ହେଡଲାଇନସ୍:

ନଭେମ୍ବର୨୭ରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୟନ୍ତୀର ପୁର୍ତ୍ତୀ ଉତ୍ସବ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନଭେମ୍ବର୨୪ରେ ଆଲୁମନି ମିଟ୍ ନେଇ ଅକ୍ଟୋବର  ୩୧ରେ କୁଳପତିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି  ବୈଠକ ।

ଭୁବନେଶ୍ୱର (ଶାସକ ପ୍ରଶାସକ):ଉତ୍କଳ  ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ୭୫ ବର୍ଷ ଉପଲକ୍ଷେ ବର୍ଷବ୍ୟାପୀ ପାଳନ କରାଯାଉଥିବା ପ୍ଲାଟିନମ  ଜୟନ୍ତୀର ପୁର୍ତ୍ତୀ ଉତ୍ସବ  ଆଗାମୀ ନଭେମ୍ବର ମାସ ୨୭ ତାରିଖରେ ଅନୁଷ୍ଠିତ  ହେବ । ଏହାର ୩ ଦିନ  ପୂର୍ବରୁ ନଭେମ୍ବର ୨୪ ତାରିଖରେ ପୁର୍ବତନ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଆଲୁମିନି ମିଟ୍ (ପୁନର୍ମିଳନ) କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ବନ୍ଧୁ ମିଳନର ପର୍ବକୁ ସ୍ମରଣୀୟ କରିବା ପାଇଁ ଚଳିତ ମାସ  ଅକ୍ଟୋବର ୩୧ ତାରିଖ ଅପରାହ୍ଣରେ ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୩ ଘଟିକାରେ  ବିଶ୍ୱ ବିଦ୍ୟାଳୟ ପି.ଜି କାଉନ୍ସିଲ ହଲ୍ଠାରେ ଏହି ବୈଠକ ଅନୁଷ୍ଠିତ  ହେବ । ଏଥିରେ ପୂର୍ବତନ ଛାତ୍ରଛାତ୍ରୀମାନେ ଯୋଗଦେଇ ନଭେମ୍ବର ୨୪ରେ ଆଲୁମିନି ମିଟ୍ ଓ ନଭେମ୍ବର ୨୭ରେ ବିଶ୍ୱ ବିଦ୍ୟାଳୟ ପ୍ଲାଟିନମ୍ ଜୟନ୍ତୀର ପୂର୍ତି ଉତ୍ସବ  ପାଳନ ନେଇ ସୃଜନାତ୍ମକ ଆଲୋଚନା କରାଯିବା ସହିତ ସେମାନଙ୍କର  ସୁଚିନ୍ତିତ ମତାମତ ପ୍ରଦାନ କରିବା ପାଇଁ ବିଶ୍ୱ ବିଦ୍ୟାଳୟ ତରଫରୁ ଅନୁରୋଧ କରାଯାଇଛି । ଏଥି ନିମନ୍ତେ ସବିଶେଷ ସୂଚନା ପାଇଁ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ରେଜିଷ୍ଟାରଙ୍କ ଟେଲିଫୋନ୍  ନଂ-୦୬୭୪-୨୫୬୭୩୮୭(ମୋ: ୯୪୩୭୦୨୫୮୯୧) ରେ ଯୋଗାଯୋଗ କରିପାରିବେ ବୋଲି ବିଶ୍ୱ ବିଦ୍ୟାଳୟ ତରଫରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି । 

 

 

0
0
0
s2sdefault