ହେଡଲାଇନସ୍:

ହେଲା ଖୁଲାସା : ଅଭିଯୋଗକାରିଣୀ ନିଜେ ଅଭିଯୁକ୍ତା

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପୁରୁଷବନ୍ଧୁଙ୍କ ସହିତ ମିଶି ମାରିଲେ, ଆଉ ତାପରେ ରଚିଲେ ହତ୍ୟା ନାଟକ 

 ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ଥାନା ଅନ୍ତର୍ଗତ ତୁର୍ଲା ଗ୍ରାମରେ ଗତ 1 ତାରିଖରେ ଘଟିଯାଇଥିବା ହତ୍ୟା କାଣ୍ଡ ର ଆଜି ପୋଲିସ ଖୁଲାସା କରିଛି । ଗତ 1 ତାରିଖ ଦିନ ତୁର୍ଲା ଗ୍ରାମର ସଜମଣି କଲେତ (୪୦)ଝାରବନ୍ଧ ଥାନା ଅଧିକାରୀ ଶ୍ରୀ ଠାକୁର ଦାସ ମୁର୍ମୁ ଙ୍କର ନିକଟରେ ଅଭିଯୋଗ କରିଥିଲେ ଯେ ତୁର୍ଲା ଗ୍ରାମର ତିନି ଜଣ ଯୁବକ ଯଥା ଜଗନ୍ନାଥ ମିର୍ଧା , କାଳିଆ ମିର୍ଧା ,ଓ ହେମନ୍ତ ଦୁଢେକ ,ତାଙ୍କ ସ୍ୱାମୀ ଶ୍ରୀ ଲକ୍ଷ୍ମୀ କାନ୍ତ କଲେତ କୁ ହତ୍ୟା କରିଛନ୍ତି । ଅଭିଯୋଗକାରିଣୀଙ୍କର ଅଭିଯୋଗ ମୁତାବକ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଂଛି ତଦନ୍ତ ଆରମ୍ଭ କରିଥିଲେ । ଘଟଣାର ଗୁରୁତ୍ୱ ଅନୁଭବ କରି SDPO ଶ୍ରୀ ପ୍ରଦୀପ କୁମାର ସାହୁ ତଥା ବରଗଡ SP ପଦ୍ମିନୀ ସାହୁ ମଧ୍ୟ ଘଟଣା ସ୍ଥଳକୁ ପହଂଛି ଅନୁଧ୍ୟାନ କରିବା ସହିତ ଶ୍ରୀ ମୁର୍ମୁ ଙ୍କୁ ତଦନ୍ତ ପାଇଁ ବିଭିନ୍ନ ପରାମର୍ଶ ଓ ନିର୍ଦେଶ ଦେଇଥିଲେ । ଅଭିଯୋଗ ମୁତାବକ ଥାନା ଅଧିକାରୀ ଶ୍ରୀ ମୁର୍ମୁ ତଦନ୍ତ ଆରମ୍ଭ କରିବା ସହିତ ଉପରୋକ୍ତ ତିନି ଜଣଙ୍କୁ ନିଜ ହେପଜାତରେ ନେଇ ତଦନ୍ତ ଆରମ୍ଭ କରିଥିଲା । ଏହି  ତିନି ଜଣଙ୍କର ସହିତ ପୋଲିସ ଅନ୍ୟ ଦିଗରେ ମଧ୍ୟ ତଦନ୍ତ ଜରିରଖିଥିଲା । ଗତ 5 ତାରିଖ ରେ ମୃତକର ସ୍ତ୍ରୀକୁ ଜେରା କରିବାରୁ ପୋଲିସ ଆଗରେ ସେ ସବୁ କଥା ସ୍ଵୀକାର କରିଥିଲା । ଏହାପରେ SP ଙ୍କର ନିର୍ଦ୍ଧେଶ କ୍ରମେ ଜଗଦଲପୁର ଥାନା ଅଧିକାରୀ ଶ୍ରୀମତୀ ଲଳିତା ଲିଲିମା ବାରଲା ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ସଜମଣିକୁ ଆହୁରି ଜେରା କରିବା ପରେ ସେ ତାର ପୁରୁଷ ବନ୍ଧୁ ସେହି ଗ୍ରାମର ତେଜବନ୍ତ ପୋଡ଼ ସହିତ ମିଶି ମଧ୍ୟ ରାତ୍ରିରେ ନିଜ ସ୍ଵାମୀ କୁ ହତ୍ୟା କରିଥିବା ସ୍ୱୀକାର କରିବା ସହିତ ହତ୍ୟା ରେ ବ୍ୟବହାର କରାଯାଇଥିବା ରଶି କୁ ପୋଡ଼ି ଦେଇଥିବା କହିଛି । 

       ଅଭିଯୁକ୍ତର ବୟାନ ଅନୁଶାରେ ଲଷ୍ମୀକାନ୍ତ ପ୍ରତେକ ଦିନ ନିଶା ସେବନ କରି ତାକୁ ମାରପିଟ ଜରିବା ସହିତ ଅକଥନୀୟ ଅତ୍ୟାଚାର କରୁଥିଲା । ଏହାରି ଭିତରେ ସେହି ଗ୍ରାମର ତେଜବନ୍ତ ସହିତ ତାର ସମ୍ପର୍କ ଗଢି ଉଠିଥିଲା । ଘଟଣା ଦିନ ରାତିରେ ଲଷ୍ମୀ କାନ୍ତ ନିଶା ସେବନ କରି ତାର ସ୍ତ୍ରୀ କୁ ମାରା ପିଟା କରିଥିଲା । ଲଷ୍ମୀକାନ୍ତ ସୋଇ ପଡିବା ପରେ ପ୍ରାୟ ରାତି ଗୋଟାଏ ବେଳକୁ ସଜମଣି ଫୋନ କରି ତେଜବନ୍ତକୁ ଡାକି ଏକ ରସି ସାହାଯ୍ୟରେ ଲଷ୍ମୀକାନ୍ତକୁ ହତ୍ୟା କରିଥିଲେ । ହତ୍ୟା କରିବା ପରେ ଲଷ୍ମୀକାନ୍ତର ମୃତଦେହକୁ ସାର୍ଟ ପେଣ୍ଟ ପିନ୍ଧାଇ ବାହାର ଏକ ଖଟରେ ରଖି ଦେଇ ସକାଳୁ ଅନ୍ୟମାନେ ମରିଥିବାର ଖବର ପ୍ରଚାର କରିବା ସହିତ ତିନି ଜଣ ନିର୍ଦୋଷଙ୍କର ବିରୋଧରେ ଅଭିଯୋଗ କରିଥିଲେ । ତେବେ ତଦନ୍ତକାରୀ ଅଧିକାରୀ ମାନଙ୍କର ଜବରଦସ୍ତ ତଦନ୍ତ ଫଳରେ ଖୁବ ଶୀଘ୍ର ଅସଲି ଅପରାଧୀ ଧରାପଡିବା ସହିତ ତିନିଜଣ ନିର୍ଦୋସି ନ୍ୟାୟ ପାଇବାରେ ସଫଳ ହେଇଛନ୍ତି ।

0
0
0
s2sdefault