ହେଡଲାଇନସ୍:

ମିଥ୍ୟା ସତ୍ୟପାଠ ଦାଖଲ ମାମଲା ଅଭିଯୁକ୍ତ କୁଳିଅଣା ବ୍ଲକ ଚେୟାରମ୍ୟାନଙ୍କୁ ଜେଲ ଓ ଜୋରିମାନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା()- ବାରିପଦା ଏସଡ଼ିଜେଏମ୍ ସୁମିତା ଆଚାର୍ଯ୍ୟ ଆଜି ଏକ ମିଥ୍ୟା ସତ୍ୟପାଠ ଦାଖଲ ମାମଲାର ବିଚାର କରି ଅଭିଯୁକ୍ତ କୁଳିଅଣା ବ୍ଲକର ଚେୟାରମ୍ୟାନ କୃଷ୍ଣଚନ୍ଦ୍ର ବାଏକ(୩୬)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସଂଗେସଂଗେ ୨ ମାସ କାରାଦଣ୍ଡ ସହ ୫ ହଜାର ୫ ଶହ ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରାଇଛନ୍ତି । ଏଥି ସହିତ ଜୋରିମାନା ଅନାଦେୟରେ ଅଧିକ ୧ ମାସ ଜେଲଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ପଞ୍ଚାୟତ ସମିତି ସଦସ୍ୟ ଭାବେ ପ୍ରତିଦ୍ୱନ୍ଦିତା କରିଥିଲେ । ଏହି ସମୟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ବିଷୟକୁ ଚ୍ୟାଲେଞ୍ଜ କରି କୁଳିଅଣା ବ୍ଲକ ଗାଙ୍ଗରାଜ ଗ୍ରାମର ରତ୍ନାକର ନାଏକଙ୍କ ପୁଅ ପ୍ରଶାନ୍ତ ନାଏକ ଅଦାଲତରେ  ଏକ ମାମଲା ରୁଜୁ କରିଥିଲେ । ଅଦାଲତରେ ପଞ୍ଚାୟତ ସମିତି ସଦସ୍ୟ ତଥା ବର୍ତ୍ତମାନର କୁଳିଅଣା ବ୍ଲକ ଚେୟାରମ୍ୟାନ  କୃଷ୍ଣଚନ୍ଦ୍ର ନାଏକ ମିଥ୍ୟା ସତ୍ୟାପାଠ ଦାଖଲ କରିଥିବା ବିଷୟ ପ୍ରମାଣିତ ହୋଇଇଛି । କୃଷ୍ଣଚନ୍ଦ୍ର ନାଏକ ତାଙ୍କ ନାମରେ ଗାଡ଼ି, ସ୍ଥାବର ସମ୍ପତ୍ତି ଓ କେଶ ନଥିବାର ଦର୍ଶାଇଥିବା ବେଳେ ଏହି ସମସ୍ତ ରହିଥିବାର ପ୍ରମାଣିତ ହୋଇଯାଇଛି । ଏଥି ସହିତ ତାଙ୍କ ନାମରେ କୌଣସି ଥାନାରେ ମାମଲା ନଥିବାର ଓ ସ୍ତ୍ରୀ, ସନ୍ତାନ ନଥିବାର ଦର୍ଶାଇଥିବା ବେଳେ କୃଷ୍ଣଚନ୍ଦ୍ର ନାଏକ ୨୦୦୦ ମସିହାରେ ବନୀତା ନାଏକଙ୍କୁ ବିବାହ କରିଥିବା ଏବଂ ଏମାନଙ୍କ ଔରଷରୁ ୨ଟି ପୁତ୍ର ସନ୍ତାନ ରହିଥିବା ସହ କୃଷ୍ଣଚନ୍ଦ୍ରଙ୍କ ନାମରେ ୨ଟି ମାମଲା ରହିଥିବାର ଅଦାଲତଙ୍କୁ ପ୍ରମାଣ ମିଳିଥିଲା । ସେହିପରି  ସ୍ତ୍ରୀ ବନୀତା ନାଏକ ସ୍ୱାମୀ କୃଷ୍ଣଚନ୍ଦ୍ରଙ୍କ ବିରୋଧରେ କୁଳିଅଣା ଥାନାରେ କେଶ ନଂ ୧୧/୨୦୦୯ରେ ୪୯୮(ଏ), ୩୪ ଆଇପିସି, ୪ ଡିପି ଆକ୍ଟରେ ମାମଲା ରୁଜୁ କରଥିବାର ଜଣାପଡ଼ିଥିଲା । ଏଥି ସହିତ ତାଙ୍କର ଦୁଇ ପୁଅ ମଧ୍ୟ ଅଦାଲତରେ ସାକ୍ଷ୍ୟ ପ୍ରଦାନ କରିଥିଲେ । ଆଜି ଉକ୍ତ ମାମଲାରେ ଥିବା ମୋଟ ୧୨ ଜଣ ସାକ୍ଷୀମାନଙ୍କ ବୟାନ ଓ ସମସ୍ତ ପ୍ରମାଣକୁ ଭିତ୍ତିକରି ଅଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମୋକର୍ଦ୍ଧମାକୁ ସରକାରଙ୍କ ପକ୍ଷରୁ ସରୋଜ କୁମାର ଦାସ ଓ ବବିତା ବେହେରା ପ୍ରମୁଖ ପରିଚାଳନା କରିଥିଲେ । 

 

0
0
0
s2sdefault