ହେଡଲାଇନସ୍:

ବାଲିକୁଦା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମଜନ ଅଭିଯୋଗ ଶୁଣାଣୀ : ୪ଟି ଅଭିଯୋଗର ଶୁଣାଣୀ କରାଯାଇ ତତ୍କାଳ ଫଇସଲା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଜଗତସିଂହପୁର:(ରମେଶ ମହାନ୍ତି):-ବାଲିକୁଦା ବ୍ଲକ୍ କାର୍ଯ୍ୟାଳୟ ଠାରେ ମଙ୍ଗଳବାର ଦିନ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ।ଏହି ଅଭିଯୋଗ ଶିବିରରେ ମୋଟ୍ ୧୧୯ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା।ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ୧୦୨ଟି,ଯଥା ଇନ୍ଦିରା ଆବାସ/ବିଜୁ ପକ୍କାଘର ୫୪ଟି,ଭତ୍ତା ସମ୍ବନ୍ଧୀୟ ୭ଟି,ରାସନକାର୍ଡ ସମସ୍ୟା ସମ୍ପର୍କିତ ୨୦ଟି,ଆଇନ ସହାୟତା ସମସ୍ୟା ସମ୍ପର୍କିତ ୦୨ଟି,ଜମିଜମା ସମସ୍ୟା ସମ୍ପର୍କିତ ୨ଟି,ଘରଡିହ ଲିଜ୍ ସମ୍ପର୍କିତ ୪ଟି,ଅଙ୍ଗନବାଡି ସମ୍ପର୍କିତ ୧ଟି,ପାନୀୟ ଜଳ ସମସ୍ୟା ସମ୍ପର୍କିତ ୩ଟି ଓ ଅନ୍ୟାନ୍ୟ  ୫ଟି,ଗାଁ ସମସ୍ୟା ସମ୍ପର୍କିତ ୧୦ଟି,ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇବା ପାଇଁ ୫ଟି,ରେଡକ୍ରସ୍ ପାଣ୍ଠିରୁ ସହାୟତା ପାଇବା ପାଇଁ ୨ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା।୪ଟି ଅଭିଯୋଗର ଶୁଣାଣୀ କରାଯାଇ ସଙ୍ଗେ ସଙ୍ଗେ ଫଇସଲା କରାଯାଇଥିଲା।ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର୍,ପ୍ରକଳ୍ପ ନିର୍ଦେଶକ ସରୋଜ କାନ୍ତ ମହାନ୍ତି,ଉପ-ଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି,ସ୍ଥାନୀୟ ବିଡିଓ,ତହସିଲଦାର,ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଅଧିକାରୀ ଙ୍କ ସମେତ ଆଭିଯୋଗ କରିବାକୁ ଆସିଥିବା ଜନସାଧାରଣ ପ୍ରମୂଖ ଉପସ୍ଥିତ

 

0
0
0
s2sdefault