ହେଡଲାଇନସ୍:

 ସ୍ତ୍ରୀ ଓ ପୁଅଙ୍କ ନିରାପତ୍ତା ପାଇଁ ମୃତ୍ୟୁର ସୁପାରୀ ଦେଇଥିଲେ ମହାଦେବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମହାଦେବଙ୍କ ପ୍ରବାସର ଫାଇଦା ନେଇ ପତ୍ନୀଙ୍କ ଉପରେ ଦୀପା ପକାଇଥିଲେ ନଜର  

ହତ୍ୟା ପାଇଁ ୩ଲକ୍ଷ ସୁପାରୀ ,ମଦ ପିଆଇ ହାଣି ପୋଖରୀକୁ ଫିଙ୍ଗିଦେଲେ

ଜଗତସିଂହପୁର:(ରମେଶ ମହାନ୍ତି):-  ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟରା ଦୀପା ହତ୍ୟାକାଣ୍ଡର ଗୁମର ଫିଟିବା ସହ ମୁଖ୍ୟ ଅଭିଯୁକ୍ତ ମହାଦେବ କାଣ୍ଡି କୁ ଗିରଫ କରିଛି ତିର୍ତ୍ତୋଲ ପୋଲିସ୍ ।ସୂଚନାନୂଯାୟୀ ଗତମାସ ୨୪ ତାରିଖ ସକାଳୁ କଟରା ପୋଖରୀରେ ଭାସୁଥିବା ନିକଟସ୍ଥ ଜଜାଙ୍ଗ ଗ୍ରାମର ରଶ୍ମି ରଞ୍ଜନ ସ୍ୱାଇଁ ଓରଫ(ଦୀପା)ର ମୃତଦେହକୁ ଉଦ୍ଧାର କରିଥିଲା ତିର୍ତ୍ତୋଲ ପୋଲିସ୍।ମୃତକର ବେକ ହଣା ହୋଇଥିବାରୁ ପ୍ରଥମରୁ ହିଁ ପୋଲିସ୍ ଜାଣିପାରିଥିଲା ଏହା ଏକ ହତ୍ୟାକାଣ୍ଡ ବୋଲି।ପରେ ପୋଲିସ ତଦନ୍ତରୁ ଜଣାପଡିଥିଲା ୩ଲକ୍ଷ ସୁପାରି ନେଇ ଯୋଜନାବଦ୍ଧ ଭାବେ ଦୀପାକୁ ହତ୍ୟା କରିଥିଲେ ଦୁଇ ସୁପାରି କିଲର ବାଲିକୁଦା ଥାନା ଅଧିନ ମୁଳୁଗାଁ ର ଜଗନ୍ନାଥ ଦାସ(ଜଗା) ଓ ବାଲିକୁଦା ଶାରଣା ଗ୍ରାମର ରାକେଶ ମୁଦୁଲି (ରାଜା) ।   ଦିପାକୁ ହତ୍ୟା କରିବାପାଇଁ ଯୋଜନା ପ୍ରସ୍ଥୁତ ହୋଇଥିଲା ମୁମ୍ବାଇରେ ।ସୂଚନାନୂଯାୟୀ ଏହି ହତ୍ୟାର ମୁଖ୍ୟ ଅଭିଯୁକ୍ତ (ସୁପାରିଦାତା) ବାଲିକୁଦା ଅଂଚଳର ମହାଦେବ କାଣ୍ଡି (୩୭) ପିଲାବେଳୁ ଜଜାଙ୍ଗ ଗ୍ରାମରେ ମାମୁଁ ଘରେ ରହୁଥିଲା। ବିବାହ ହେବା ପରେ ସେ ଚାକିରି କରିବା ପାଇଁ ମୁମ୍ବାଇ ପଳାଇଥିଲେ। କିନ୍ତୁ ଘରେ ତାଙ୍କର ପତ୍ନୀ ଓ ଟିକି ପୁଅ ରହୁଥିଲେ।ଏହାର ସୁଯୋଗ ନେଇ (ମୃତ)ଦୀପା ତାଙ୍କର ପତ୍ନୀଙ୍କ ସହ ଯୋର ଯବରଦସ୍ତ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରୁଥିଲା।ମହିଳା ଜଣଙ୍କ ବିରୋଧ କରିବାରୁ ତାଙ୍କୁ ବିଭିନ୍ନ ସମୟରେ ହଇରାଣ ହରକତ୍ କରିବା ସହିତ ତାଙ୍କର ପୁଅ ଓ ସ୍ୱାମିକୁ ଜୀବନରେ ମାରିଦେବାକୁ ଧମକ ଦେଇ ଆସୁଥିଲା।ଧିରେ ଧିରେ ମହିଳାଙ୍କ ପ୍ରତି ଦୀପାର ଅତ୍ୟାଚାର ବଢିବା ସହ ଅସହ୍ୟ ହେବାରୁ ଶେଷରେ ମହିଳା ନିରୁପାୟ ହୋଇ ମୁମ୍ବାଇରେ ରହୁଥିବା ତାଙ୍କର ସ୍ୱାମିଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ।ଘଟଣା ସମ୍ପର୍କରେ ମୁମ୍ବାଇରେ ରହୁଥିବା ସ୍ୱାମି ସବୁ ଜାଣିବା ପରେ ରାଗରେ ଅଥୟ ହୋଇପଡିଥିଲେ।ଏପରିକି ଅନେକଦିନ ଧରି ଉଭୟ ସ୍ୱାମି ଓ ସ୍ତ୍ରୀ ମାନସିକ ଦୁଶ୍ଚିନ୍ତାରେ ରହିଥିଲେ।