ହେଡଲାଇନସ୍:

ନୂଆପଡାର ଗୌରବ  ବୃଦ୍ଧି କଲେ ଆକାଶ ଅଗ୍ରୱାଲ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆଇ.ଇ.ଏସ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୩ ନଂ ସ୍ଥାନରେ ରହି  କୃତିତ୍ୱ ଅର୍ଜନ କରିଛନ୍ତି 

ପିଲା ବେଳେ ପଢୁଥିବା ବିଦ୍ୟାଳୟରେ ମିଳିଲା  ସମ୍ବର୍ଦ୍ଧନା 

ନୂଆପଡ଼ା,(ଅମିତ ପୁରୋହିତ) : ନୂଆପଡାର ବିଶିଷ୍ଟ ସମାଜସେବୀ ସୁରେଶ ଚନ୍ଦ୍ର ଅଗ୍ରୱାଲଙ୍କ ସୁପୁତ୍ର ଆଇ.ଇ.ଏସ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୩ ନଂ ସ୍ଥାନରେ କୃତିତ୍ୱ ଅର୍ଜନ କରି ଜିଲ୍ଲାର ଗୌରବ  ବୃଦ୍ଧି କରିଛନ୍ତି । ଏନେଇ ପ୍ରଥମରୁ ମାଟ୍ରିକ ପର୍ଯ୍ୟନ୍ତ ପଢିଥିବା ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ଶିକ୍ଷାବିତ ପ୍ରବୋଧ ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କନ୍ଦର୍ପ କୁମାର ଦାସ, ଲୋକନାଥ ରଥ, ରାମେଶ୍ୱର ମୁଣ୍ଡ, ଶୀବାଜୀ ପଣ୍ଡା, ହେମନ୍ତ ଦଣ୍ଡସେନା, ଉଜ୍ଜ୍ୱଳ ତିୱାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଠାରେ ବିଦ୍ୟାଳୟର ପୂର୍ବତନ ଛାତ୍ର ଆକାଶ କୁମାର ଅଗ୍ରୱାଲଙ୍କୁ ସାମୁହିକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ତଥା ଅଭିଭାବକ ଆକାଶଙ୍କ ମଙ୍ଗଳ କାମନା କରିଥିଲେ । 

 

0
0
0
s2sdefault