ହେଡଲାଇନସ୍:

ଓରମାସ୍ ତାଲିମପ୍ରାପ୍ତ ଯୁବବର୍ଗଙ୍କୁ କର୍ମସଂସ୍ଥାନ ଯୋଗାଇ ଦେଉଛି: ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଓରମାସ ସାରା ରାଜ୍ୟରେ ବେରୋଜଗାର ଯୁବକଯୁବତୀମାନଙ୍କୁ ଦକ୍ଷତା ବିକାଶ କରି ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଦେଇ ପ୍ରମୁଖ ଭୂମିକା ଗ୍ରହଣ କରିଛିା ସଂପ୍ରତି ରାଜ୍ୟରେ ୭୫ଟି ସଂସ୍ଥା ସହଯୋଗରେ ୧୪୬ଟି ଭିନ୍ନ ଭିନ୍ନ ଟ୍ରେଡରେ  ଦକ୍ଷତା ବିକାଶ ତାଲିମ ପ୍ରଦାନ କରୁଛିା ଗରିବ ପରିବାରର ୧୮ରୁ ୩୫ ବର୍ଷ ବୟସ୍କ ବେରୋଜଗାର ଯୁବକଯୁବତୀଙ୍କୁ ଦକ୍ଷତା ବିକାଶ କରି ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଦିଆଯାଉଛି ବୋଲି ଆଜି ପୂର୍ବାହ୍ନରେ ମୁଖ୍ୟ ନିର୍ବାହୀ ଅଧିକାରୀ  (ସି.ଏକ୍ସ.ଓ) ସମ୍ମିଳନୀ କକ୍ଷରେ ମୁଖ୍ୟଅତିଥି ଭାବେ ଯୋଗଦାନ କରି ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହନିର୍ମାଣ ଓ ନଗର ଉନ୍ନୟନ, ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ମତବ୍ୟକ୍ତ କରିଛନ୍ତି |

ଏଥି ସହ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ତାଲିମପ୍ରାପ୍ତ ପ୍ରାର୍ଥୀ ଓ ପ୍ରାର୍ଥୀନୀମାନଙ୍କୁ କର୍ମସଂସ୍ଥାନ ଯୋଗାଇଦେବା ଦିଗରେ ମଧ୍ୟ ଓର୍ମାସ ତା'ର ପ୍ରୟାସ ଜାରି ରଖୀଛିା ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହ ବେରୋଜଗାର ଯୁବବର୍ଗଙ୍କୁ କର୍ମନିଯୁକ୍ତି ଦେଇ ସେମାନଙ୍କ ପରିବାର ମଧ୍ୟରେ ଏକ ନୂଆ ଆଶା ସଂଚାର କରିଛିା ଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରୁ ୭୫୦ ଜଣ ଡିଡିୟୁ-ଜିକେଓ୍ୱାଇ ପ୍ରଶିକ୍ଷକଙ୍କୁ ମାନପତ୍ର ପ୍ରଦାନ କରାଯିବା ସହ ସେମାନଙ୍କ ଦକ୍ଷତାର ବିକାଶ ଦିଗରେ ମଧ୍ୟ ଉଦ୍ୟମ କରାଯାଉଛିା ୨୦୧୪-୧୫ ମସିହାରୁ ଓଡ଼ିଶାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ଦିଗରେ ଓଡ଼ିଶା ସାରା ଭାରତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛିା ଏଥିପାଇଁ ୨୦୧୬-୧୭ ଏବଂ ୨୦୧୭-୧୮ ଓଡ଼ିଶାକୁ ଲଗାତାର ଦୁଇ ଥର ପାଇଁ କେନ୍ଦ୍ର

ସରକାର, ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ସମ୍ମାନିତ କରିଛନ୍ତିା ସେହିପରି ୨୦୧୬-୧୭ ମସିହାରେ ଗ୍ରାମୀଣ ଦକ୍ଷତା ବିକାଶରେ ଶ୍ରେଷ୍ଠ ରାଜ୍ୟ ଭାବେ, ଉତ୍କର୍ଷ ସେବା ପାଇଁ ୟୁରୋପ ଇଣ୍ଡିଆ ଫାଉଣ୍ଡେସନ୍ ତରଫରୁ ମଧ୍ୟ ଓଡ଼ିଶାକୁ ସମ୍ବର୍ଦ୍ଧିତ କରାଯାଇଛିା ଓଡ଼ିଶାରେ ଡିଡିୟୁ-ଜିକେଓ୍ୱାଇକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ସହ, ପିଆଇଏ (ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା)ମାନଙ୍କ ଜରିଆରେ ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ଏକ ଲକ୍ଷ ୬୦ ହଜାର ବେକାର ଯୁବକଯୁବତୀଙ୍କୁ ତାଲିମ ଦିଆଯିବ ସହ ଏକ ଲକ୍ଷ ୨୦ ହଜାରଙ୍କୁ କର୍ମସଂସ୍ଥାନ ଯୋଗାଇ ଦିଆଯାଇଛିା

ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ଡିଡିୟୁ-ଜିକେଓ୍ୱାଇ ସ୍କିଲ୍ ଆଇକନଙ୍କୁ ମନ୍ତ୍ରୀ ଶ୍ରୀ ଜେନା ସମ୍ବର୍ଦ୍ଧିତ କରିଥିଲେ | ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚି ,  ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ଓରମାସର  ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନଙ୍କ ସମେତ ଦକ୍ଷତା ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା  ବିଭିନ୍ନ ସଂସ୍ଥାର ପ୍ରତିନିଧି କର୍ପୋରେଟ୍ ସଂସ୍ଥାର ପ୍ରତିନିଧି , ବୁଦ୍ଧିଜୀବୀ, ବିଭିନ୍ନ ରାଜ୍ୟରୁ ଗ୍ରାମୀଣ ଜୀବିକା ମିଶନରଅଧିକାରୀ, ଶିଳ୍ପ ସଂସ୍ଥାର ବରିଷ୍ଟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ |

0
0
0
s2sdefault