ଏହିଭଳି ସମୟରେ ୨୦୧୮ ମସିହାରେ ମୁମ୍ବାଇ କାମକରିବାକୁ ଯାଇଥିଲେ ଜଗା ।ମହିଳାଙ୍କ ସ୍ୱାମି ଓ ଜଗା ଗୋଟିଏ ଜାଗାରେ ରହି ଚାକିରି କରୁଥିଲେ।ମହିଳାଙ୍କ ସ୍ୱାମି ଉକ୍ତ ଘଟଣା ସମ୍ପର୍କରେ ଜଗା ସହିତ ଆଲୋଚନା କରିବା ସହିତ ଦୀପାକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ।ଏନେଇ ଜଗାକୁ ତିନି ଲକ୍ଷ ଟଙ୍କା ସୁପାରି ଦେବାପାଇଁ ଚୁକ୍ତି ହୋଇଥିଲା।ଚୁକ୍ତି ଅନୁଯାୟୀ ମହିଳାଙ୍କ ସ୍ୱାମି ଜଗାକୁ ୫୦ହଜାର ଦେଇଥିଲେ।ଟଙ୍କା ପାଇବା ପରେ ଜଗା ଗତ ଜାନୁଆରି ମାସରେ ମୁମ୍ବାଇ ଛାଡି ଗାଁକୁ ଫେରି ଆସିଥିଲା। ଗାଁକୁ ଫେରିବା ପରେ ଜଗା ବିଭିନ୍ନ ସମୟରେ ଜଜାଙ୍ଗ ଗ୍ରାମକୁ ଯାଇ ଯୋଜନାନୂଯାୟୀ ଦୀପା ସହିତ ସମ୍ପର୍କ ଯୋଡିବାକୁ ଚେଷ୍ଟାକରି ଜୁନ୍ ମାସରେ ସଫଳ ହୋଇଥିଲା।ସମ୍ପର୍କକୁ ନିବିଡ କରିବା ପାଇଁ ଦୀପା ସହିତ ଜଗା ଓ ଅନ୍ୟ ଜଣେ ସାଙ୍ଗ ରାଜା ତିନିଜଣ ମିଶି ବିଭିନ୍ନ ସମୟରେ ଏକାଠି ମିଳାମିଶା କରିବା ସହ ମଦ୍ୟପାନ କରୁଥିଲେ ।ଶେଷରେ ଜଗା ତାର ପୂର୍ବ ଯୋଜନାନୁଯାୟୀ ଗତମାସ ୨୨ତାରିଖ ଦିନ କଟରା ଆସି ସଂଦ୍ଧ୍ୟାରେ ଦିପାକୁ ଫୋନ୍ କରିଥିଲା।ସାଙ୍ଗଦୋସ୍ତି ଥିବାରୁ ରାତି ପ୍ରାୟ ୮ଟାରେ ଦୀପା ଜଜାଙ୍ଗ ଘରୁ ତାର ଆପାଚି ବାଇକ୍ ଧରି କଟରା ଚାଲିଆସିଥିଲା। କଟରାର ବଡ ପୋଖରୀ କୁଳ ପାହାଚରେ ନିରୋଳାରେ ବସି ଦୀପା ସହିତ ଜଗା ଓ ରାଜା ମଦ ପିଇଥିଲେ।ଦୀପା ମଦ ପିଇବାରେ ବ୍ୟସ୍ତଥିବା ବେଳେ ଜଗା କିଛି ଦୂରରେ ଲୁଚାଇ ରଖିଥିବା କଟୁରୀ ଆଣି ଅମାନୂଷିକ ଭାବେ ଦୀପାର ବେକକୁ ହାଣି ହତ୍ୟା କରିବା ପରେ ପୋଖରୀରେ ଫୋପାଡି ଦେଇଥିଲେ ।ଏଥିସହିତ ଦୀପାର ଆପାଚି ବାଇକ୍ ଓ ମୋବାଇଲକୁ ମଧ୍ୟ ପୋଖରିକୁ ଫୋପାଡି ଦେଇ ଦୁଇଜଣ ଫେରାର ହୋଇଯାଇଥିଲେ।ଦୀପାକୁ ହତ୍ୟା କରିଥିବା ଦୁଇ ସୁପାରି କିଲର୍ ଙ୍କୁ ତିର୍ତୋଲ ପୋଲିସ ଗିରଫ କରି ଗତ ଶନିବାର  କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ନିକଟରୁ ୨୭ହଜାର ଟଙ୍କା,୧ଟା ମୋବାଇଲ୍ ଫୋନ୍,ଗୋଟିଏ ୟାମା ମୋଟର ସାଇକେଲ୍ ସହ ବଣରେ ଲୁଚା ହୋଇଥିବା ହତ୍ୟାକାଣ୍ଡରେ ବ୍ୟବହୃତ ଏକ ହଁସୁଆ କଟୁରୀକୁ ମଧ୍ୟ ପୋଲିସ ଜବତ କରିଥଲା।ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ (ସୁପାରିଦାତା) ମହିଳାଙ୍କ ସ୍ୱାମୀ  ମହାଦେବ କାଣ୍ଡି ଙ୍କୁ ଗିରଫ କରିଛି ତିର୍ତ୍ତୋଲ ପୋଲିସ୍।ଏନେଇ ଆଜି (ମଙ୍ଗଳବାର) ଅପରାହ୍ନରେ ତିର୍ତ୍ତୋଲ ପୋଲିସ ଏସ୍.ଡି.ପି.ଓ ଦୀପକ ରଞ୍ଜନ ଜେନା ସାମ୍ବାଦିକ ସମ୍ମିଳନୀ କରି ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

0
0
0
s2sdefault