ହେଡଲାଇନସ୍:

ଅସହାୟତା ଆଉ ଦାରିଦ୍ର୍ୟ ଯନ୍ତାରେ ୧୨ ପ୍ରାଣୀ କୁଟୁମ୍ବ, ପ୍ରଶାସନ ବୁଝୁଛି ଘୋଡାଡିମ୍ବ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 "ମୋ ସରକାର"ଙ୍କ ୫-ଟିର ସୁଫଳ କେବେ ପାଇବେ  ଚଉରାର ପରାଭୋଇ ପରିବାର

 ସିନାପାଲିରୁ ନିରାକାର ମେହେର:-ରାଜ୍ୟ ଓ କେନ୍ଦ୍ର ସରକାର ଅସହାୟ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବାସଗୃହ, ରାସନ କାର୍ଡ, ବିକଳାଙ୍ଗ ଭତ୍ତା ପ୍ରଦାନ କରୁଛନ୍ତି ! କିନ୍ତୁ ଯୋଜନାକୁ ଉପଯୁକ୍ତ ହିତାଧିକାରୀ ପାଖକୁ ପହଂଚିପାରୁ ନ ଥିବାରୁ ଏହି ସବୁ ଯୋଜନା ଅନେକ କ୍ଷେତ୍ରରେ ଏବେ ପ୍ରହସନ ରେ ପରିଣତ ହୋଇଯାଇଛି ! କିନ୍ତୁ ସରକାରୀ ବାବୁଙ୍କ ବେପରୁଆ ମାନସିକତା ଓ ବିଫଳତା କାରଣରୁ ନାଲିଫିତା ତଳେ ଚାପି ହୋଇ ରହି ଯାଉଛି ! ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ମଖାପଦର ପଂଚାୟତର ଚଉରା ଗାଁ ରେ ! ଭଙ୍ଗା ଦଦରା କୁଡ଼ିଆରେ ବିତୁଛି 12 ପ୍ରାଣୀଙ୍କ ଜୀବନ ! ଏହି ପରିବାରରେ ଖେଳିଯାଇଛି ଦୁଃଖ ଦୁର୍ଦଶାର ଛାୟା ! ଏହି ଦୁଃଖମୟ ଜୀବନରେ ବୁଟି ପରାଭୋଇ ବର୍ଷ 71 ତାଙ୍କ ସ୍ତ୍ରୀ ଲୁବତି ପରାଭୋଇ ବର୍ଷ 68 ଓ ତାଙ୍କ ସାଙ୍ଗେ ରହନ୍ତି 12 ପରିବାର !ତାଙ୍କ ଦୁଇ ପୁଅ ଦାଦନ ଖଟନ୍ତି !ଏପଟେ ବୁଟି ପରାଭୋଇ ବିକଳାଙ୍ଗ କୌଣସି କାମଧନ୍ଦା କରିପାରୁ ନାହାନ୍ତି କି ତାଙ୍କର ଭତ୍ତା ଟିଏ ନାହିଁ ! ଯେଉଁ ଘରେ ଲୋକେ ରହିବା  ଅସମ୍ଭବ ସେହି ଚାଲଛପର ଘରେ ରୁହନ୍ତି ବୁଟି ପରାଭୋଇଙ୍କ ପରିବାର ! ବୁଟି ପରାଭୋଇ ବିକଳାଙ୍ଗ ହେଇଥିଲେ ମଧ୍ୟ ଅନେକ ଥର ପ୍ରଶାସନଙ୍କ ଦ୍ୱାରସ୍ଥ ହେଇ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସରକାରୀ ବାବୁ ଙ୍କ ପାଦ ପଡ଼ିନାହିଁ ବୁଟି ପରା ଭୋଇଙ୍କ ଘରକୁ ! ତାଙ୍କର ପରିବାର ଏବେ ଭଗବାନଙ୍କ ଭରସାରେ ପଡିରହିଛନ୍ତି ! ଏନେଇ ମଖାପଦର ପଂଚାୟତର ସରପଞ୍ଚ ବଳଦେବ ମାଝୀ ଓ ସିନାପାଲି ଜୋନ ନମ୍ବର 13ର ଜିଲ୍ଲା ପରିଷଦ ସଦସ୍ୟା ଦୋଳକାନ୍ତି ମାଝୀଙ୍କୁ ଆମ ପ୍ରତିନିଧି କଥା ବାର୍ତ୍ତା କରିଥିଲେ ! ସେମାନେ  ଉକ୍ତ ପରିବାର ଦୁର୍ଦ୍ଦଶାକୁ ଅନୁଭବ କରିବା ସହ ସେମାନଙ୍କୁ  ସରକାରୀ ସୁବିଧାରେ ଅନ୍ତର୍ଭୁକ୍ତ କରିବାକୁ ଉଦ୍ୟମ  କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ! ଦେଖାଯାଉ "ମୋ ସରକାର"ଙ୍କ ୫-ଟି ପରାଭୋଇ ପରିବାର ପାଖରେ କେବେ ପହଁଚୁଛି !   

 

0
0
0
s2sdefault