ହେଡଲାଇନସ୍:

ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସରେ ପରିବେଶ ଉପରେ ଜନ-ସଚେତନ କରାଇଲେ  ଗ୍ରୀନ ଆକ୍ଟିଭିଷ୍ଟ  ଲୁସି ପ୍ରିୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ପାରଳା ସ୍ୱାଭିମାନ ମଞ୍ଚ ପକ୍ଷରୁ ପରିବେଶ ଉପରେ ଏକ ବିରାଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

  ଏହି ସଚେତନତା କାର୍ଯ୍ୟକ୍ରମରେ ପାରଳା ସ୍ୱାଭିମାନ ମଞ୍ଚର ପ୍ରତିଷ୍ଠାତା ଆବାହକ ଡ଼ଃ . ତିରୁପତି ପାଣିଗ୍ରାହୀ ଅଧ୍ୟକ୍ଷତା କରି ଜିଲ୍ଲାରେ ଭରପୁର ପ୍ରାକୃତିକ ସମ୍ପଦ ରହିଛି , ହେଲେ ସେ ସବୁର ଆବଶ୍ୟକ ରକ୍ଷଣାବେକ୍ଷଣା ଅଭାବରୁ  ଜିଲ୍ଲାବାସୀ ପ୍ରତିବର୍ଷ ବିଭିନ୍ନ ସମୟରେ ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରାକୃତିକ ବିପର୍ଯ୍ୟର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାରେ  ନଦୀ , ପାହାଡିଆ ନାଳ , ସାଗର , ଓ ପୋଖରୀ ସବୁ ଚତୁର୍ଦିଗରେ ଭରି ରହିଛି ,  ହେଲେ ରକ୍ଷଣାବେକ୍ଷଣାର ଅଭାବ ଯୋଗୁଁ  ଚାଷ ଜମି ଗୁଡିକ ଜଳସେଚିତ ହୋଇ ନ ପାରି ଜିଲ୍ଲାର ଚାଷୀ ମରୁଡି ଭଳି ବିପର୍ଯ୍ୟର ଶିକାର ହେଉଛନ୍ତି । ଜିଲ୍ଲାରେ ଭରପୁର ଚତୁର୍ଦ୍ଦିଗରେ ପାହାଡ଼ ଓ ଜଙ୍ଗଲ ଅଞ୍ଚଳ ରହିଛି , ହେଲେ ସେଠାରେ ଗଛ ଆଉ ନାହିଁ ,ପୂର୍ବେ ଅସଂଖ୍ୟ ଗଛ ଭରି ରହିଥିଲା ଏବଂ ପରିବେଶ ଜଳବାୟୁ ସନ୍ତୁଳନ ଥିଲା କିନ୍ତୁ ଗତ କିଛି ବର୍ଷ ହେଲାଣି ବିଭାଗୀୟ ଅବହେଳା ଯୋଗୁଁ ସେସବୁ ଆଉ ନାହିଁ , ଯାହା ଫଳରେ ଆମକୁ ଗତ କିଛି ବର୍ଷ ହେଲା ଜଳବାୟୁ ପରିବର୍ତ୍ତନ , ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସାମୁଦ୍ରିକ ଝାଡ଼ାବାତ୍ୟା ଫାଇଲିନ , ହୁଡହୁଡ , ପେଥାଇ ଓ ତିତିଲି ପ୍ରଭାବରେ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡୁଛି ଓ ବହୁ କ୍ଷୟକ୍ଷତି ହେଉଛି ।  ଏହି ପରିପ୍ରେକ୍ଷୀରେ ଆମକୁ ସେସବୁର ରକ୍ଷଣା ବେକ୍ଷଣ କରିବାର ଜରୁରୀ ହୋଇପଡିଛି ।  ପ୍ରାକୃତିକ ପରିବେଶ ଠିକ ନ ରହିଲେ ଆମକୁ ବିଭିନ୍ନ କ୍ଷେତ୍ରରେ ଏବଂ ବିଭିନ୍ନ ସମୟରେ ବିପର୍ଯ୍ୟର ସମ୍ମୁଖୀନ ହେବାକୁ ପଡିବ ବୋଲି କହିଥିଲେ ।

