ହେଡଲାଇନସ୍:

ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସେ ଶେଷ ଜୀବନ ପର୍ଯ୍ୟନ୍ତ ସଂଗ୍ରାମ ଜାରିରଖିଥିଲେ ଲୁଲୁ : ନିରଞ୍ଜନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟସ୍ତରୀୟ ଲୁଲୁ ମହାପାତ୍ର ସ୍ମୃତି କମିଟି ପକ୍ଷରୁ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କର ୫୪ତମ ଜୟନ୍ତୀ ଉତ୍ସବ ପାଳିତ

 

ଭୁବନେଶ୍ୱର - ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ କମିଟିର ଅଧ୍ୟକ୍ଷ  ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରାଙ୍କ ସଭାପତିତ୍ୱରେ ଆଜି କ୍ୟାପିଟାଲ ହାଇସ୍କୁଲ ପରିସରରେ ଓଡ଼ିଶାର ପ୍ରଖ୍ୟାତ ଜନନାୟକ ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କର ୫୪ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପିସିସି ସାଧାରଣ ସଂପାଦକ  ଶୁଭେନ୍ଦୁ ମହାନ୍ତି ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ସ୍ୱର୍ଗତ ଲୁଲୁ ମହାପାତ୍ର ଓଡ଼ିଶାର ଯୁବ ଓ ଛାତ୍ର ସମାଜର ଜଣେ ଅପ୍ରତିଦ୍ୱନ୍ଦ୍ୱି ନେତା ଥିଲେ  । ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସେ ଶେଷ ଜୀବନ ପର୍ଯ୍ୟନ୍ତ ସଂଗ୍ରାମ ଜାରିରଖିଥିଲେ । ଓଡ଼ିଶାର ସାଧାରଣ ଜନତାର ଦାବିକୁ ସେ ଶାଣିତ ସ୍ୱରରେ ବିଧାନ ସଭାରେ ଉପସ୍ଥାପନା କରୁଥିଲେ । ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଅଖିଳ ଭାରତ କଂଗ୍ରେସ କମିଟିର ସଂପାଦକ  ଶୁଭଙ୍କର ସରକାର କହିଥିଲେ ଯେ ଲୁଲୁ ମହାପାତ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜିର ଛାତ୍ର ଓ ଯୁବ ସମାଜ ଓଡ଼ିଶାର ବିକାଶ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟକଲେ ଏହା ତାଙ୍କ ପାଇଁ ଶ୍ରେଷ୍ଠ  ଶ୍ରଦ୍ଧାଞ୍ଜଳି ହେବ । ଶ୍ରୀ ସରକାର ତାଙ୍କ ବକ୍ତବ୍ୟରେ ଲୁଲୁ ମହାପାତ୍ରଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ, ନେତୃତ୍ୱ, ବଦାନ୍ୟତା ସଂପର୍କରେ ଆଲୋକପାତ କରିବା ସହ ଓଡ଼ିଶାର ଉନ୍ନତି ପାଇଁ ତାଙ୍କର ପ୍ରତିବଦ୍ଧ ନେତୃତ୍ୱ ଉପରେ କହିଥିଲେ । ଶେଷରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ପୂର୍ବରୁ ଯେଉଁ ପ୍ରତିଯୋଗିତା ହୋଇଥିଲା ତାହାର ୪୦ଜଣ କୃତି ପ୍ରତିଯୋଗୀଙ୍କୁ ଏହି ସଭାରେ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ସ୍ତରର ଧାବକ ଅମୀୟ କୁମାର ମଲ୍ଲିକ ଓ ଆନ୍ତର୍ଜାତିକ କରାଟେ ଖେଲାଳି ଭାଲେନା ଭାଲେଂଟିନାଙ୍କୁ  ଲୁଲୁ ମହାପାତ୍ର ସ୍ମୃତି କମିଟି ପକ୍ଷରୁ ପ୍ରତିଭା ପୁରସ୍କାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବା ସହ ପ୍ରତ୍ୟେକଙ୍କୁ ୫ହଜାର ଟଙ୍କା ନଗଦ ଅର୍ଥ ମଧ୍ୟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ  ହିଂମାଶୁ ଶେଖର ଲେଙ୍କା ଅତିଥି ପରିଚୟ ପ୍ରଦାନ କରିବା ସହ ଶ୍ରୀନିବାସ ରାଉତରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପ୍ରଦୀପ ପାଣ୍ଡେ ପ୍ରମୁଖ ସ୍ୱର୍ଗତ ମହାପାତ୍ରଙ୍କ ଘଟଣା ବହୁଳ ଜୀବନୀ ଉପରେ ଅଭିଭାଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ  ଜାନକୀ ବଲ୍ଲଭ ପଟ୍ଟନାୟକ, ଅମୀୟ ଦାସ, ଦୀପକ ସାହୁ, ନିରୋଜ ଲୋଚନ ଦାସ, ମାନସ ଆଚାର୍ଯ୍ୟ, ଯୋଗୀନାଥ ବାହୁବଳେନ୍ଦ୍ର, ଲିଙ୍ଗରାଜ ସାହୁ, ପ୍ରକାଶ ମିଶ୍ର, ପଦ୍ମନାଭ ପାତ୍ର, ପ୍ରଫୁଲ କୁମାର ରଥ, ବିଶ୍ୱ ଦାସ, ପ୍ରତାପ ଜେନା, ଜ୍ୟୋତିଷ ସାହୁ, ଆଲୋକ ମହାନ୍ତି, ମନୋଜ ସାହୁ, ଜୟକୃଷ୍ଣ ମଲ୍ଲିଆ, ସରୋଜ ପରିଡ଼ା, କୀର୍ତ୍ତନାନନ୍ଦ ଦାସ, ଜାନକୀ ମଲ୍ଲିକ, ସ୍ୱାଧୀନବାଳା ଦାସ, ଜୟଶ୍ରୀ ପଟ୍ଟନାୟକ, ଦେବଦତ୍ତ ଜେନା, ନବଘନ ମହାନ୍ତି, ମନତୋଷ ମହାପାତ୍ର, ନିର୍ମଳ ପଣ୍ଡା, ଘନ ମହାନ୍ତି ପ୍ରମୁଖ ବହୁ ଛାତ୍ରଛାତ୍ରୀ ଏବଂ ବିଶିଷ୍ଟ  ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault