ହେଡଲାଇନସ୍:

ଷ୍ଟେଟ ବ୍ୟାଙ୍କର ଇଏ କି ଗ୍ରାହକ ସେବା !!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଲୋକଙ୍କୁ ଘଣାଉଛି, ନିରାଶ ହୋଇ ଫେରୁଛନ୍ତି ବାରମ୍ବାର

ପଦ୍ମପୁର- ବରଗଡ଼ ଜିଲ୍ଲା ପଦ୍ମପୁର ସହରର ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଉପରେ ପଦ୍ମପୁର ସହର ତଥା ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ନିର୍ଭର କରନ୍ତି ।ମୁଖ୍ୟତଃ ଗ୍ରାମାଞ୍ଚଳର ଲୋକମାନେ ତାଙ୍କ ଜମା ଖାତା(ପାସବୁକ) ମାଧ୍ୟମରେ ହିଁ ନିଜର ଲେଣଦେଣ ବିଷୟରେ ସବିଶେଷ ବିବରଣୀ ଜାଣିପାରିଥାନ୍ତି । ଯେଉମାନେ ଏଟିଏମ ବ୍ୟବହାର କରୁଛନ୍ତି ଦୀର୍ଘଦିନର ବୀବରଣୀ ପାଇଁ ଜମା ଖାତା କୁ ବ୍ୟବହାର କରିଥାନ୍ତି ।ହେଲେ ପଦ୍ମପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଏକ ବ୍ୟତିକ୍ରମ ଦେଖିବାକୁ ମିଲୁଛି ଯାହାକି ଏଠାରେ ଲୋକ ନିଜର ଜମାଖାତା ପ୍ରିଣ୍ଟ କରିବା ପାଇଁ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି ।ଜମାଖାତା ପ୍ରିଣ୍ଟ ପାଇଁ ବ୍ୟାଙ୍କ ତରଫରୁ ନିର୍ଧାରିତ କାଉଣ୍ଟର,ଦିନ ଓ ସମୟ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ତାହା କାମକୁ ଆସୁନି । ଅଧିକାଂଶ ସମୟ କାଉଣ୍ଟର ଖାଲି ଥିବା ଦେଖିବାକୁ ମିଲୁଛି । ଏ ବିଷୟରେ ପଚାରିଲି ଏଥିପାଇଁ ନିୟୋଜିତ ଥିବା କର୍ମଚାରୀ ଛୁଟିରେ ଅଛନ୍ତି ,ମେସିନ ଖରାପ ଅଛି ଏପରି ଉତ୍ତର ମିଲିଥାଏ । ତେବେ ବ୍ୟାଙ୍କ କ୍ଷେତ୍ରରେ ସର୍ବୋଚ୍ଚ ସେବା ଯୋଗାଉଥିବା ବ୍ୟାଙ୍କରେ ଜମାଖାତା ପ୍ରିଣ୍ଟ ପାଇଁ ଲୋକେ ଅସୁବିଧା ସମ୍ମୁଖୀନ ହେଉଥିବା ହେତୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

0
0
0
s2sdefault