ହେଡଲାଇନସ୍:

ରଘୁନାଥପୁର ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ,୫ଟି ଅଭିଯୋଗର ତତ୍କାଳ ଫଇସଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର:(ରମେଶ ମହାନ୍ତି):-ଜିଲ୍ଲା ପ୍ରଶାସନ ତରଫରୁ ରଘୁନାଥପୁର ବ୍ଲକ କାର୍ଯ୍ୟାଳୟ ଠାରେ ସୋମବାର ଦିନ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ।ଏହି ଅଭିଯୋଗ ଶିବିରରେ ମୋଟ ୧୩୦ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା।ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ୧୦୯ଟି ଯଥା-ଇନ୍ଦିରା ଆବାସ/ବିଜୁ ପକ୍କାଘର ପାଇଁ ୫୩ଟି,ଭତ୍ତା ସମ୍ବନ୍ଧୀୟ ୨୭ଟି,ଆଇନ ସହାୟତା ସମ୍ପର୍କିତ ୩ଟି,ଘରଡିହ ପାଇବା ପାଇଁ ୧ଟି,ଜମିଜମା ସମ୍ପର୍କିତ ୧ଟି ଓ ଅନ୍ୟାନ୍ୟ ୧୯ଟି,ଗାଁ ସମସ୍ୟା ସମ୍ପର୍କିତ ୧୫ଟି,ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇବା ପାଇଁ ୫ଟି,ରେଡକ୍ରସ ପାଣ୍ଠିରୁ ସହାୟତା ପାଇବା ପାଇଁ ୧ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା।୫ଟି ଅଭିଯୋଗର ଶୁଣାଣୀ କରାଯାଇ ତତ୍କାଳ ଫଇସଲା କରାଯାଇଥିଲା।ଏହି ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର୍,ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି,ଉପ-ଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି,ସହକାରୀ ଜିଲ୍ଲାପାଳ,ଅଭିଯୋଗ ପ୍ରକୋଷ୍ଠ, ସ୍ଥାନିୟ ବିଡିଓ ଏବଂ ତହସିଲଦାର,ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀଙ୍କ ସମେତ ଜନସାଧାରଣ ପ୍ରମୂଖ ଉପସ୍ଥିତ ଥିଲେ।

0
0
0
s2sdefault