ହେଡଲାଇନସ୍:

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ମୃତ ୩ ଗୁରୁତର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା.(ଅମିତ ପୁରୋହିତ); ସଦର ବ୍ଲକ ଅନ୍ତର୍ଗତ ଧରମବନ୍ଧା ଗ୍ରାମର ବ୍ରାହ୍ମଣୀ ନାଳା ନିକଟରେ ୨ ଟି ବାଇକ୍ ମୁହାଁମୁହିଁ ଧକା ହେବାରୁ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି । ଧରମବନ୍ଧା ଥାନା ଭାରପ୍ରାପ୍ତ ଅଧିକାରୀ ଦିଲିପ ଲାକ୍ରାଙ୍କ ସୂଚନା ଅନୁସାରେ ବିପରୀତ ଦିଗରୁ ଆସୁଥିବା ୨ ଟି ମୋଟରସାଇକଲ ପରସ୍ପର ମୁହାଁମୁହିଁ ହେବାରୁ ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ମୃତକ ମାନେ ହେଲେ ଧରମବନ୍ଧା ଗ୍ରାମର ଇଶ୍ୱର ସତନାମୀ (୨୩) ଓ ପଣ୍ଡିରିପାଣି ଗ୍ରାମର ତାରାଚନ୍ଦ ମାଝୀ (୩୦) । ଗୁରୁତର ଆହତ ଧରମବନ୍ଧା ଗ୍ରାମର ଭୁରବ ସତନାମୀ, ନେତରାମ ସତନାମୀ, ଓ ପଣ୍ଡିରିପାଣି ଗ୍ରାମର ଜିବନ ମାଝୀ ଆଦିକୁ ଧରମବନ୍ଧା ପୋଲିସ ଉଦ୍ଧାର କରି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଗୁରୁତର ଆହତ ମାନଙ୍କର ମଧ୍ୟରୁ ଜଣକ ଅବସ୍ଥା ସଙ୍କଟାପନ୍ନ ଥିବା ଶ୍ରୀ ଲାକ୍ରା କହିଛନ୍ତି । ମୃତକ ମାନଙ୍କର ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।   

 

0
0
0
s2sdefault