ହେଡଲାଇନସ୍:

ଫେବୃଆରୀ ୨୨ରେ ଶ୍ରୀରାମଚନ୍ଦ୍ର ଗୌରବ ଜ୍ୟୋତିଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମା କିଚ୍ଚକେଶ୍ୱରୀଙ୍କ ମନ୍ଦିର ପ୍ରାଙ୍ଗଣରୁ ବାହାରିବ ଗୌରବ ଜ୍ୟୋତି

୨୨ତାରିଖ ସଂଧ୍ୟାରେ ଶହୀଦସ୍ମୃତି ଭବନରେ ହେବ ଛଉ ଓ ଝୁମର ନୃତ୍ୟଗୀତ

ବାରିପଦା/Dillip mohanty : ପ୍ରାତଃସ୍ମରଣୀୟ ମହାରାଜା ଶ୍ରୀରାମ ଚନ୍ଦ୍ରଙ୍କ ୧୦୬ତମ ପୂଣ୍ୟ ତିଥି ଅବସରରେ ‘ଆମେ ମୟୂରଭଂଜିଆ’ ସଂଗଠନ ପକ୍ଷରୁ ଆୟୋଜିତ ଗୌରବ ଜ୍ୟୋତି ଯାତ୍ରା ପାଇଁ ତୃତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ହୋଇ ଯାଇଛି । ଆମେ ମୟୂରଭଂଜିଆ ସଂଗଠନର ଆବାହକ ସଞ୍ଜୟ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ବୈଠକରେ   ଡଃ ଶ୍ୟାମ ସୁନ୍ଦର ଦାସ, ପୌରପରିଷଦର ପୂର୍ବତନ ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଶିକ୍ଷାବିତ୍ ସନ୍ତୋଷ ମହାନ୍ତି, ସମାଜସେବୀ ନିରୋଜ ସାହୁ, ଶ୍ରୀରାମଚନ୍ଦ୍ର ସାହିତ୍ୟ ସଂସଦର ସଂପାଦିକା ଶ୍ରୀମତୀ ସୁଚରିତା ମହାନ୍ତି, କୈଳାସ ଚନ୍ଦ୍ର ବେହେରା, ସମାଜସେବୀ କୃଷ୍ଣଚନ୍ଦ୍ର ଦାସ, ପ୍ରଭାତ ସାହୁ, ସଞ୍ଜୀବ ସେଠୀ, ମାନସ କରଣ, ସଞ୍ଜୀବ ରାଉତ, ମାନସ କୁମାର କର, ଆଇନଜୀବୀ ସୁଶୀଲ ପାତ୍ର, ଅଭିଷେକ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଆସନ୍ତା ୨୨ତାରିଖ ଗୁରୁବାର ଦିନ  ପ୍ରାତଃସ୍ମରଣୀୟ ମୟୂରଭଂଜ ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓଙ୍କ ୧୦୬ତମ ପୂଣ୍ୟ ତିଥିକୁ କିଭଳି ମହାସମାରୋହରେ ପାଳନ କରାଯିବ ସେ ନେଇ ନିଷ୍ପତ୍ତି ହୋଇଛି । ସୂଚନା ଯୋଗ୍ୟ ଯେ, ମହାରାଜାଙ୍କ ପୂଣ୍ୟତିଥି ଅବସରରେ ଆସନ୍ତା ୨୨ ତାରିଖ ସକାଳ ୬ଟା ସମୟରେ ସ୍ଥାନୀୟ କିଚ୍ଚକେଶ୍ୱରୀ ମନ୍ଦିରରୁ ଶ୍ରୀରାମଚନ୍ଦ୍ର ଭଂଜଦେଓଙ୍କ ପବିତ୍ର ସ୍ମୃତିରେ “ଗୌରବ ଜ୍ୟୋତି” ଶୋଭାଯାତ୍ରା ବାହାରି ଅମ୍ବିକା ମନ୍ଦିର, ବଡଜଗନ୍ନାଥ ମନ୍ଦିର, ସାତଭଉଣୀ ଛକ, ମଧୁବନ ଛକ, ଦେଇ ରାଣୀସତୀ ମନ୍ଦିର ନିକଟରେ ଥିବା ମହାରାଜାଙ୍କ ପବିତ୍ର ସମାଧିସ୍ଥଳରେ ପହଞ୍ଚିବ । ସେଠାରେ ମହାରାଜାଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଏହି “ଗୌରବ ଜ୍ୟୋତି” ଯାତ୍ରା କୃଷ୍ଣଚନ୍ଦ୍ର ଗୋଲେଇ, ଟ୍ରାଫିକ୍ ଛକ, ବିଜୁପଟ୍ଟନାୟକ ଗୋଲେଇ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ଜ୍ୟୋତି ବସଷ୍ଟାଣ୍ଡ, ବାଘଡାରୋଡ, ଦାରୋଗାଡାହି ଦେଇ ତଖତପୁର  ଶ୍ରୀରାମଚନ୍ଦ୍ର ବିହାର ସ୍ଥିତ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟରେ ପହଞ୍ଚି ସେଠାରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବାର କାର୍ଯ୍ୟକ୍ରମ ରହିଛି  ।  ଏଥି ସହିତ ସେଦିନ ସଂଧ୍ୟାରେ ଶହୀଦସ୍ମୃତି ଭବନରେ ଆୟୋଜିତ ସାଂସ୍କୃତିକ ସଂଧ୍ୟାରେ  ଝୁମର ଏବଂ  ଛଉ ନୃତ୍ୟ ପ୍ରଦର୍ଶିତ ହେବ । ରାଗଧା ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଝୁମର ଗୀତ ଓ ନୃତ୍ୟ ପରିବେଷିତ ହେବ । ସେହିପରି ଉତ୍ଥରସାହି ଛଉ ନୃତ୍ୟ ପ୍ରତିଷ୍ଠାନ ଦ୍ୱାରା ଐତିହାସିକ ୱାର ଡ୍ୟାନ୍ସ ଏବଂ ଓ ଦକ୍ଷିଣସାହି ଛଉ ନୃତ୍ୟ ମନ୍ଦିରର କଳାକାର ମାନଙ୍କ ଦ୍ୱାରା ଛଉନୃତ୍ୟ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ମହାବିଦ୍ୟାଳୟ ସ୍ତରୀୟ ଏକ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆସନ୍ତା ୧୭ତାରିଖ ଶନିବାର ଦିବା ୧୧ଘଟିକା ସମୟରେ ସ୍ଥାନୀୟ ଏମକେସି ବିଦ୍ୟାଳୟରେ ଅନୁଷ୍ଠିତ  ହେବ । ଏହାବ୍ୟତୀତ ବିଦ୍ୟାଳୟ ସ୍ତରରେ ଏକ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ସ୍ଥାନୀୟ ଶ୍ରୀରାମଚନ୍ଦ୍ର ପାଠାଗାର (ଜୁବୁଲି ଲାଇବ୍ରେରୀ) ରେ ଆସନ୍ତା ୧୮ତାରିଖ ରବିବାର ସକାଳ ୮ଟାରେ ଅନୁଷ୍ଠିତ  ହେବ ବୋଲି ନିଷ୍ପତ୍ତି ହୋଇଛି । କୃତୀ ପ୍ରତିଯୋଗୀ ମାନଙ୍କୁ ଆସନ୍ତା ୨୨ ସଂଧ୍ୟାରେ ଶହୀଦସ୍ମୃତି ଭବନରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ପୁରସ୍କୃତ କରାଯିବ ।   

0
0
0
s2sdefault