ହେଡଲାଇନସ୍:

ବଢିଚାଲିଛି ହାତୀ ଉତ୍ପାତ :  ଚିନ୍ତାରେ ଚାଷୀ, ବନ ବିଭାଗ ନିଶ୍ଚିନ୍ତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା,(manoj bhoi)- ବରଗଡ ଜିଲ୍ଳା ଘେଁସ ରେଂଜ ଅର୍ନ୍ତଗତ ମେଲଛାମୁଣ୍ଡା ଏବଂ ଦିପ୍ତିପୁର ସେକସନର ଟାଳ, ଦୁବୁଲାବହାଲ, ଜ୍ଞାନ, ଖଲିଆମୁଣ୍ଡା, ଧଉରାମୁଣ୍ଡା ଆଦି ଗ୍ରାମର ଚାଷୀମାନଙ୍କ ପାଚିଲା ଫସଲ ସବୁକୁ ଏକ ହାତୀ ପଲ ନଷ୍ଟ କରି ଚାଷୀ ମାନଙ୍କର ପ୍ରଭୁତ କ୍ଷତି ପହଂଚାଇଛନ୍ତି । ହାତୀ ପଳଙ୍କ ଉପସ୍ଥିତିକୁ ନେଇ ଜନସାଧାରଣ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ହାତୀ ପଳଙ୍କ ଦୌରାତ୍ମ୍ୟ ଚାଷୀଙ୍କ ପାଇଁ କାଳ ସାଜୁଥିବା ବେଳେ ବନ ବିଭାଗର କର୍ମଚାରୀଙ୍କ ପାଇଁ ଏହା ଏକ ସାଧାରଣ ଘଟଣା ପାଲଟିଥିବା ଅଭିଯୋଗ ହେଉଛି । ହାତୀ ପଳ ଜନବସତି ଆଡକୁ ଆସୁଥିବା ବନ କର୍ମଚାରୀ ମାନେ ନିଶ୍ଚିତ ରହୁଥିବା ବେଳେ ହାତୀ ପଳକୁ ଠିକଣା ସ୍ଥାନ ପର୍ଯ୍ୟନ୍ତ ନ ଘଉଡାଇ ଧର୍ମକୁ ଆଖି ଠାର ସଦୃଶ ହାତୀ ଘଉଡାଇ ବନ କର୍ମଚାରୀମାନେ ଅଚିନ୍ତାରେ ରହୁଥିବା ଅଭିଯୋଗ ହେଉଛି । ରାତିରେ ହାତୀ ପଳ ଚାଷୀର ଫସଳ ନଷ୍ଟ କରିଚାଲିଥିଲେ ମଧ୍ୟ ବନ କର୍ମଚାରୀଙ୍କ ଦେଖା ଦର୍ଶନ ମିଳୁ ନ ଥିବା ଭଳି ଗୁରୁତର ଅଭିଯୋଗ ହେଉଛି । ରାତି ପାହିଲେ ସକାଳ ସମୟରେ ହାତୀ ପଳ ନଷ୍ଟ କରିଥିବା କ୍ଷେତରେ ପହଂଚି ହିସାବ ଆକଳନ କରି ନିଜର ଦୋଷ ମେଂଟାଉଥିବା ବିଷୟକୁ ନେଇ ଚାଷୀ ମହଳରେ ଉଦବେଗ ପ୍ରକାଶ ପାଉଛି । ସରକାର ଜନସାଧାରଣ ଧନ ଜୀବନକୁ ବନ୍ୟ ଜନ୍ତୁଙ୍କ କବଳରୁ ରକ୍ଷା କରିବା ପାଇଁ ବନ ବିଭାଗ ଜରିଆରେ ଅପର୍ଯ୍ୟାପ୍ତ ଖର୍ଚ  କରୁଥିବା ବେଳେ ତାହା ସବୁ କାଗଜ ପତ୍ରରେ ଚାଲିଥିବା ଚର୍ଚ୍ଚା ହେଉଛି । ବନ କର୍ମଚାରୀ ଠିକ ଭାବରେ ଅଂଚଳରୁ ହାତୀ ପଳ ଘଉଡାଇ ଜନସାଧାରଣଙ୍କ  ଧନ ଜୀବନ ରକ୍ଷା କରୁ ନଚେତ ଚାଷୀଙ୍କ ଆକ୍ରୋଷର ଶିକାର ହେବା ପାଇଁ ପ୍ରସ୍ତୁତ ରହୁ ବୋଲି ଚାଷୀ ମହଳରେ ମତ ପ୍ରକାଶ ପାଉଛି । ଏ ସଂପର୍କରେ ମେଲଛାମୁଣ୍ଡା ବନପାଲ ରାଧାକାନ୍ତ କୁମ୍ଭାର  ଏବଂ ଦିପ୍ତିପୁର ବନପାଲ ପୁର୍ଣ୍ଣଚନ୍ଦ୍ର ଦୋରାଙ୍କ ଫୋନରେ ଯୋଗାଯୋଗ କରାଯାଇଥିଲା | ମାତ୍ର ଫୋନ ଲାଗି ନ ଥିବା ବେଳେ ଘେଁସ ରେଂଜର ଗଜେନ୍ଦ୍ର ଅଣ୍ଡଜା ହାତୀ ପଳକୁ ଘେଁସ ରେଂଜ ଅଂଚଳରୁ ବାହାରକୁ ଘଉଡାଯାଇଛି ବୋଲି ପ୍ରକାଶ କରିଛନ୍ତି ।

 

0
0
0
s2sdefault