ହେଡଲାଇନସ୍:

ଅନ୍ତଃରାଜ୍ୟ ରବି ରାଉଳ ମେମୋରିଆଲ୍ ଡ଼ବଲସ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍ ଯାପିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଇଣ୍ଡୋର ଷ୍ଟାଡିୟମ୍ ଠାରେ ଗତ ୪ ଦିନ ଧରି ଚାଲିଥିବା ଅନ୍ତଃ ରାଜ୍ୟ ରବି ରାଉଳ ମେମୋରିଆଲ୍ ଡ଼ବଲସ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍ ଯାପିତ ହୋଇଯାଇଛି । ଏହି ଡବଲସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଖେଳରେ ଓଡିଶା-ଆନ୍ଧ୍ରର ବିଭିନ୍ନ ସହରରାଞ୍ଚଳରୁ ୮୦ ଟି ଦଳ ଅଂଶଗ୍ରହଣ କରିଥିଲେ ।

   ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଖେଳକୁ ଜିଲ୍ଲାପାଳ ଅନୁପମ ଶାହା ଉଦ୍ ଘାଟନ କରିଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଉଦ୍ ଯାପନୀ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । 

    ପାଠ ସହିତ କ୍ରୀଡ଼ାର ଆବଶ୍ୟକତା ରହିଛି । କ୍ରୀଡା ମନୁଷ୍ୟ ଶରୀରକୁ ସୁସ୍ଥ ରଖିବା ସହ କ୍ରିୟାଶୀଳ କରିଥାଏ । ଖେଳରେ ହାର-ଜୀତ୍ ଏକ ଚିରାଚରିତ ପ୍ରଥା ହେଲେ ସବୁବେଳେ ଖେଳୁଆଡ଼ ମନୋଭାବ ନେଇ ଖେଳ ଖେଳିବା ଉଚିତ ଅନ୍ୟ ପକ୍ଷରେ ନିଷ୍ଠାରସହ ଶୃଙ୍ଖଳିତ ଭାବେ ଯେ କୌଣସି ଖେଳ ପ୍ରତି ଅଭ୍ୟାସ ଜାରି ରଖିଲେ ଭବିଷ୍ୟତରେ ସେ ଜଣେ ପ୍ରତିଷ୍ଠିତ ଖେଳାଳି ହୋଇଥାଏ ବୋଲି କହିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ଖେଳରେ ବିଶାଖାପାଟଣାର ଭେଙ୍କେଟେସ୍ ଏବଂ ଚନ୍ଦ୍ରା  ଯୋଡି ଚାମ୍ପିଅନ୍ ହୋଇ ୧୫ ହଜାର ଟଙ୍କା ପୁରସ୍କାର ପାଇଥିବା ବେଳେ ବିଜୟୱାଡାର ମୁଲି ଏବଂ ଗୋପୀନାଥ ଯୋଡି ଟୁର୍ଣ୍ଣାମେଣ୍ଟ ଖେଳରେ ଦ୍ଵିତୀୟ ସ୍ଥାନ ହୋଇ ୧୦ ହଜାର ଟଙ୍କା ପୁରସ୍କାର ପାଇଥିଲେ । ବିଶାଖାପଟଣାର ଅନ୍ୟ ଏକ ଯୋଡି ଚାରୁତା ଏବଂ ଶୁଶାନ୍ତ ତୃତୀୟ ସ୍ଥାନ ହୋଇ ୬ ହଜାର ଟଙ୍କା ଏବଂ ଜୟପୁରର ସିଦ୍ଧୁ ଓ କାଁହୁ ଯୋଡି ଚତୁର୍ଥ ସ୍ଥାନ ହୋଇ ୪ ହଜାର ଟଙ୍କା ପୁରସ୍କାର ପାଇଥିଲେ । 

ଏହି ଟୁର୍ଣ୍ଣାମେଣ୍ଟ ଖେଳରେ ଗଜପତି ଜିଲ୍ଲାରେ କାର୍ଯ୍ୟରତ ଥିବା ପ୍ରକଳ୍ପ ନିର୍ଦ୍ଦେଶକ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର  ଚଞ୍ଚଳ ରାଣା ମଧ୍ୟ ଖେଳାଳି ଭାବେ ଅଂଶଗ୍ରହଣ କରି “ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ”ପୁରସ୍କାର ପାଇଥିଲେ ।

ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଏହି ଟୁର୍ଣ୍ଣାମେଣ୍ଟ ଖେଳର ଉଦ୍ ଯାପନୀ ତଥା ପୁରସ୍କାର ବଣ୍ଟନ ଉତ୍ସବରେ ସମସ୍ତ କୃତି ତଥା ବିଜେତା ହୋଇଥିବା ଦଳ ଖେଳାଳି ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ ।  ଏହି କାର୍ଯ୍ୟକ୍ରମ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ, ପୌର କାର୍ଯ୍ୟନିର୍ବାହୀ  ଅଧିକାରୀ ଅଶୋକ କୁମାର ରାଉତ ଉପସ୍ଥିତ ଥିଲେ।     

0
0
0
s2sdefault