ହେଡଲାଇନସ୍:

"ପ୍ରତି ୪ ଜଣରେ ଜଣେ ବ୍ୟକ୍ତି ମସ୍ତିଷ୍କାଘାତରେ ଆକ୍ରାନ୍ତ ହେବାର ସମ୍ଭାବନା ଥାଏ" 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ "ବିଶ୍ବ ମସ୍ତିଷ୍କଘାତ(ଷ୍ଟ୍ରୋକ) ଦିବସ --୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସର ରୁ ବାହାରିଥିଲା । ଏହି ଶୋଭାଯାତ୍ରାଟିକୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ .ଗୁନୁରାଣୀ ପଟ୍ଟନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।  ଶୋଭାଯାତ୍ରାରେ  ଜିଲ୍ଲା ପ୍ରଶିକ୍ଷଣ ୟୁନିଟର ଏଏନ୍ ଏମ୍ ପ୍ରଶିକ୍ଷାର୍ଥୀ ଛାତ୍ରୀ ମାନେ ବାହାରି ମସ୍ତିଷ୍କାଘାତ ର ବିଭିନ୍ନ ଲକ୍ଷଣ ଓ ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ଜଣ-ସଚେତନ କରାଇଥିଲେ ।

    ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା  ପ୍ରଶିକ୍ଷଣ ଗୃହରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲା ।  ଏହି ସଚେତନତା ସଭା କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ. ଗୁଣୁରାଣୀ ପଟ୍ଟନାୟକ ଅଧ୍ୟକ୍ଷତା କରି ପ୍ରତି ୪ ଜଣରେ ଜଣେ ବ୍ୟକ୍ତି ମସ୍ତିଷ୍କାଘାତରେ ଆକ୍ରାନ୍ତ ହେବାର ସମ୍ଭାବନା ଥାଏ  । ରୋଗର ପ୍ରତିଷେଧକ ବ୍ୟବସ୍ଥା ହେଉଛି ଆରୋଗ୍ୟ ଲାଭ ଠାରୁ ଅଧିକ ଲାଭ । ତେଣୁ ଆମେ ନିଜକୁ ସୁରକ୍ଷିତ ରଖିବା ସହ ଜନ-ସଚେତନ କରାଇବା   ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ।

    ଅନ୍ୟ ପକ୍ଷରେ ମସ୍ତିଷ୍କାଘାତ ନ ହେବା ପାଇଁ କ'ଣ କ'ଣ ଓ କେଉଁ ପ୍ରକାରର ସତର୍କତା ମୂଳକ ପଦକ୍ଷେପ ସବୁ ଗ୍ରହଣ କରିବାକୁ ହେବ , ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରି ସଚେତନ କରାଇଥିଲେ ।

     ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଚାସୀନ ଅତିଥି ଭାବେ ଏଡିଏମଓ ଡାଃ ଭି. ଲୋକନାଥ ରାଜୁ , ଏଡିଏମଓ.ଡାଃ ପ୍ରଦୀପ କୁମାର ପାତ୍ର , ଡିଏମଓ ତଥା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡାଃ. ରମେଶ ଚନ୍ଦ୍ର ମିଶ୍ର , ଡିପିଏଚଓ:-ଡାଃ  ମୁବାରକ ଅଲ୍ଲୀ  ଏବଂ ସ୍ବାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳିକା ସୌମ୍ୟା ରାଣୀ ଗୌଡ ପ୍ରମୁଖ ଯୋଗଦେଇ ମସ୍ତିଷ୍କାଘାତ କ'ଣ , ଏହା  ମନୁଷ୍ୟକୁ କେଉଁ ପରିସ୍ଥିତିରେ ଆକ୍ରାନ୍ତ କରିଥାଏ, ଏହି ରୋଗର ଲକ୍ଷଣ,  ଚିହ୍ନଟ ପ୍ରକ୍ରିୟା , ସତର୍କତା , ନିରାକରଣ ପାଇଁ ପ୍ରତିଷେଧକ ବ୍ୟବସ୍ଥା,  ଏହା କେତେ ପ୍ରକାରର , ରକ୍ତ ସଞ୍ଚାଳନ ବିହୀନ ଷ୍ଟ୍ରୋକ ଏବଂ ହେପରେଜିକ ଷ୍ଟ୍ରୋକ କଣ , ଏହି ରୋଗରେ ମନୁଷ୍ୟ ଆକ୍ରାନ୍ତ ହେଲେ ମନୁଷ୍ୟ ଶରୀରରେ ରକ୍ତ ସରବରାହ କିଭଳି କମିଯିବା ଫଳରେ ମସ୍ତିଷ୍କର କାର୍ଯ୍ୟକାରିତା ସଠିକ ଭାବେ ସମ୍ପାଦିତ ହୋଇ ନ ଥାଏ, ସେ ସବୁ ବିଷୟ ଗୁଡିକରେ ବିସ୍ତୃତ ଭାବେ ବୁଝାଇଥିଲେ ।

    ଏହି ଅବସରରେ ଏକ ଦସ୍ତଖତ ଅଭିଯାନ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି  ସମସ୍ତ  କାର୍ଯ୍ୟକ୍ରମକୁ  କାର୍ଯ୍ୟକ୍ରମ ପରିଚାଳକ ତୁଷାର କାନ୍ତ ପଟ୍ଟନାୟକ , ଏଡିପିଏଚସିଓ ସୁଧୀର କୁମାର ଜେନା , ଜିଲ୍ଲା  ପ୍ରଶିକ୍ଷଣ ୟୁନିଟର ପ୍ରିନ୍ସିପାଲ ଟ୍ୟୁଟର ଶୁଫଳା ବେହେରା ,  କାର୍ଯ୍ୟାଳୟର ଡିଇଓ:- ସନ୍ତୋଷ କାରୀକା , ଏବଂ ଡିଇଓ:-ଗୁରୁ ପ୍ରସାଦ ପଟ୍ଟନାୟକ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

 

0
0
0
s2sdefault