ହେଡଲାଇନସ୍:

 ମହାଶିବରାତ୍ରି: ଶିବ ଆରାଧନାରେ ପ୍ରକମ୍ପିତ ହେଲା ମୟୂରଭଞ୍ଜ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାରିପଦାରୁ ଦିଲ୍ଲୀପ ମହାନ୍ତି -ଶିବ ଆରାଧନା ନିମନ୍ତେ ସପ୍ତାହର ପ୍ରତ୍ୟେକ ସୋମବାର ସହିତ ସମସ୍ତ ପକ୍ଷରଚତୁର୍ଦ୍ଦଶୀ   ତିଥି ଓ ଶିବ ରାତ୍ରି ସର୍ବୋକ୍ରୃଷ୍ଟ ସମୟ । ମହାଶିବରାତ୍ରି ବତୁର୍ଦ୍ଧଶୀ କିମ୍ବା କୁମ୍ଭ ମାସ କୃଷ୍ଣ ପକ୍ଷର ଚତୁର୍ଦ୍ଧଶୀ ତିଥିରେ ପଡେ଼ । ସମସ୍ତ ବିଧି ରକ୍ଷାକରି ଯେଉଁମାନେ ନିଷ୍ଠାର ସହିତ ଶିବ ପୂଜା କରନ୍ତି,ସେମନେ ମୋକ୍ଷ ମାର୍ଗର ଯାତ୍ରୀ ହୋଇଥାନ୍ତି ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଆସିଛି ।ଶିବ ହେଉଛନ୍ତି ମଙ୍ଗଳମୟ, ସମସ୍ତ ଜ୍ଞାନ ଓ ପ୍ରଜ୍ଞାର ଆଧାର । ଚଣ୍ଡାଳଠାରୁ ବ୍ରାହ୍ମଣ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରାର୍ଥନା ଶୁଣିଥାନ୍ତି । ତେଣୁ ଏହି ମହାଶିବରାତ୍ରିରେ ଶିବ ଉପାସନା ନିଷ୍ଠାର ସହିତ କଲେ ଭୋଳାନାଥଙ୍କ କୃପା ଲାଭ ପ୍ରାପ୍ତି ହୋଇଥାଏ ।ଭକ୍ତିର ସହିତ ମାନସିକ କଲେ ତାହା ପୂରଣ ହେଉଥିବାର ବିଶ୍ୱାସ ରହିଆସିଛି ।

                 ମୟୂରଭଞ ଜିଲ୍ଲାରେ ରହିଥିବା ସମସ୍ତ ଶୈବପୀଠଗୁଡ଼ିକ ମହାଶିବରାତ୍ରି ଉପଲକ୍ଷେ ୧୪/୦୨/୨୦୧୮ ବୁଧବାର ଚଳଚଞ୍ଚଳ ହେଇ ଉଠିବା ସାଙ୍ଗକୁ ଉତ୍ସବମୁଖର ହୋଇପଡ଼ିଛି ।ଜିଲ୍ଲାର ବିଭିନ୍ନ ଶୈବପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବାର ପରିଲକ୍ଷିତ ହୋଇଛି । ମହିଳା ଭକ୍ତମାନେ ସୁରୁଖୁରୁରେ ଜାଗର ଜାଳି ପାରିବା ନିମନ୍ତେ ଅସ୍ଥାୟି ଭାବେସହରର ସମସ୍ତ ଶୈବ ପୀଠ ସହିତ ବିଭିନ୍ନ ମନ୍ଦିର ସମ୍ମୁଖରେ ଛାମୁଡ଼ିଆମାନ ନିର୍ମାଣ କରାଯାଇଛି ।

            ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ମହାରାଜାମାନଙ୍କ ଶାସନ ସମୟରେ ନିର୍ମିତ ବାରିପଦା ସହରର ବାରୁଣିଘାଟଠାରେ ଥିବା ବାରୁଣେଶ୍ୱର ଶୈବପୀଠରେ ସୋମବାର ପ୍ରତ୍ୟୁଷରୁ ଦିନସାରା ମହିଳା ଭକ୍ତମାନଙ୍କର ଲମ୍ବାଧାଡ଼ି ଲାଗିିଥିଲା ।ପଡେ଼ାଶୀ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ବହୁ ସଂଖ୍ୟାରେ ଶୈବ ଭକ୍ତମାନେ ଏହି ମନ୍ଦିରକୁ ପୂଜାର୍ଚ୍ଚନା ନିମନ୍ତେ ଆସିଥିବାର ଦେଖିବାକୁ ମିଳିଥିଲା ।ସଂଧ୍ୟାରେ ମନ୍ଦିର ପରିସରରେ ହଜାର ହଜାର ସଂଖ୍ୟାରେ ଜନସମାଗମ ଦେଖା ଦେଇଥିଲା ।ଶୈବପୀଠର ବାହାରେ ଜାଗର ଉପଲକ୍ଷେ ଶତାଧିକ ଉଠା ଦୋକାନ ଲାଗିଥିଲା ।ଜନଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ଭାବରେ ପୁଲିସ ମୁତୟନ କରାଯାଇଥିଲା ।

