ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବା ଏବଂ ସରକାରୀ କର୍ମଚାରୀଙ୍କ ଭଳି ମହଙ୍ଗା ଭତା  ଦାବି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟ ସଡକ ପରିବହନ ନିଗମର ସମସ୍ତ ବସ୍ ଏବଂ କାର୍ଯ୍ୟାଳୟ ୨୬ ରୁ ୨୮ ବନ୍ଦ୍

ଭୁବନେଶ୍ୱର : ଏକ ମହତ୍ ଉଦ୍ଦେଶ୍ୟ  ନେଇ ରାଜ୍ୟର ଜନସାଧାରଣଙ୍କୁ ଉତମ ପରିବହନ ସେବା ଯୋଗାଇଦେବା ଏବଂ ଉକ୍ତ ସଂସ୍ଥାକୁ ଲାଭଜନକ ସଂସ୍ଥାରେ ପରିଣତ କରିବା ଏବଂ ପରିବହନ ସେବାରେ ନିୟୋଜିତ କର୍ମଚାରୀମାନଙ୍କର ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ତକôାଳୀନ ସରକାର ତା.୧୫-୦୫-୧୯୭୪ରିଖରେ ଏସ.ଟି.ଏସ.କୁ  ଓ.ଏସ.ଆର.ଟି.ସି.ରେ ପରିଣତ କଲେ । ତା’ପରେ ତା.୧୬-୦୮-୧୯୯୦ରିଖରେ ଓ.ଆର.ଟି.କୋ.କୁ ଓ.ଏସ.ଆର.ଟି.ସି.ରେ ମିଶ୍ରଣ କରିଥିଲେ । ପର୍ଯ୍ୟାୟକ୍ରମେ ୧୯୮୩ରୁ ୧୯୮୯ ପର୍ଯ୍ୟନ୍ତ ବ୍ୟାନର୍ ସ୍କିମ୍ ପରି ତ୍ରୁଟିପୂର୍ଣ୍ଣ ନୀତି କରି କିଛି ଅସାଧୁ ତଥା ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ  ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ଚକ୍ରାନ୍ତ ଫଳରେ ନିଗମର କ୍ଷତି ବଢିଚାଲିଲା । ଫଳତଃ ନିଗମ ପ୍ରାୟ ୩୫ଟି ୟୁନିଟ୍ ମଧ୍ୟରୁ ପ୍ରାୟ ୨୧ଟି ୟୁନିଟ୍କୁ ବନ୍ଦ୍ କରି ୧୪ଟି ୟୁନିଟ୍ରେ ଗାଡି ଚଳାଚଳ କଲେ । ପ୍ରାୟ ୨୩୩୭ କର୍ମଚାରୀଙ୍କୁ ଭି.ଆର୍.ଏସ./ଭି.ଏସ.ଏସ.ରେ ଯିବା ପାଇଁ ବାଧ୍ୟ କରାଗଲା ଏବଂ ୪୭୪ ଜଣ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଗଲା । ସଂପ୍ରତି ପ୍ରାୟ ୨୪ଟି ୟୁନିଟ୍ରେ ପ୍ରାୟ ୧୬୪୪ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ତନ୍ମଧ୍ୟରୁ ପ୍ରାୟ ୫୪୧ ଜଣ ସ୍ଥାୟୀ କର୍ମଚାରୀ ଥିବାବେଳେ ଅବଶିଷ୍ଟ ପ୍ରାୟ ୧୧୦୩ ଜଣ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି । ନିଗମର ଠିକା କର୍ମଚାରୀମାନେ ସ୍ଥାୟୀ କର୍ମଚାରୀ ପାଉଥିବା ବେତନର ଏକ ତୃତୀୟାଂଶ ମଜୁ ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବା ଏବଂ ସରକାରୀ କର୍ମଚାରୀଙ୍କ ଭଳି ମହଙ୍ଗା ଭତା ପ୍ରଦାନ କରାଯାଉ ରୀରେ କାର୍ଯ୍ୟ କରୁଛନ୍ତି । ସରକାରୀ ନିୟମାନୁସାରେ ଛ’ବର୍ଷରୁ ଅଧିକ କାଳ କାର୍ଯ୍ୟ କଲେ ନିୟମିତ କରାଯିବାର ବ୍ୟବସ୍ଥା ଥିଲେ ମଧ୍ୟ ସେମାନଙ୍କୁ ନିୟମିତ କରାଯାଉନାହିଁ କିମ୍ବା ସୁପ୍ରିମକୋର୍ଟଙ୍କ ଆଦେଶାନୁସାରେ ସମାନ କାମକୁ ସମାନ ଦରମା ମଧ୍ୟ ଦିଆଯାଉନାହିଁ । ପ୍ରକାଶ ଥାଉକି ନିଗମ ୧୯୯୨ ପରଠାରୁ ଠିକା କର୍ମଚାରୀଙ୍କୁ ନିୟମିତ କରିନାହିଁ ।

ଇତିମଧ୍ୟରେ ବହୁ ଠିକା କର୍ମଚାରୀ ଅବସର ନେଲେଣି ଏବଂ ଅନେକ ଠିକା କର୍ମଚାରୀ ୨୦ ବର୍ଷରୁ ଅଧିକ କାଳ ଧରି ଠିକା ଭାବରେ କାର୍ଯ୍ୟ କରୁଛନ୍ତି । ସେମାନଙ୍କୁ ବିଭିନ୍ନ ଆଳ ଦେଖାଇ ପ୍ରତି ମାସର ପୁରା ମଜୁରୀ ମଧ୍ୟ ଦିଆଯାଉନାହିଁ । ଯଦିଓ ନିଗମ ୨୦୦୨-୦୩  ଆର୍ଥିକ ବର୍ଷ ଠାରୁ ଅଧିକ ଲାଭ କରୁଛି; କିନ୍ତୁ ସେମାନଙ୍କୁ ନିୟମିତ କରାଯାଉନାହିଁ ବା ନିୟମିତ କର୍ମଚାରୀଙ୍କୁ ସରକାରୀ ହାରରେ ବେତନ ଦିଆଯାଉନାହିଁ । ଏବେ ନିଗମର ପ୍ରାୟ ୪୪୯ଟି ବସ୍ ମଧ୍ୟରୁ ୪୩୦ଟି ବସ୍ ଚଳ ପ୍ରଚଳ କରୁଛି । ଏଥିପାଇଁ ପ୍ରାୟ ୨୪୦୮ ଜଣ କର୍ମଚାରୀ ଆବଶ୍ୟକ ଥିବା ବେଳେ ପ୍ରାୟ ୧୬୪୪ ଜଣ କର୍ମଚାରୀ ଅଛନ୍ତି । ପ୍ରକାଶ ଥାଉକି, ସର୍ବଭାରତୀୟ ସ୍ତରରେ ବସ୍ ପିଛା କର୍ମଚାରୀ ହାର ୧:୫.୬ ହୋଇଥିବା ବେଳେ ଏବେ ନିଗମରେ ବସ୍ ପିଛା ୧:୩.୮୨ ହାରରେ କର୍ମଚାରୀ ଥିଲେ ହେଁ ଠିକା କର୍ମଚାରୀଙ୍କୁ ସ୍ଥାୟୀ କରଯାଉନାହିଁ କି ନିୟମିତ କର୍ମଚାରୀମାନଙ୍କୁ ସରକାରୀ କର୍ମଚାରୀ ପାଉଥିବା ହାରରେ ବେତନ ଦିଆଯାଉନାହିଁ । ବର୍ତମାନ  ନିଗମ କର୍ମଚାରୀମାନେ ଷଷ୍ଠ  ବେତନ କମିଶନ ହାରରେ ୫୧% ଡି.