ହେଡଲାଇନସ୍:

ସ୍ୱତନ୍ତ୍ର ଶିଶୁ କିଶୋର ପୁଲିସ ୟୁନିଟର ଅଧିକାରୀମାନଙ୍କୁ ନେଇ  କର୍ମଶାଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା()- ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକଙ୍କ ସଦଭାବନା ସଭା ଗୃହରେ ଜିଲ୍ଲାର ୩୦ଟି ଥାନାରେ ଥିବା ସ୍ୱତନ୍ତ୍ର ଶିଶୁ କିଶୋର ପୁଲିସ ୟୁନିଟର ଅଧିକାରୀମାନଙ୍କୁ ନେଇ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ  ହୋଇଥିଲା ।  ଏହି ପରିପ୍ରେକ୍ଷୀରେ ଅୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାର  ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶୁଭାରମ୍ଭ କରିବା ସହ ଶିଶୁ ସୁରକ୍ଷାର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସେହିପରି ରିସୋର୍ସ ପର୍ସନ ଭାବେ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀରୁ ଆସିଥିବା ଜି ପି ଏସ ଏସ ନନ୍ଦ କିଶୋର ନ୍ୟାୟ ଆଇନ, ଶିଶୁ ଯୌନ ନିର୍ଯାତନା ନିରୋଧ ଆଇନ , ଏହାର ଗୁରୁତ୍ୱ ଓ ଭୂମିକା ଉପରେ ବିସ୍ତୃତ ଭାବେ ଆଲୋଚନା ଓ ତାଲିମ ପ୍ରଦାନ କରିବା ସହ ଏହା ମୟୂରଭଞ୍ଜ ଜିଲ୍ଲାରେ କିପରି ସୂଚାରୁ ରୂପେ କାର୍ଯ୍ୟକାରୀ କରିବେ ସେ ସମ୍ପର୍କରେ ଆଲୋକପାତ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଭିମନ୍ୟୁ  ନାୟକ, ଉପଆରକ୍ଷୀ ଅଧିକାରୀ ସବିତା ମାଝି, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଓ କିଶୋର ଯତ୍ନ ବୋଡର଼୍ର ସଦସ୍ୟ ପ୍ରମୁଖ ଉପସ୍ଥିତ ରହିଥିବା ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

 

0
0
0
s2sdefault