ହେଡଲାଇନସ୍:

ପୂର୍ବାଞ୍ଚଳ ଅନ୍ତଃ ବିଶ୍ୱବିଦ୍ୟାଳୟ "ଚେସ୍ " ପ୍ରତିଯୋଗିତା  ଉଦ୍ଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ  ରାଜ-ସୀତାପୁର ନିକଟସ୍ଥ ଆଲୁରୀ ନଗର ଠାରେ ଥିବା ସେଂଚୁରିଆନ ବିଶ୍ବ ବିଦ୍ୟାଳୟ ପରିସରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚାଲିଥିବା ପୂର୍ବାଞ୍ଚଳ ଅନ୍ତଃ ବିଶ୍ୱବିଦ୍ୟାଳୟ "ଚେସ୍" ପ୍ରତିଯୋଗିତା ଉଦ୍ ଯାପିତ ହୋଇଯାଇଛି । 

    ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ଃ ଅନିତା ପାତ୍ର ସଭାପତିତ୍ୱରେ ଉଦ୍ ଯାପନୀ ଉତ୍ସବ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପରିଚାଳନା କମିଟିର ସମ୍ପାଦକ ରବି ନାରାୟଣ ରାଉତରାୟ ଯୋଗଦେଇ ବିବରଣୀ ପାଠ କରିଥିଲେ ।

    ଏହି ଅନ୍ତଃ ବିଶ୍ୱବିଦ୍ୟାଳୟ ଚେସୄ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଯାଦବପୁର ବିଶ୍ୱବିଦ୍ୟାଳୟ , ସେହିଭଳି କୋଲକାତା ବିଶ୍ୱବିଦ୍ୟାଳୟ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଇ:ର:ଏ ବିଶ୍ୱବିଦ୍ୟାଳୟ ତୃତୀୟ ସ୍ଥାନ ଏବଂ ଦିବୃଗଡ଼ ବିଶ୍ୱବିଦ୍ୟାଳୟ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ । 

      ଏହି ପ୍ରତିଯୋଗିତାର ବିଜେତା ହୋଇଥିବା କୃତି ପ୍ରତିଯୋଗୀ ମାନେ ଆଗାମୀ ଦିନରେ ତାମିଲନାଡୁ ଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ମୁଖ୍ୟଅତିଥି ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ପ୍ରତିଯୋଗିତାର ସମସ୍ତ ବିଜେତା ହୋଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରି ପୁରସ୍କାର ବଣ୍ଟନ କରିଥିଲେ ।

    ବିଶ୍ୱବିଦ୍ୟାଳୟର କ୍ରୀଡା ନିର୍ଦ୍ଦେଶକ  ଡ଼ଃ ଗୋବିନ୍ଦ ରାଓ ଇଟରାଜୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ର କଲ୍ୟାଣ ଅଧିକ୍ଷକ ଡ଼ଃ ସୁଶାନ୍ତ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ । ଛାତ୍ରଛାତ୍ରୀ  ଓ ସ୍ବେଛାସେବୀ ମାନଙ୍କ ସଫଳ ଯୋଗଦାନ ଫଳରେ "ଚେସ୍" ପ୍ରତିଯୋଗିତା ଉଦ୍ ଘାଟନୀ ଓ ଉଦ୍ଯାପନୀ କାର୍ଯ୍ୟକ୍ରମ ସମେତ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ  ସୃଚାରୁ ରୁପେ ସମ୍ପନ୍ନ ହୋଇଥିଲା ।

0
0
0
s2sdefault