ଏ. ସହିତ ବେତନ ପାଉଛନ୍ତି । ଠିକା କଣ୍ଡକ୍ଟର, ଠିକା ଡ୍ରାଇଭର ଏବଂ ଠିକା ମେକାନିକାଲ ହେଲ୍ପର୍ମାନେ ଯଥାକ୍ରମେ- ୭୨୦୦, ୮୮୦୦ ଓ ୬୦୦୦ ଟଙ୍କା ହାରରେ ମଜୁରୀ ଧାର୍ଯ୍ୟ କରାଯାଇଛି । ଆମ ସଂଘର ବିଭିନ୍ନ ଦାବି ଯଥା-ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବା, ସରକାରଙ୍କ ହାରରେ ନିଗମ କର୍ମଚାରୀଙ୍କୁ ଦରମା ଦେବା, ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ପଦୋନ୍ନତି ଦେବା, ଠିକା କର୍ମଚାରୀଙ୍କ ମଜୁରୀ ବୃଦ୍ଧି କରିବା, ୪ର୍ଥ, ୫ମ ଓ ଷଷ୍ଠ ବେତନ ଅନୁସାରେ ବକେୟା ଦରମା ପ୍ରଦାନ କରିବା, ଅନ୍ୟାୟ ଭାବେ ହେଉଥିବା ଅର୍ଥ ଭରଣା ବନ୍ଦ୍ କରିବା ଇତ୍ୟାଦି ଦାବି ପୂରଣ ହେଉନାହିଁ । ଯଦିଓ ବିଭିନ୍ନ ସମୟରେ ନିଗମ କର୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରାଯାଇଛି ଏବଂ ପ୍ରତିଶ୍ରୁତି ମଧ୍ୟ ମିଳିଛି । ନିଗମ କର୍ତୃପକ୍ଷ ଲିଖିତ ଆକାରରେ ତା. ୨୦-୦୯-୨୦୧୫ ରିଖ, ତା.୨୧-୧୨-୨୦୧୫ରିଖ ଏବଂ ତା. ୨୮-୦୬-୨୦୧୬ରିଖରେ ପ୍ରତିଶ୍ରୁତି ଦେଲେ ମଧ୍ୟ ତାହା ପୂରଣ କରିବାରେ ଟାଳଟୁଳ ନୀତି ଗ୍ରହଣ କରୁଛନ୍ତି । ବିଶେଷକରି ନିଗମ କର୍ତୃପକ୍ଷ ଚିଠି ନଂ. ୭୮୫୪ ତା. ୨୮-୦୬-୨୦୧୬ରିଖରେ ଆମ ସଂଘକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ଯେ, ତା. ୩୦-୦୮-୨୦୧୬ରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଠିକା କର୍ମଚାରାଙ୍କୁ ନିୟମିତ କରିବେ, କିନ୍ତୁ ତାହା ପାଳନ କଲେ ନାହିଁ । ଏଥିପାଇଁ ବାରମ୍ବାର ଚିଠି ମାଧ୍ୟମରେ ନିଗମ କର୍ତୃପକ୍ଷଙ୍କୁ ଜଣାଯାଇଥିଲା । ମାତ୍ର ତାହା ମଧ୍ୟ ପୂରଣ କରାଗଲା ନାହିଁ । ତା. ୨୨-୦୯-୨୦୧୭ରିଖରେ ନିଗମ କର୍ତୃପକ୍ଷ ଆମ ସଂଘର ଚିଠି ଅନୁସାରେ ଆଲୋଚନା କଲେ ତାହାକୁ ଟାଳଟୁଳ ନୀତିରେ ଆମ ସଂଘକୁ ୨୧-୧୨-୨୦୧୭ରେ ଜଣାଇଲେ । ଏହାପରେ ଆମ ସଂଘର ତା.