ହେଡଲାଇନସ୍:

ଓଡ଼ଗାଁ : ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୯୦ଟି ଅଭିଯୋଗର ଫଇସଲା, ୩ ଭିନ୍ନକ୍ଷମଙ୍କୁ ସାଇକେଲ ପ୍ରଦାନ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର ): ନୟାଗଡ ଜିଲ୍ଲାପାଳ ଡ. ପୋମା ଟୁଡୁ ଏବଂ ଏସ୍ ପି ଶଶୀଭୁଷଣ ଶତପଥିଙ୍କ ଉପସ୍ଥିତିରେ ଓଡଗାଁ ବ୍ଲକ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ସିବିର ବ୍ଳକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ ଜିଲ୍ଲପାଳଭାବେ ଯୋଗଦେବାପରେ ଓଡଗାଁ ବ୍ଲକ ଜନଶୁଣାଣି ଶିବିରରେ ପ୍ରଥମ କରି ଜିଲ୍ଲପାଳ ଡ. ଟୁଡୁ ଯୋଗଦେଇଥିବାରୁ ବିଭିନ୍ନ ପଂଚାୟତରୁ ବହୁସଂଖ୍ୟକ ଅଭିଯୋଗକାରୀ ଶିବିରକୁ ଆସିଥିବା ଦେଖିବାକୁ ମିଳିଥିଲା । ପଂଞ୍ଜିକୃତ କୋଇଥିବା ୧୭୦ ଅଭିଯୋଗ ମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ), ବିଜୁ ପକାଘର ଯୋଜନା, ଭତା, ରାସନକାର୍ଡ ଏବଂ ଅନ୍ୟାନ୍ୟ ୧୫୮ଟି ବ୍ୟକ୍ତଗତ ଅଭିଯୋଗ ଥିଲା । କୁରାଳ, ଭଗବତିପ୍ରସାଦ ଏହିପରି ମୋଟ ୧୧ଟି ଗ୍ରାମ୍ୟ ସମସ୍ୟା ସହିତ ଜଣେ ହିତାଧିକାରୀଙ୍କ ପାଇଁ ରେଡକ୍ରସ ତରଫରୁ ୫ ହଜାରଟଙ୍କା ମଞ୍ଜୁର କରାଯାଇଥିଲା ।  କଜଳାଇପଲ୍ଲୀ ଗ୍ରାମପଂଚାୟତ ଶିମିଳୀ ଗାଁର ଗିରିଧାରୀ ନାୟକ ଓ ଓଡଗାଁର ଦଣ୍ଡପାଣି ନାୟକଙ୍କୁ ଟ୍ରାଇ ସାଇକେଲ ଏବଂ କୁରାଳ ପଂଚୟତ ହନୁମନ୍ତିଆ ଗ୍ରାମର ଭିକାରୀ ନାୟକଙ୍କୁ ଜିଲ୍ଲାପାଳ ହୁଇଲ ଚେୟାର ବଂଟନ କରିଥିଲେ । ରୋହିବାଙ୍କ ପଂଚାୟତ ଭଗବତିପ୍ରସାଦ ପ୍ରକଲ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଠାରୋ ୮ ଶ୍ରେଣୀ ମଧ୍ୟରେ ୧୬୧ଜଣ ବିଦ୍ୟାର୍ଥୀ ଅଧ୍ୟୟନ କରୁଥିବା ବେଳେ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ୫ଟି ଶ୍ରେଣୀ କକ୍ଷକୁ ମରାମତ ଅଥବା ପୁନଃ ନିର୍ମାଣ କରିବା ପାଇଁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । କୁରାଳ ଗ୍ରାମର କୁରାଳ ପ୍ରାଥମିକ କୃଷୀରୁଣ ସେବା ସମବାୟ ସମିତି(ମିନିବ୍ୟାଙ୍କ)ରୁ ହଡପ ହୋଇଥିବା ୧କୋଟିରୁ ଉର୍ଦ୍ଧଟଙ୍କା ଜମାକର୍ତ୍ତାମାନେ  ଦିର୍ଘଦିନହେଲା ପାଇନଥିବା ନେଇ ଅଭିଯୋଗ କରିବା ପରେ ଡେପୁଟି ରେଜିଷ୍ଟର କୋପରେଟିଭ ପୁରୀଙ୍କୁ ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । କଂକ୍ରିଟ ରୋଡ ଉପରେ କଂକ୍ରିଟ ନକରି ଜବରଦଖଲକାରିଙ୍କୁ ଉଠାଇ ଉନ୍ନତମାନର ଚଉଡା କଂକ୍ରିଟ ରୋଡ ନିର୍ମାଣ କରିବା ପାଇଁ କୁରାଳ ଗ୍ରାମବାସୀ ଅଭିଯୋଗ କରିବା ପରେ ଗ୍ରାମବାସୀଙ୍କ ଅଭିଯୋଗକୁ ଅଗ୍ରାଧିକାର ଦେଇ ରାସ୍ତା ନିର୍ମାଣ କରିବାକୁ ଜିଲ୍ଲାପାଳ ପୁର୍ତବିଭାଗକୁ  ନିର୍ଦ୍ଦେଶ ଦେଇଥିଲେ । ତେବେ ବର୍ତମାନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କେତେଦୁର କାର୍ଯ୍ୟକାରୀ ହୋଇପାରୁଛି ସେସବୁ ଦେଖିବାକୁ ବାକି ରହିଲା । ଏହି ଶିବିରରେ ନୟାଗଡ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ  ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, କୃଷି ଉଦ୍ୟାନ, ପ୍ରାଣୀ, ଜଳବିଭାଜିକା, ଜଳସେଚନ, କ୍ଷୁଦ୍ରଜଳସେଚନ, ସାମାଜିକ ସୁରକ୍ଷା, ସାଧାରଣ ବଂଟନ, ଶ୍ରମ, ବିଦ୍ୟୁତ, ଜଙ୍ଗଲ ଓ ଅନ୍ୟାନ୍ୟ ବିଭାଗର ଜିଲ୍ଲା ଅଧିକାରୀମାନେ ଯୋଗଦେଇଥିଲେ ।    

0
0
0
s2sdefault