ହେଡଲାଇନସ୍:

ବାଲି ମାଫିଆଙ୍କ ଗୁଣ୍ଡାରାଜ, କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଥାନାରେ ଲିଖିତ ଏତଲା ଦେଲେ ସାମ୍ବାଦିକ

ଆସାମୀ ମାନଙ୍କୁ ତୁରନ୍ତ ଗିରଫ କରାନଗଲେ ଆନ୍ଦୋଳନକୁ ଓହ୍ଲାଇପାରେ ମିଡିଆ ସଂଘ

ଜୁନାଗଡ(ଆଦିତ୍ୟ ପ୍ରସାଦ ମହାନ୍ତି) :  ଖବର ସଂଗ୍ରହ ପାଇଁ ନଦୀପଠାକୁ ଯାଇଥିବା ସମୟରେ ବାଲି ମାଫିଆ ମାନଙ୍କ ଆକ୍ରମଣର ଶିକାର ହୋଇଛନ୍ତି କଳାହାଣ୍ଡି ଜିଲ୍ଲାର ଦୁଇଜଣ ସାମ୍ବାଦିକ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ସଂପୃକ୍ତ ସାମ୍ବାଦିକମାନେ | କଳାହାଣ୍ଡି ଜିଲ୍ଲାର ଅନେକ ଛୋଟ ଛୋଟ ନଦୀନାଳ ବାଲି ମାଫିଆଙ୍କ କବ୍ଜାରେ ରହିଛି । ଏଠାରୁ ପ୍ରତହ୍ୟ ଟ୍ରିପ ଟ୍ରିପ ବାଲି ଚୋରା ଚାଲାଣ ହେଉଛି । ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି । ଜୁନାଗଡ ବ୍ଲକ ଦାସୀଗାଁ ସନ୍ନିକଟ ହାତୀ ନଦୀ ପଠାରୁ ବେଆଇନ ବାଲି ଚାଲାଣ ହେଉଥିବା ଖବରପାଇ ଆଜି (ମଙ୍ଗଳବାର) ଉତ୍କଳ ଓଡିଆର ସାମ୍ବାଦିକ ତୁଳମଣୀ ନାଗ ଓ ଫୋକସ୍ ଅନ୍ ନେସନ ସାମ୍ବାଦିକ ଦୂର୍ଯ୍ୟୋଧନ ମାଝୀ ଖବର ସଂଗ୍ରହ କରିବା ପାଇଁ ଉକ୍ତ ଯାଗାକୁ ଯାଇଥିଲେ ।

ବାଲି ଚୋରାଚାଲାଣ ହେଉଥିବା ଜାଣି ଘଟଣା ସମ୍ପର୍କରେ ଜୁନାଗଡ ତହସିଲଦାରଙ୍କୁ ଫୋନ ଯୋଗେ ଜଣାଇ ଥିଲେ । ଏହି ସମୟରେ ଗୋଟିଏ କାର ଓ ଦୁଇଟି ମୋଟର ସାଇକେଲରେ ପାଞ୍ଚରୁ ଛଅ ଜଣ ବ୍ଯକ୍ତି ଆସି ହଠାତ୍ ଆସି ଆକ୍ରମଣ କରିବା ସହ ଆମ କାର୍ଯ୍ୟରେ ବାଧା ଦେଲେ ଜୀବନରୁ ମାରିଦେବାର ଧମକ ଦେଇଥିବା ସାମ୍ବାଦିକ ଦ୍ବୟ ପ୍ରକାଶ କରିଛନ୍ତି ।

ଘଟଣା ସମ୍ପର୍କରେ ଖବର ପାଇ କଳାହାଣ୍ଡି ୱେବ୍ ମିଡିଆ ସଘଂର କିଛି କର୍ମକର୍ତ୍ତାଙ୍କ ସହ ସଭାପତି ଆଦିତ୍ୟ ପ୍ରସାଦ ମହାନ୍ତି ଓ ସାଧାରଣ ସଂପାଦକ ସଂଗ୍ରାମ କେଶରୀ ପାତ୍ର ଓ ସଙ୍ଘର୍ଷ ଆଇନ ପରାମର୍ଶଦାତା ଆଇନଜୀବି ହିମାଂଶୁ ବରାଡ ପହଞ୍ଚି ଦୁଇ ସାମ୍ବାଦିକଙ୍କ ସହ ଜୁନାଗଡ ଥାନାରେ ଲିଖିତ ଅଭିଯୋଗ କରିବା ସହ ଶିଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଦାବି କରିଛନ୍ତି । ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ସଂପର୍କରେ ଜଣାପଡିବାପରେ କଳାହାଣ୍ଡି ୱେବ୍ ମିଡିଆ ସଂଘ ତରଫରୁ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବାସହ ନିନ୍ଦା କରାଯାଇଛି । ଆସାମୀ ମାନଙ୍କୁ ଶିଘ୍ର ଗିରଫ କରାନଗଲେ ମିଡିଆ ସଘଂ ପକ୍ଷରୁ ବଡ ଧରଣର ଆନ୍ଦୋଳନ ହେବାର ସମ୍ଭାବନା ରହିଛି ।

0
0
0
s2sdefault