୩-୧୨-୨୦୧୭ରିଖରେ ଏକ ଏକ୍ଜିକୁ୍ୟଟିଭ୍ ବଡି ମିଟିଙ୍ଗ୍ ଡକାଯାଇ ନିଷ୍ପତି ନିଆଯାଇଥିଲା ଯେ, ଯଦି ନିଗମ କର୍ତୃପକ୍ଷ ତା.୩୧-୧୨-୨୦୧୭ରିଖ ମଧ୍ୟରେ ନିୟମିତ ନ କରନ୍ତି ଏବଂ ନିୟମିତ କର୍ମଚାରୀଙ୍କୁ ମହଙ୍ଗା ଭତା ସରକାରୀ କର୍ମଚାରୀଙ୍କ ହାରରେ ନ ଦିଅନ୍ତି, ତେବେ ଜାନୁଆରୀ ୨୦୧୮ରେ ସଂଘର ସାଧାରଣ ସଭାରେ ଆନେ୍ଦାଳନ କରିବାକୁ ନିଷ୍ପତି ନିଆଯିବ । ତା. ୨୧-୦୧-୨୦୧୮ରିଖରେ ସଂଘର ସାଧାରଣ ସଭାରେ ଗୋଟିଏ ୧୬ ଜଣିଆ କମିଟି ଗଠନ କରାଗଲା । ଏହି ସଭା ନିଷ୍ପତ୍ତି ଅନୁସାରେ ଯଦି ତା୧୨-୦୨-୨୦୧୮ ମଧ୍ୟରେ ନିଗମ କର୍ତୃପକ୍ଷ ପ୍ରଥମ ପର୍ଯ୍ୟାୟରେ ଠିକା କର୍ମଚାରୀଙ୍କୁ ନିୟମିତ ନ କରନ୍ତି ଏବଂ ସବୁ କର୍ମଚାରୀମାନଙ୍କୁ ପ୍ରତି ମାସର ଏକ ତାରିଖ ଦିନ ପୂର୍ବ ମାସର ଦରମା ନ ଦିଅନ୍ତି, ୧୬ ଜଣିଆ କମିଟି ସଂଘର କର୍ମଚାରୀଙ୍କୁ ଆନ୍ଦୋଳନ କରିବାର  ପ୍ରସ୍ତାବ ଦେବେ । ଯାହା ଉପରେ ଧର୍ମଘଟ ଡାକରା ଦିଆଯିବ । ଉପରୋକ୍ତ ପ୍ରସ୍ତାବ ସବୁ ନିଗମ କର୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ନିଗମ କର୍ତୃପକ୍ଷ କୈାଣସି ପଦକ୍ଷେପ ନେଲେ ନାହିଁ । ତେଣୁ ୧୬ ଜଣିଆ କମିଟି ତା. ୭-୦୨-୨୦୧୮ରିଖ ଏବଂ ତା ୨-୦୨-୨୦୧୮ ରିଖରେ ବସି ତା.୨୬-୦୨-୨୦୧୮ରିଖଠାରୁ ୨୮-୦୨-୨୦୧୮ରିଖ ପର୍ଯ୍ୟନ୍ତ ଧର୍ମଘଟ କରିବାକୁ ନିୟମାନୁସାରେ ନୋଟିସ୍ ଦେବାକୁ ପ୍ରସ୍ତାବ ଦେଲେ । ତେଣୁ ଧର୍ମଘଟ/କାର୍ଯ୍ୟବନ୍ଦ୍ ଆନ୍ଦୋଳନ  କରିବାକୁ ଆସନ୍ତା ତା.୧୨-୦୨-୨୦୧୮ ରିଖରେ କର୍ତୃପକ୍ଷଙ୍କୁ ନୋଟିସ୍ ଦିଆଯାଇଛି । ଏଥିରେ ଓଡିଶା ରାଜ୍ୟ ସଡକ ପରିବହନ ନିଗମର ସମସ୍ତ ବସ୍ ଏବଂ କାର୍ଯ୍ୟାଳୟ ୨୬-୨-୧୮ରୁ ୨୮-୨-୧୮ ପର୍ଯ୍ୟନ୍ତ ବନ୍ଦ୍ ରହିବ  । ଯେଉଁଥିପାଇଁ କର୍ତ୍ତୃପକ୍ଷ ଦାୟୀ ରହିବେ ।

0
0
0
s2sdefault