ବିଜୟା ପଣା ବୈଠକରେ ଅଧ୍ୟକ୍ଷତା କରି  କହିଲେ ଜାପାନିଜ୍ ଏନ୍ ସେଫାଲାଇଟ୍ସ୍ ଟୀକାକରଣ ଆମ ଜିଲ୍ଲାରେ କିପରି ଶତ ପ୍ରତିଶତ ସଫଳ ହେବ ଓ ଏହାର ବହୁଳ ପ୍ରଚାର ପ୍ରସାର ନିମନ୍ତେ ଗଣମାଧ୍ୟମର ପ୍ରତିନିଧିମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ବୈଠକରେ ଅତିରିକ୍ତ ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ) ଡଃ ବସନ୍ତ କୁମାର ବାରିକ କହିଲେ ପ୍ରଥମ କରି ଜଗତସିଂହପୁର ଜିଲ୍ଲାରେ ଚଳିତ ମାସ ଅର୍ଥାତ୍ ୧୧ ନଭେମ୍ବର  ଠାରୁ ୧୦ ଡିସେମ୍ବର  ୨୦୧୯ ମଧ୍ୟରେ ଜାପାନିଜ୍ ଏନ୍ ସେଫାଲାଇଟ୍ସ ଏବଂ ମସ୍ତିସ୍କ ପ୍ରଦାହ ଜ୍ୱରକୁ ପ୍ରତିହତ କରିବା ପାଇଁ ସମଗ୍ର ଜିଲ୍ଲ୍ାର ୧ ବର୍ଷରୁ ୧୫ ବର୍ଷ ଶିଶୁଙ୍କ ମଧ୍ୟରେ ଗୋଷ୍ଠୀ  ସ୍ତରରେ ଏବଂ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ଷ୍ଟାଫ୍ ନର୍ସମାନଙ୍କ ଦ୍ୱାରା ଜାପାନିଜ୍ ଏନ୍ ସେଫା ଲାଇଟ୍ସ ଟୀକା ପ୍ରଦାନ କରାଯିବ । ଜିଲ୍ଲାରେ ୧ବର୍ଷରୁ ୧୫ବର୍ଷ ମୋଟ ଶିଶୁ ୨,୬୪,୦୩୩ ଜଣଙ୍କୁ ୨୨୦ ଜଣ  ମହିଳା ସ୍ୱାସ୍ଥ୍ୟକର୍ମୀ ଓ ଷ୍ଟାଫ୍ ନର୍ସମାନେ ଟୀକା ପ୍ରଦାନ କରିବେ ।  ଏଥିପାଇଁ ୮ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପାରାଦ୍ୱୀପ ଓ ଜଗତସିଂହପୁର ସହରାଚଂଳରେ  ସମୁଦାୟ ୨୦୯୩ଟି ଟୀକାକରଣ ସେସନ୍ରେ ୧୦୯୦ ଜଣ ଆଶା କର୍ମୀ,୧୮୦୩ ଜଣ ଅଙ୍ଗନବାଡି କର୍ମୀ ଏବଂ ୩୮୯ ଜଣ ସ୍ୱେଛାସେବୀ କର୍ମକର୍ତାଙ୍କ ଦ୍ୱାରା  ଏହି କାର୍ଯ୍ୟକ୍ରମ ସମ୍ପାଦନ କରାଯିବ । ଜିଲ୍ଲା ଏବଂ ବ୍ଲକ ସ୍ତରରେ ୫୯ ଜଣ ସୁପରଭାଇଜରମାନେ କାର୍ଯ୍ୟ କ୍ରମକୁ ତଦାରଖ କରିବେ । ଯେଉଁ ଶିଶୁମାନେ ଜାପାନିଜ୍ ଏନ୍ସେଫାଲାଇଟସ୍ ଟୀକା ନେବେ ନାହିଁ ସେମାନେ ହେଲେ-ବାତ ମାରୁଥିବା ଶିଶୁ,ଥାଲାସେମିଆ ରୋଗୀ,ଅତ୍ୟଧିକ ଜ୍ୱର ଥିଲେ ଏବଂ କ୍ୟାନସର ରୋଗୀ ଆଦି ଶିଶୁମାନଙ୍କୁ ଏହି ଟୀକା ଦିଆଯିବ ନାହିଁ । ଜାପାନିଜ୍ ଏନ୍ସେଫାଲାଇଟସ୍ ଟୀକା ନେବା ପରେ ସାଧାରଣତଃ ଶିଶୁର କୋ÷ଣସି ଗୁରୁତର ପାଶ୍ୱର୍ ପ୍ରତିକ୍ରିୟା ହୁଏନାହିଁ । କିଛି ଶିଶୁଙ୍କର ଟିକା ନେବା ସ୍ଥାନରେ ସାମାନ୍ୟ ଫୁଲା ଓ ଗେଟା ହୋଇପାରେ ଯାହା ଆପେ ଆପେ ଭଲ ହୋଇଥାଏ । ସେଥିପାଇଁ ବ୍ୟସ୍ତ ହେବାର କୈାଣସି କାରଣ ନାହିଁ । ଜାପାନିଜ୍ ଏନ୍ସେଫାଲାଇଟ୍ସର ସାମାନ୍ୟ ପାଶ୍ୱର୍ ପ୍ରତିକ୍ରିୟା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜିଲ୍ଲାରେ ୩୫ଟି କେନ୍ଦ୍ର ରହିଅଛି । ବ୍ଲକ ସ୍ତରରେ ସୁପରଇନ୍ଟେଣ୍ଡେଟ୍ ଏବଂ ଜିଲ୍ଲା ସ୍ତରରେ ନୋଡାଲ ଅଫିସର ଭାବେ ଡକ୍ଟର ବସନ୍ତ କୁମାର ବାରିକ,ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ)ଏହି ଦାୟିତ୍ୱ ତୁଲାଉ ଅଛନ୍ତି । ଶିକ୍ଷାବିଭାଗରୁ ଜିଲ୍ଲା  ଶିକ୍ଷା ଅଧିକାରିଣୀ ପ୍ରତିଭା ମଞରୀ ଦାସ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସ୍ୱର୍ଣ୍ଣ ମଞରୀ ନାୟକ ଏହି କାର୍ଯ୍ୟକ୍ରମକୁ ବୁଝୁଛନ୍ତି । ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନର ଏସ୍.ଏମ୍.ଓ.ଡକ୍ଟର ଦିପକ୍ କୁମାର କର ତଥା ରାଜ୍ୟ ସ୍ତରରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଧିକାରୀ ବୃନ୍ଦ ଏହାକୁ ତଦାରଖ କରୁଛନ୍ତି । ଜିଲ୍ଲା ସ୍ତରରେ ଦୁଇଟି ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ  ବୈଠକ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଯାଇଛି । ସେହିପରି ଜିଲ୍ଲାରେ ୮ଟି ବ୍ଲକରେ  ବ୍ଲକ ସ୍ତରୀୟ ଟାସ୍କପୋଂର୍ସ ବୈଠକ ଅନୁଷ୍ଠିତ  ହୋଇଯାଇଛି । ଏହି ଖବରଦାତା ସମ୍ମିଳନୀରେ  ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଥା ସୁପରିେଟେଣଟ ଡଃ ଗୁଞର ଚରଣ  ନ୍ତ,ଡଃ ଅଶୋକ କୁମାର ସାହୁ,ଡି.ପି.ଏମ୍ ଶ୍ରୀ ଚକ୍ରଧର ଜେନା,ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ,ଜିଲ୍ଲା  ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ ଏବଂ ଗଣ ମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

0
0
0
s2sdefault