ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ  ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ଅବସରରେ "ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଜନସାଧାରଣଙ୍କୁ ସଶକ୍ତ  କରାଇବା"ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର ଓ ସାଧାରଣ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

    ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ପଦଯାତ୍ରା ଓ ସାଇକଲ ଶୋଭାଯାତ୍ର ଅନୁଷ୍ଠିତ ହୋଇଥିଲା । ଏହାକୁ ଜିଲ୍ଲାପାଳ ଅନୁପମ ଶାହା  ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ପଦଯାତ୍ରା ଓ ସାଇକଲ ଶୋଭାଯାତ୍ରାରେ ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ସଚେତନତା ମୂଳକ ବିଭିନ୍ନ ପ୍ଲା-କାର୍ଡ ଧରି ଓ ବିଭିନ୍ନ ସ୍ଲୋଗାନ ମାନ ଦେଇ ସହର ପରିକ୍ରମା କରିଥିଲେ ।

    ପରେ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ  ଆଲୋଚନା ଚକ୍ର ଓ ସାଧାରଣ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ସ୍ୱଧା ଦେବ ସିଂ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଯେ କୌଣସି  ବିପର୍ଯ୍ୟୟ ସମୟରେ ଆମର ପରିବେଶ ଓ ଜୀବନ-ଜୀବିକାରେ ଯେତିକି  ଭାବେ କ୍ଷୟକ୍ଷତିର ପ୍ରଭାବ ହୋଇଥାଏ , ପୂର୍ବରୁ ଓ ପରବର୍ତ୍ତୀ ସମୟରେ ଆମେ ତାକୁ କିଭଳି ହ୍ରାସ କରିପାରିବା  ତାହା କହିଥିଲେ ।       ଅନ୍ୟପକ୍ଷରେ  ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ ୱରମିଙ୍ଗକୁ ଆମେ ଗ୍ରହଣ କରିବା  ଏ ଦିଗରେ ଛୋଟବଡ଼ ଯାହା କିଛି ପଦକ୍ଷେପ ନେବାରେ ଆମେ ନିଶ୍ଚିତ କରାଇବା ବୋଲି କହିଥିଲେ ।

       ଜିଲ୍ଲାପାଳ ଅନୁପମ ଶାହା , ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ଓ ସ୍ଥିତିକୁ ସ୍ୱାଭାବିକ ତଥା ପୂର୍ବ ଅବସ୍ଥାକୁ ଫେରାଇ ଆଣିବାର ମୁଖ୍ୟ ହେଲା ଯେ ପର୍ବରୁ ସୂଚନା ଦେବା ସହ ସଚେତନ କରାଇବା । ପାରମ୍ପରିକ ପ୍ରକାରେ ଏ ସମ୍ପର୍କରେ ବିଭିନ୍ନ ମାଧ୍ୟମରେ ଆସୁଥିବା ବିପର୍ଯ୍ୟୟର ପୂର୍ବ ସୂଚନା ଦେଇ ସେମାନଙ୍କୁ ସଚେତନ କରାଇବା । ଏ ସବୁ ହେଲେ ଆମେ ଜୀବନ-ହାନି ଓ ଧନ-ସମ୍ପତ୍ତି କ୍ଷୟକ୍ଷତିକୁ ହ୍ରାସ କରାଇବାରେ ବିଶେଷ ସହାୟକ ହୋଇପାରିବା । ତେଣୁ  ଏ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

    ସଭା-ମଞ୍ଚରେ ଅନ୍ୟ ଅତିଥିମାନେ ପ୍ରକଳ୍ପ ନିର୍ଦ୍ଦେଶକ ,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଚଞ୍ଚଳ ରାଣା , ମହିଳା ମହାବିଦ୍ୟାଳୟର ଭୂଗୋଳ ବିଭାଗ ଅଧ୍ୟାପିକା  ଅମ୍ବିକା ଦେବୀ ଏବଂ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତଥା ସହକାରୀ କଲେକ୍ଟର ଡ଼ଃ .ସତ୍ୟ ସମ୍ପନ୍ନ ରାଉତ ପ୍ରମୁଖ ଯୋଗ ଦେଇ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଜନସାଧାରଣଙ୍କୁ କିଭଳି ସଶକ୍ତ କରାଇବା ବୋଲି କହି  ଏଥିପାଇଁ ନିଜକୁ ଜଣେ ମାନସିକ ପ୍ରସ୍ତୁତି ହୋଇ ଧୈର୍ଯ୍ୟର ଓ ବିଜ୍ଞତାର ସହ ସେହି ନିର୍ଦ୍ଧିଷ୍ଟ  ସମୟରେ ନିଜକୁ ସାମିଲ କରି ପରିସ୍ଥିତିର ମୁକାବିଲା କରିବାକୁ ହେବ , ଯାହା ଫଳରେ ଏହି ସମୟରେ ପ୍ରଭାବିତ ହେଉଥିବା ବା ହୋଇଥିବା ଅଞ୍ଚଳ ଓ ପ୍ରଭାବିତ ଲୋକଙ୍କ ଧନ-ଜୀବନ ଓ ପରିବେଶକୁ ସ୍ୱାଭାବିକ ପରିସ୍ଥିତିକୁ ଫେରାଇ ଆଣିବାରେ ସହାୟକ ହୋଇପାରିବେ ବୋଲି କହିଥିଲେ ।

    ଏହି ଅବସରରେ  କେତେକ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ  ଏ ଦିଗରେ କିଛିଟା ସେମାନଙ୍କ ଅନୁଭୂତି ଏବଂ ପୂର୍ବ-ପ୍ରସ୍ତୁତି ସମ୍ପର୍କରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

    ପରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା "ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ଜନସାଧାରଣଙ୍କ ସଶକ୍ତ" ଉପରେ ଆଧାରିତ ବିଭିନ୍ନ ସ୍ତରର ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବଣ୍ଟନ କରାଯାଇଥିଲା ।

     ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ରଜନୀ କାନ୍ତ ସ୍ବାଇଁ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ , ବୁଦ୍ଧିଜୀବୀ  ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।

    ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ବରିଷ୍ଠ କର୍ମଚାରୀ ଅଚ୍ୟୁତା ନନ୍ଦ ବସ୍ତିଆ ସଭା କାର୍ଯ୍ୟକ୍ରମକୁ ସଂଯୋଜନା କରି ଥିବାବେଳେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ସହକାରୀ କଲେକ୍ଟର ଡ଼ଃ ସତ୍ୟ ସଂପନ୍ନା ରାଉତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault