ହେଡଲାଇନସ୍:

ଜିଲ୍ଲା-ସ୍ତରୀୟ କଳା ପ୍ରତିଯୋଗିତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ସଭା ଗୃହ ଠାରେ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ବିଭାଗ ଆନୁକୂଲ୍ୟରେ  ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ସହଯୋଗରେ  ଜିଲ୍ଲା ସ୍ତରୀୟ କଳା ଉତ୍ସଵ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଏହି  କଳା-ଉତ୍ସବ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ  ।

      ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ମୁଖ୍ୟଅତିଥି  ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନାଗ  ଛାତ୍ରଛାତ୍ରୀ ମାନଙ୍କ ଲୁକ୍କାୟିତ ରହିଥିବା  ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ପରିପ୍ରକାଶ ପାଇଁ ଏହିଭଳି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି କହିଥିଲେ ।

    ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଯୋଗଦେଇ  କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଛାତ୍ର ଛାତ୍ରୀଙ୍କ ମନ ମଧ୍ୟରେ କଳା ସଂସ୍କୃତି ପ୍ରତି ଆକୃଷ୍ଟ କରିବା  ଓ ଏହାକୁ  ପୁନଃଜୀବିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି କହିଥିଲେ ।    ଏହି ପ୍ରତିଯୋଗିତାରେ ମୁଖ୍ୟତଃ ଭୋକାଲ ମ୍ୟୁଜିକ , ଇଂସ୍ତ୍ରୁମେଣ୍ଟାଲ ମ୍ୟୁଜିକ , ଚିତ୍ରକଳା ଓ ଏକକ ନୃତ୍ୟ ଭଳି ୪ ଗୋଟି ବିଷୟରେ ଅନୁଷ୍ଠିତ ହୋଇଥିଲା ।

    ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ୩୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଆକାଶ ବାଣୀ କଳାକାର ରଘୁନାଥ ପାତ୍ର ,   ଶିକ୍ଷାବିତ୍ ବିନୋଦ ଚନ୍ଦ୍ର ଜେନା , ଅବସର-ପ୍ରାପ୍ତ ପ୍ରଧାନଶିକ୍ଷକ ବାଲାନନ୍ଦ ରଥ , ବିଚିତ୍ରାନନ୍ଦ ବେବର୍ତ୍ତା , ପରମେଶ୍ବର ବେହେରା ଏବଂ ମୁରଲୀ ଧର ପରିଛା ପ୍ରମୁଖ ବିଚାରକ ଭାବେ ଯୋଗ  ଦେଇଥିଲେ ।  କୃତି ପ୍ରତିଯୋଗୀ ମାନଙ୍କୁ  ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

    କୃତି ପ୍ରତିଯୋଗୀ ମାନେ ହେଲେ  ଭୋକାଲ ମ୍ୟୁଜିକରେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର  ଛାତ୍ରୀ ରୋପିତା ପ୍ରଧାନ ଏବଂ କାଶୀନଗର ସ୍ଥିତ ଶ୍ରୀରାମ କଲେଜର ଛାତ୍ର ଅକ୍ଲାନ୍ତ ରାଉତ ,  ସେହିଭଳି ଇଂସ୍ତ୍ରୁମେଣ୍ଟାଲ ମ୍ୟୁଜିକରେ ରାୟଗଡ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ସୁବ୍ରତ ପ୍ରସାଦ ପାଣି ,  ନୃତ୍ୟରେ , ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ  ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀ ଜି.ପୂର୍ଣ୍ଣା ଓ ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟର ଛାତ୍ର ବି.ପ୍ରବୀଣ ଏବଂ ଚିତ୍ରକଳା ପ୍ରତିଯୋଗିତାରେ କାଶୀନଗର ବ୍ଲକ ଅଲଡା ସ୍ଥିତ ଓଏଭିର ଛାତ୍ର କ୍ଲିଟନ ଶବର ଏବଂ ପାରଳାଖେମୁଣ୍ଡି ସ୍ଥିତ ମହିଳା ମହାବିଦ୍ୟାଳୟର ଛାତ୍ରୀ ମୁସକାନ ବେହେରା ପ୍ରମୁଖ ମନୋନୀତ କୃତିତ୍ୱ ହୋଇଥିଲେ  ।

   ଏହି କୃତିତ୍ୱ ହାସଲ କରିଥିବା କୃତି ପ୍ରତିଯୋଗୀ ମାନେ ରାୟଗଡା ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଆଞ୍ଚଳିକ ସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ  ମନୋନୀତ ହୋଇଛନ୍ତି ।

    ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଜି . ସୁଦର୍ଶନ ରାଓଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ ପରିଚାଳନାରେ ସହଯୋଗ କରିଥିଲେ ।

 

0
0
0
s2sdefault