ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ କଲେ ଘୋଷଣା : କଟକ ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ହେବ ଏମ୍ସ ପ୍ଲସ ପ୍ରତିଷ୍ଠାନ , ଖର୍ଚ ହେବ ହଜାରେ କୋଟିରୁ ଉର୍ଧ୍ଵ , ବେଡ଼ ସଂଖ୍ୟା ତିନି ହଜାରରୁ ଅଧିକ ହେବ |

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଭୁୁବନେଶ୍ୱର: “ ଦୁଇ ଶହ ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ଏସସିବି ମେଡିକାଲ କଲେଜ ଦୀର୍ଘ ଦିନ ଧରି ଓଡିଶା ବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସିଛି | ଏଠାରୁ ଏମିତି ଅନେକ ଡାକ୍ତର ବାହାରିଛନ୍ତି, ଯେଉଁମାନେ କେବଳ ଓଡିଶା ନୁହେ, ସମଗ୍ର ଦେଶକୁ ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି | ସେମାନେ ଆମର ଗୌରବ | ବର୍ତ୍ତମାନ ଆମର ଦାୟିତ୍ୱ ହେଲା ଏହି ଅନୁଷ୍ଠାନର ଗୁରୁତ୍ୱକୁ ଆହୁରି ବୃଦ୍ଧି କରି ଏହାକୁ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବା |  ମୋର ସ୍ୱପ୍ନ, ଓଡ଼ିଶାର ପ୍ରତ୍ୟେକ ଜନସାଧାରଣ ସୁଲଭ ତଥା ଉଚ୍ଚ ଗୁଣାତ୍ମକମାନର ସ୍ୱାସ୍ଥ୍ୟସେବା ପାଆନ୍ତୁ ବୋଲି ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ଏମ୍ସ ପ୍ଲସ ଅନୁଷ୍ଠାନରେ ପରିଣତ କରିବା ସମ୍ପର୍କିତ ଘୋଷଣା ଅବସରରେ  ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | 

ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ୍ ଉନ୍ନତିକରଣ ସଂକ୍ରାନ୍ତରେ ଆଜି ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଏହାକୁ ଏମ୍ସ ପ୍ଲସ କରିବା ପାଇଁ ହଜାର କୋଟିରୁ ଅଧିକ ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ଏସସିବିରେ ଅତ୍ୟାଧୁନିକ ୩ ହଜାର ଶଯ୍ୟା ବିଶିଷ୍ଟ ସମନ୍ୱିତ ହସ୍ପିଟାଲ୍ ନିର୍ମାଣ ସହ ଆନୁସଙ୍ଗିକ ଭିତ୍ତିଭୂମିର ଉନ୍ନତି କରାଯିବ । ଡାକ୍ତର ଓ ଛାତ୍ରଛାତ୍ରୀମାନଙ୍କ ରହିବା ଓ ମନୋରଞ୍ଜନ ପାଇଁ ଉତ୍ତମ ପରିବେଶ ସୃଷ୍ଟି କରାଯିବ । ସାରା ଦେଶରେ ଏବେ ୧୪ ସ୍ଥାନରେ ଥିବା ଏସସିବିକୁ ନିଷ୍ଠା ଓ ଉଦ୍ୟମ ବଳରେ ପ୍ରଥମ ତିନୋଟି ସ୍ଥାନ ମଧ୍ୟରେ ରଖି ପାରିବା ବୋଲି  ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି  । ଓଡ଼ିଶାରୁ କୌଣସି ବ୍ୟକ୍ତି ନିଜ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବା ଆବଶ୍ୟକ ହେବ ନାହିଁ ବୋଲି ଭରସା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବୈଠକରେ ମୁଖ୍ୟମନ୍ତ୍ରୀ ଏସସିବିର ପ୍ରଫେସର, ଅଧୀକ୍ଷକଏବଂ ଛାତ୍ର ପ୍ରତିନିଧିମାନଙ୍କ ସହ ବଡ଼ ଡାକ୍ତରଖାନାର ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

 

0
0
0
s2sdefault