ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ: ରେଢାଖୋଲ-ବୌଦ୍ଧ ରାସ୍ତାରେ ରେଢାଖୋଲ ପୋଲିସ୍ ଯାନବାହନ ଯାଞ୍ଚ କରୁଥିବା ବେଳେ ଏକ ନକଲି ନମ୍ବର ଥିବା ବାଇକ୍ କୁ ଜବତ୍ କରିବା ସହ ବାଇକ୍ ଚାଳକକୁ ଗିରଫ କରାଯାଇଛି I ଗିରଫ ଜଣକ ହେଲେ ରେଢାଖୋଲ ଥାନା କଦଳୀଗଡ ପଞ୍ଚାୟତ ବିଶିପାଲି ଗାଁର ପ୍ରବିଣ ସାହୁ I ଏନେଇ ଥାନା ରେ କେସ୍ ନଂ ୨୪୩/୧୯ ରେ ଏକ ମାମଲା ରୁଜୁ ହୋଇଛି I ଏହି ନକଲି ବାଇକ୍ ନମ୍ବର ଓଆର୧୫ -୦୯୯୧ ଥିବା ବେଳେ ଏହାର ଇଞ୍ଜିନ ଓ ଚେସିସ୍ ନମ୍ବର ମେଳ ଖାଉନଥିବାରୁ ବାଇକ ଜବତ୍ କରାଯାଇଛି ।
ରାଜ୍ୟ
ନକଲି ନମ୍ବର ଥିବା ବାଇକ୍ ଜବତ ଓ ଜଣେ ଗିରଫ
- Hits: 731