ହେଡଲାଇନସ୍:

 ଶ୍ରୀ ରଘୁନାଥ ପୀଠରେ ଗିରି ଗୋବର୍ଦ୍ଧନ ପୂଜା ଓ ଚୂଡାଲାଗି ନୀତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) :  ଓଡଗାଁର ପ୍ରସିଦ୍ଧ ଶ୍ରୀ ରଘୁନାଥ ଜିଉଙ୍କ ଗିରି ଗୋବର୍ଦ୍ଧନ ପୂଜା ଓ ଚୂଡାଲାଗି ନୀତି ଅନୁଷ୍ଠିତ  ହୋଇଯାଇଛି । ସନ୍ଧ୍ୟାରେ ସମସ୍ତ ନୀତିକାନ୍ତି ସହ ପୂଜାର୍ଚ୍ଚନା ପରେ ଶ୍ରୀ ଜିଉଙ୍କୁ ଶ୍ରଦ୍ଧାଳୁମାନେ ରାଇଦାମୋଦର ବେଶରେ ଦର୍ଶନ କରିଥିଲେ । ଆଜ୍ଞାମାଳ ପାଇ ବିଜେ ପ୍ରତିମା ପଟୁଆରରେ ମଣିବିମାନରେ ନଗରଭ୍ରମଣ କରି ତହସିଲ ଅଫିସ ନିକଟ ଚୂଡାଭୋଗ ପଡିଆକୁ ବିଜେ ହୋଇଥିଲେ । ଘଂଟ, ଛତି, ପତାକା, ମଶାଲ, କାହାଳୀ, ସଂକୀର୍ତନ, ଲୋକକଳା ନୃତ୍ୟର ସମାହାର ଏକ ମନୋହର ପରିବେଶ ସୃଷ୍ଟି କରିଥିଲା । ଚୂଡାମଣ୍ଡପରେ ପାଳିଆପଣ୍ଡାଙ୍କ ଦ୍ୱାରା ନୈବେଦ୍ୟ ଓ ଆଳତୀ ଅର୍ପଣ କରାଯିବା ପରେ ଶ୍ରୀ ଜିଉମାନେ ମନ୍ଦିରକୁ ପ୍ରତ୍ୟାବର୍ତନ କରିଥିଲେ । ପାଳିଆପଣ୍ଡା ସଞ୍ଜୀବ ନନ୍ଦ, ମନ୍ଦିର ପରିଚ୍ଛା ହରିବନ୍ଧୁ ଷଡଙ୍ଗୀ, ପୂଜକପରିଷଦର କର୍ମକର୍ତା ଓ ମନ୍ଦିର ପରିଚାଳକ ଜିତେନ୍ଦ୍ର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

0
0
0
s2sdefault