                      ସେହିପରି ବାରିପଦା ସହରର ଉପକଣ୍ଠରେ ରହିଥିବା ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ବୁଢ଼ା ରାଉଳ ମହାଦେବ ବା ଧ୍ୱନୀ ମଠରେ ମହାଶିବରାତ୍ରି ଉପଲକ୍ଷେ ସ୍ୱତନ୍ତ୍ରଭାବରେ ପୂଜାର୍ଚ୍ଚନା ସହିତ ଯଜ୍ଞ ଓ ହୋମ ଆଦି ଆୟୋଜିତ ହୋଇଥିଲା ।ମନ୍ଦିରଟି ବୁଢାବଳଙ୍ଗ, ଚିପଟ ଓ ଇଟାଯୋଡ଼ି ନଦୀର ସଂଗମସ୍ଥଳୀରେ ଅବସ୍ଥିତ ଓ ଦକ୍ଷିଣାବର୍ତ୍ତ ତନ୍ତ୍ରପୀଠ ଭାବରେ ପରିଚିତ ।ଏହାର ନିର୍ମାଣ ପ୍ରାୟ ପାଞ୍ଚଶହ ବର୍ଷରୁ ଅଧିକ ହେବ ବୋଲି ଜନଶ୍ରୁତିରୁ ଜଣାପଡେ଼ ।ମନ୍ଦିରର ପରିଚାଳନା ନିମନ୍ତେ ରହିଛି ସ୍ୱତନ୍ତ୍ର ଟ୍ରଷ୍ଟି ।ଜାଗର ଉପଲକ୍ଷେ ଟ୍ରଷ୍ଟି ପକ୍ଷରୁ ଭକ୍ତମାନଙ୍କ ନିମନ୍ତେ ସମସ୍ତ ପ୍ରକାରର ସୁବିଧା ସୁଯୋଗର ବ୍ୟବସ୍ଥା ଯୋଗାଇ ଦିଆ ଯାଉଥିବାରୁ ଏଠାରେ ମହିଳା ଭକ୍ତମାନଙ୍କର ଅଧିକ ଭିଡ଼ ଜମିଥାଏ ।ଏହାବ୍ୟତୀତ ସହରର ଟ୍ରାଫିକ ଛକ ନିକଟସ୍ଥ ତ୍ରିବିକ୍ରମେଶ୍ୱର ମନ୍ଦିର,ବେଲଗଡ଼ିଆ ପଞ୍ଚାନନ ଶିବ ମନ୍ଦିର, ପୁଲିସ ଲାଇନ ମହାଦେବ ମନ୍ଦିର, ପାତାଳରଶ୍ୱର ମନ୍ଦିର,ବାଘଡ଼ାରୋଡ଼ ଓ ଭଞ୍ଜପୁର ଭଞେଶ୍ୱର ମନ୍ଦିର,ଶ୍ରୀ ଅମ୍ବିକେଶ୍ୱର ମହାଦେବ,ଝିଞିରୀ ବନ୍ଧ ଶ୍ରୀ ଲୋକେଶ୍ୱର ମନ୍ଦିର,ମୁର୍ଗାବାଡ଼ି ମହାଦେବ ମନ୍ଦିର,ଭୁଗୁଡ଼ାକଟାର ଆଖଣ୍ଡଳ ମନ୍ଦିର,କାଳୀ ମନ୍ଦିର ସାହି ଶ୍ମଶାନେଶ୍ୱର ଶିବ ମନ୍ଦିର,ଧବଳେଶ୍ୱର,କାମେଶ୍ୱର, ପାତାଳେଶ୍ୱର,ଯଜେ୍ଞଶ୍ୱରାଇ ମନ୍ଦିର,କପାଳଲୋଚନ,ବଟେଶ୍ୱର,ଚମ୍ପକେଶ୍ୱର ମନ୍ଦିର, ଅଷ୍ଟଲିଙ୍ଗେଶ୍ୱର,  ଷ୍ଟେସନ ବଜାର,କେ.ସି.ସାର୍କଲ,ଚାପଲ ପୋଖରୀ,ହେମସାଗର ପୋଖରୀ ଓ ରାଜପ୍ରାସାଦ ପରିସରରେଥିବା ସମସ୍ତ ଶୈବପୀଠ ସହିତ ମା ଅମ୍ବିକା ମନ୍ଦିର,ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ବାରିପଦାକଙ୍କ ମନ୍ଦିର, ରାଣୀ ସତୀ,ଶୀତଳା,ରାଧାମୋହନ ଓ ଶିରିଡ଼ି ସାଇପୀଠାରେ ରାତ୍ରିରେ ଲକ୍ଷାଧିକ ମହିଳା ଭକ୍ତମାନେ ସାରା ରାତ୍ରି ଉଜାଗର ରହି ଜାଗର ଦୀପ ଜାଳିଛନ୍ତି ।ଜାଗର ଉପଲକ୍ଷେ ସହରର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭଜନ ସମାରୋହର ଆୟୋଜନ ହୋଇଅଛି । ଆଜିର ଏହି ପବିତ୍ର ଦିନରେ ସମଗ୍ର ମୟୂରଭଞ୍ଜ ଶିବମୟ ହେବା ସାଙ୍ଗକୁ ଶିବଙ୍କ ଆରାଧନା ପରିବେଶକୁ ଏକ ଧାର୍ମିକ ଭାବନାରେ ଉତ୍ସବ ମୁଖରିତ କରି ଦେଇଥିଲା ।

