ହେଡଲାଇନସ୍:

ଜିଲ୍ଲାପାଳ ଏବଂ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅନୁପମ ଶାହା ଏବଂ ଆରକ୍ଷୀ ଅଧିକ୍ଷକଙ୍କ   ଜଣ-ସାଧାରଣଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଶୁଣି ତାର ସମାଧାନ କରିବା ନିମନ୍ତେ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

    ଜିଲ୍ଲାପାଳ ଅନୁପମ ଶାହାଙ୍କ ଅଧ୍ୟକ୍ଷତାରେ ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କ ସମେତ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଡ: ସତ୍ୟ ସଂପନ୍ନା ରାଉତ ଓ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

    ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ  କାର୍ଯ୍ୟକ୍ରମରେ ମୋଟ  ୩୮୮ ଟି ଅଭିଯୋଗ  ଆସିଥିବା ବେଳେ ସେଥିମଧ୍ୟରୁ ୩୭୦ ଟି  ବ୍ୟକ୍ତିଗତ ସମସ୍ୟାର ଅଭିଯୋଗ  ଏବଂ ୧୮ ଟି ଗୋଷ୍ଠୀ ଭିତ୍ତିକ ଗ୍ରାମ୍ୟ ସମସ୍ୟାର ଅଭିଯୋଗ ସବୁ ଆସିଥିଲା ।         ସମସ୍ତ ଅଭିଯୋଗ ଗୁଡିକ ଶୁଣାଣୀ କରିବା ପରେ ସେଥିମଧ୍ୟରୁ ୭୯ ଟି ଅଭିଯୋଗର ତ୍ୱରିତ ସମାଧାନର ବ୍ୟବସ୍ଥା କରାଯାଇଥିଲା ।

   ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅତ୍ୟନ୍ତ ଅସୁବିଧାରେ ରହିଥିବା ବ୍ୟକ୍ତିଙ୍କୁ ୧ଲକ୍ଷ ୧୨ ହଜାର ଟଙ୍କା ଜିଲ୍ଲାପାଳ ଅନୁପମ ଶାହା ସହାୟତା ରାଶି ପ୍ରଦାନ କରିଥିଲେ ।

 

 

0
0
0
s2sdefault