       ଏହି କାର୍ଯ୍ୟକ୍ରମରେ ମଣିପୁରର ୮ ବର୍ଷ ବୟସର ଝିଅ ପ୍ରକୃତି-ବନ୍ଧୁ ପୁରସ୍କାର-ପ୍ରାପ୍ତ  ଲୁସି ପ୍ରିୟା ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇ ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଜନ-ସଚେତନ କରାଇଥିଲେ  । ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କ ମଧ୍ୟରେ ଏକ ଜନ-ଆନ୍ଦୋଳନର ରୂପ ନେବାକୁ ହେବ ।ଏ ଦିଗରେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କଲେ ପରିବେଶ ସନ୍ତୁଳନ ରହିବା ସହ ପ୍ରାକୃତିକ ବିପର୍ଯ୍ୟୟ ଭଳି ବିପତ୍ତିକୁ ହ୍ରାସ କରିବାରେ ବିଶେଷ ସହାୟକ ହୋଇପାରିବ ଏବଂ ଧନ , ଜୀବନ ଓ ଜୀବନଜୀବିକା ସବୁକୁ  ରକ୍ଷା କରା ଯାଇପାରିବ । ତେଣୁ ପରିବେଶ ସନ୍ତୁଳନ ପାଇଁ ପ୍ରତ୍ୟେକ ବ୍ୟକ୍ତି ଗଛ ଲଗାଇବା ସହ ସମଗ୍ର ଜିଲ୍ଲାରେ ଏକ ସବୁଜ-ବିପ୍ଲବ ସୃଷ୍ଟି କରିବା ଦିଗରେ ପ୍ରୟାସ କରିବାକୁ ହେବ , ଏହା ହୋଇ ପାରିଲେ ସମଗ୍ର ଜିଲ୍ଲାବାସୀଙ୍କ ପାଇଁ ଉତ୍ତମ ପଦକ୍ଷେପ ସହ ମଙ୍ଗଳମୟ ହୋଇପାରିବ ବୋଲି କହିଥିଲେ ।

    ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜାତୀୟ ସ୍ତରର ପରିବେଶ ବିତ୍ ଚନ୍ଦନ ଘୋଷ , ଡ଼ଃ କେ .କେ. ସିଂ , ଜିଲ୍ଲା ପରିଷଦ ସଭ୍ୟ ହିମାଂଶୁ କୁମାର ଲିମା ,  ବରିଷ୍ଠ ନେତା ଏସ.ଗଜପତି ରାଓ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ଓ ପ୍ରାକୃତିକ ବିପର୍ଯ୍ୟୟ ହ୍ରାସ ପ୍ରଭୃତିର ବିଭିନ୍ନ ଦିଗ ଉପରେ କହି ଜନ-ସଚେତନ କରାଇଥିଲେ ।

   ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ସହରବାସୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଅବସରରେ ପରିବେଶ ସୁରକ୍ଷା ଉପରେ ଏକ ବିରାଟ ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ  ପ୍ରକୃତି ବନ୍ଧୁ ଲୁସିପ୍ରିୟା  ଯୋଗେ ପରିବେଶ ସୁରକ୍ଷା , ଗଛ ଲଗାଇବା ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ହ୍ରାସ କରାଇବା ଭଳି  ପ୍ରଭୃତି ଉପରେ ଜନ-ସଚେତନ କରାଇଥିଲେ । ସଚେତନତା ପଦଯାତ୍ରାଟି  ମହାବିଦ୍ୟାଳୟ ଖେଳ ପଡିଆରୁ ବାହାରି ସହର ପରିକ୍ରମା କରି ମହାରାଜାଙ୍କ ପ୍ୟାଲେସ୍  ଠାରେ ଶେଷ ଆସିଥିଲା ।

0
0
0
s2sdefault