                  କେବଳ  ବାରିପଦା ସହରରେ ନୁହେଁ ମୟୂରଭଞ ଜିଲ୍ଲାର ଖିଚିଂ,ମାଣତ୍ରିର ବାବା କଖାରୁଆ ବୈଦନାଥ ପୀଠ, କପ୍ତିପଦାର ଝିକଂପଦାର ବାବା ଝିଙ୍କେଶ୍ୱର, ବାଙ୍ଗିରିପୋଷି ସିିମିଳାର ସିମେଳେଶ୍ୱର,ଝାରପୋଖରୀଆର ଲୋକନାଥ ମହାଦେବ ପୀଠ, କାଲାଝିନେଇର   ଶୈବପୀଠ, ଚିତ୍ରଡ଼ା, କୋହି, ଗଡ଼ିଆ, ଚଡେ଼ଇଗାଁ, ମୋରଡ଼ା, ଛୋଟରାୟପୁର, ପାରିଆକୁଲି, ପଳାସମୁଣ୍ଡଳି, କମାରଡ଼ିହା, ଜାମଶୋଳ,ଶୀର୍ଷା ଓ ଦେବଶୋଳ ଆଦି ବିଭିନ୍ନ ପ୍ରସିଦ୍ଧ ଶୈବପୀଠମାନଙ୍କରେ ଅନୁଷ୍ଠିତ ଜାଗର ମେଳାରେ ଲକ୍ଷାଧିକ ଭକ୍ତ ଶିବଙ୍କୁ ଆରାଧନା କରିଥିବା ଖବର ହସ୍ତଗତ ହୋଇଯାଇଛି ।ଦେବଶୋଳର ବାବା ବୁଦେ୍ଧଶ୍ୱରପୀଠକୁ ନେଇ ଏକ ଜନଶ୍ରୁତି ରହିଛି ।ସ୍ଥାନୀୟ ଅଞ୍ଚଳର କାରୁ ମାଝିନାମକ ଏକ ବ୍ୟକ୍ତିଙ୍କ ଗାଈ ଗୋଠରେ ରହି ଘରକୁ ଫରିବା ପରେ ତା ନିକଟରୁ ପ୍ରତ୍ୟେକ ଦିନ କ୍ଷୀର ହରଣ ହୋଇଯାଉଥାଏ ।ଏହି କ୍ଷୀର ହରଣର ରହସ୍ୟ ଜାଣିବା ନିମନ୍ତେ କାରୁ ଗୋରୁ ଗୋଠକୁ ଅନୁସରଣ କରି ପଛେ ପଛେ ଆସି ଗାଈଠାରୁ ଏକ ନିଦ୍ଧିଷ୍ଟ ସ୍ଥାନରେ କ୍ଷୀର ଆପେ ଆପେ ଝରି ପଡ଼ୁ ଥିବାର ଦୃଶ୍ୟ ଦେଖିବାକୁ ପାଇଥିଲା । ଖବରଟି ଗ୍ରାମବାସୀଙ୍କ ନିକଟରେ ପହଁଚାଇବା ପରେ ସ୍ଥାନୀୟ ସର୍ଦ୍ଧାର ଗୋପି ନାଥ ପଟ୍ଟନାୟକ, ଗାଁ ପ୍ରଧାନ ଦ୍ୱାରିକା ମୋହନ ରାଉତଙ୍କ ସହିତ ଅନ୍ୟ ଗ୍ରାମବାସୀମାନେ ଆସି ଏହି ଦୃଶ୍ୟକୁ ଦେଖିବା ପରେ ସେହି ନିର୍ଦ୍ଧିଷ୍ଟ ସ୍ଥାନକୁ ଖନନ କରିବା ପରେ ସେଠାରୁ ହରପାବ୍ରତୀଙ୍କ ମୂର୍ତ୍ତୀ , ଶିବ ଲିଙ୍ଗ ଆଦି ବାହାରିବା ପରେ ସେଠାରେ ୧୯୧୮ ମସିହାରେ ବାବା ବୁଦ୍ଧେଶ୍ୱର  ମନ୍ଦିର ନିର୍ମାଣ କରାଗଲା । ସେହିଦିନଠାରୁ ଦେବଶୋଳଠାରେସେହି ଶିବ ଲିଙ୍ଗକୁ ଆରାଧାନା ଆରାଧନା କରାଯାଇ ଆସୁଛି ।

0
0
0
s2sdefault