ହେଡଲାଇନସ୍:

ଏଠି ୫ ଟିର ପ୍ରଭାବ ପଡୁନି : ଦେଓଗାଁ ତହସିଲରୁ ନିରାଶ ହୋଇ ଫେରୁଛନ୍ତି ଲୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବଲାଙ୍ଗୀର (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) : ରାଜ୍ୟ ସରକାରଙ୍କ ୫ T କୁ ନେଇ ବାହା ବାହା ନଉଥିବା ବେଳେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ତହସିଲ କାର୍ଯ୍ୟାଳୟରେ ତାହା ର ବିପରୀତ ଦିଗରେ ଗତି ଦେଖିବାକୁ ମିଳିଛି ବୋଲି ଅଭିଯୋଗ ହୋଇଛି | ବର୍ତ୍ତମାନ ବିଭିନ୍ନ ସରକାରୀ ଯୋଜନା ରେ ଅନ୍ତର୍ଭୁକ୍ତ ହେବା ପାଇଁ  ଜାତୀଗତ , ଆୟୁ ଓ ବାସିନ୍ଦା ପ୍ରମାଣ ପତ୍ର ର ଆବଶ୍ୟକତା ରହୁଛି।  ହେଲେ ଦେଓଗାଁ ତହସିଲ ରେ ଏହି ପ୍ରମାଣପତ୍ର ପାଇବାରେ ବିଳମ୍ବ ହେଉଥିବାରୁ ଲୋକେ ନିରାଶ  ହୋଇ ଫେରୁଛନ୍ତି ବୋଲି ଆଜି ବଲାଙ୍ଗୀର ଆମ ଆଦମୀ ପାର୍ଟି ର ସଭାପତି ଆଶିଷ ପାଣ୍ଡେଙ୍କ ନେତୃତ୍ଵରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଜିଲ୍ଲାପାଲ ନଥିବାରୁ ଏ.ଡି.ଏମ୍ ପରକ୍ଷିତ ସେଠିଙ୍କୁ ଭେଟିଥିଲେ ଶ୍ରୀ ସେଠୀ ଅତିରିକ୍ତ ତହସିଲଦାର ଅଶୋକ ରଥ ଙ୍କୁ ତୁରନ୍ତ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀ ରଥ ଦୁଇ ଦିନ ମଧ୍ୟରେର ସବୁ ସମସ୍ୟାର ସମାଧାନ ହୋଇ ଯିବ ବୋଲି କହିଥିଲେ। ଏଥିରେ ଆମ ଆଦମୀ ପାର୍ଟି ର ଶଙ୍କର୍ଷଣ ମହାପାତ୍ର, ସୁଶୀଲ ମନହୀରା, ପଞ୍ଚାନନ ନାୟକ, ଚିତରଞ୍ଜନ ପଟେଲ, ଅଶୋକ ସୁନା, ଶିଶିର ବାଗ, ବଲରାମ ଜାଲ, ହେମନ୍ତ ସେଠ ଓ ରାଜା ସେଠ ଉପସ୍ଥିତ ଥିଲେ।

0
0
0
s2sdefault