ହେଡଲାଇନସ୍:

ଦୁଇଟି ଜୁଆ ଆଡ୍ଡା ଉପରେ ଚଢଉ,୧୦ ଜୁଆଡି ଗିରଫ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ନୂଆପଡା.(ଅମିତ ପୁରୋହିତ); ନୂଆପଡା ପୋଲିସ ୨ଟି ଜୁଆ ଆଡ୍ଡା ଉପରେ ଚଢଉ କରି ୧୦ ଜୁଆଡି ଙ୍କୁ ଗିରଫ କରିବା ସହ ୧୯ ହଜାର ଟଙ୍କା, ୯ ଟି ମୋଟର ସାଇକଲ, ଓ ୭ ଟି ମୋବାଇଲ ଫୋନ ଜବତ କରିଛି  । ନୂଆପଡା ଥାନା ଭାରପ୍ରାପ୍ତ ଅଧିକାରୀ ଆଦିତ୍ୟ ମହାକୁଡ ଙ୍କ ସୂଚନା ଅନୁସାରେ ଦିପାବଳୀ ଓ ଗୋବର୍ଦ୍ଧନ ପୂଜା ଉପଲକ୍ଷେ ବିଭିନ୍ନ ଜାଗାରେ ଜୁଆ ଖେଳ ଚାଲିଥିବାର ପୋଲିସକୁ ସୂଚନା ମିଳିଥିଲା । ଏନେଇ ଶ୍ରୀ ମହାକୁଡଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ୨ ଟି ଜୁଆ ଆଡ୍ଡା ଉପରେ ଚଢଉ କରି ୧୦ ଜଣ ଜୁଆଡିକୁ ଗିରଫ କରିଥିଲା । ଉକ୍ତ ଜୁଆଡିଙ୍କ ଠାରୁ ନଗଦ ୧୯ ହଜାର ଟଙ୍କା ୭ଟି ମୋବାଇଲ ଫୋନ ଓ ୯ଟି ମୋଟର ସାଇକଲ ଜବତ କରିଥିଲା । ଗିରଫ ଜୁଆଡି ମାନଙ୍କୁ ଥାନାରେ ଅଟକାଇ ପୋଲିସ ପଚରାଉଚରା ଜାରି ରଖିଛି ।

 

 

0
0
0
s2sdefault