ହେଡଲାଇନସ୍:

ସମନ୍ୱୟ ଭିତ୍ତିରେ ଧାର୍ଯ୍ୟ ସମୟ ଭିତରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ କର : ଶ୍ରୀ ପତ୍ରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଉଠା ଜଳ ସେଚନ ଅଧ୍ୟକ୍ଷ ଅମରେଶ ପତ୍ରୀ ଧର୍ମଶାଳା ଓ ରସୁଲପୁର ବ୍ଲକର ଉଠା ଜଳସେଚନ ପ୍ରକଳ୍ପ  କାର୍ଯ୍ୟର କଲେ  ସମୀକ୍ଷା

ଭୁବନେଶ୍ୱର(ଶାସକ ପ୍ରଶାସକ): ଯାଜପୁର ଜିଲ୍ଲା ଧର୍ମଶାଳା ଓ ରସୁଲପୁର ବ୍ଲକର  ବିଭାଗୀୟ ଉଠା ଜଳସେଚନ ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ  ରାଜ୍ୟ ଉଠା ଜଳ ସେଚନ ନିଗମ  ଅଧ୍ୟକ୍ଷ  ଶ୍ରୀ ଅମରେଶ ପତ୍ରୀ  ସମୀକ୍ଷା କରିଛନ୍ତି । ମଙ୍ଗଳବାର ନିଗମ କାର୍ଯ୍ୟାଳୟ ଠାରେ  ଧର୍ମଶାଳା ବିଧାୟକ ଶ୍ରୀ ପ୍ରଣବ କୁମାର ବଳବନ୍ତରାୟଙ୍କ ଉପସ୍ଥିତିରେ ଶ୍ରୀ ପତ୍ରୀ ଦୁଇ ବ୍ଲକରେ ନିର୍ମାଣାଧିନ ଉଠା ଜଳସେଚନ ପ୍ରକଳ୍ପକୁ ଆଗାମୀ ୨୦୧୯-୨୦ ଆର୍ଥିକ ବର୍ଷ ଶେଷ  ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଶେଷ କରିବାକୁ ଉପସ୍ଥିତ ସଂପୃକ୍ତ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ  ଏବଂ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । ଯେଉଁ ଉଠା ଜଳ ସେଚନ ପ୍ରକଳ୍ପଗୁଡିରେ ବିଦ୍ୟୁତ୍ ଶକ୍ତି ଯୋଗାଣ ସମସ୍ୟା ରହିଛି, ସେଥି ପ୍ରତି ଦୃଷ୍ଟି ଦେବା ସହ  ସେସୁ କର୍ମଚାରୀଙ୍କ ସହିତ ସମନ୍ୱୟ ରକ୍ଷା କରି ସେହି ସବୁ ପ୍ରକଳ୍ପଗୁଡିକୁ ତୁରନ୍ତ  କାର୍ଯ୍ୟକ୍ଷମ କରିବାକୁ ଅଧ୍ୟକ୍ଷ  ଗୁରୁତ୍ୱାରୋପ କରିଥିଲେ । ତତ୍ ସହିତ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବା ନେଇ ଆନୁଷଙ୍ଗିକ ଅନ୍ୟାନ୍ୟ ସମସ୍ୟା ଓ ଏହାର ସମାଧାନ ଦିଗରେ ବୈଠକରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଅଧିକ୍ଷଣ ଯନ୍ତ୍ରୀ ଇଂ ମାନସ ପଟ୍ଟନାୟକ, ନିର୍ବାହୀ ଯନ୍ତ୍ରୀ ଇଂ ଶିବରାମ ପଣ୍ଡାଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ |

 

 

0
0
0
s2sdefault